ETV Bharat / business

ଗ୍ରାହକଙ୍କୁ ଆଶ୍ବସ୍ତି , ଏଥର 7% ବଢିବ ପିଆଜ ଉତ୍ପାଦନ

author img

By

Published : Jan 28, 2020, 1:24 PM IST

ଚଳିତ ଫସଲ ବର୍ଷ (2019-20)ରେ ପିଆଜ ଉତ୍ପାଦନ 7 ପ୍ରତିଶତ ବଢିବା ଅନୁମାନ ରହିଛି। ଫଳରେ ଦେଶରେ ପିଆଜ ଉତ୍ପାଦନ 2.44 କୋଟି ଟନ ରହିବ।

govt pegs 7 percent rise in onion output this year
ଗ୍ରାହକଙ୍କୁ ଆଶ୍ବସ୍ତି , ଏଥର ଅଧିକା 7 % ବଢିବ ପିଆଜ ଉତ୍ପାଦନ

ନୂଆଦିଲ୍ଲୀ: ଚଳିତ ଫସଲ ବର୍ଷ (2019-20)ରେ ପିଆଜ ଉତ୍ପାଦନ 7 ପ୍ରତିଶତ ବଢିବା ନେଇ ଅନୁମାନ ରହିଛି। ଫଳରେ ଦେଶରେ ପିଆଜ ଉତ୍ପାଦନ 2.44 କୋଟି ଟନ ରହିବ। ବିଗତ କିଛି ମାସରେ ପିଆଜର ଆକାଶଛୁଆଁ ଦାମ ଗ୍ରାହକଙ୍କୁ ଆଖିରେ ଲୁହ ଆଣିଦେଇଥିଲା ବେଳେ ଏହି ଖବର ସାମାନ୍ୟ ଆଶ୍ବସ୍ତି ଦେଇଛି।

କୃଷି ମନ୍ତ୍ରଣାଳୟ ପକ୍ଷରୁ ଅନୁମାନ କରାଯାଇଛି ଯେ, ଫସଲ ବର୍ଷ 2019-20(ଜୁଲାଇ-ଜୁନ)ରେ ପିଆଜ ଫସଲ ବୃଦ୍ଧି ପାଇ 12.93 ଲକ୍ଷ ହେକ୍ଟର ରହିଛି। ଯାହାକି ଗତ ଫସଲ ବର୍ଷରୁ 12.20 ଲକ୍ଷ ହେକ୍ଟର ଅଧିକ ରହିଛି। ଏହାର ପରିମାଣ ସ୍ବରୂପ ପିଆଜ ଉତ୍ପାଦନ ଏବର୍ଷ 2.44 କୋଟି ଟନକୁ ବୃଦ୍ଧି ନେଇ ଅନୁମାନ ଅଛି । 2018-19ରେ ଏହା 2.28 କୋଟି ଟନ ରହିଥିଲା । ପିଆଜ ଉତ୍ପାଦନ ଉଭୟ ଖରିଫ ଓ ରବି ଋତୁରେ ହୋଇଥାଏ।

ମାତ୍ରାଧିକ ବର୍ଷା ଯୋଗୁଁ ଏଥର 22 ପ୍ରତିଶତ ଫସଲ ନଷ୍ଟ ହୋଇଛି । ଫସଲ ଖରାପ ଯୋଗୁଁ ଗତ କିଛି ଦିନ ତଳେ ପିଆଜ କିଲୋ ପିଛା ଦାମ 160 ଟଙ୍କା ଛୁଇଁଥିଲା। କେନ୍ଦ୍ର ସରକାର ବିଦେଶରୁ ପିଆଜ ଆମଦାନୀ କରିବା ପରେ ଦାମ ଖସିଛି । ଏବେ ପିଆଜ କିଲୋ 60 ଟଙ୍କା ପାଖାପାଖି ରହିଛି । ଏହା ବ୍ୟତିତ ଆଳୁ ଉତ୍ପାଦନ ଏ ବର୍ଷ ସାମାନ୍ୟ ବୃଦ୍ଧି ପାଇ 5.194 କୋଟି ଟନ ରହିବା ଅନୁମାନ ରହିଛି । ଯାହା ଗତ ବର୍ଷ 5.019 କୋଟି ଟନ ରହିଥିଲା । ସେହିପରି ଟମାଟୋ ଉତ୍ପାଦନ ମଧ୍ୟ ସାମନ୍ୟ ବୃଦ୍ଧି ସହ 1.932 କୋଟି ଟନ ରହିବା ସମ୍ଭାବନା ଅଛି । ଗତ ବର୍ଷ 1.9 କୋଟି ଟନ ଥିଲା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.