ETV Bharat / business

ମୋବାଇଲ ଆପ ବ୍ୟବହାରରେ ବିଶ୍ବରେ ଆଗୁଆ ଭାରତ - ଭାରତ ଆପ

ନିଜସ୍ୱ ମୋବାଇଲ ଆପ ଷ୍ଟୋରର ବିକାଶ ଓ ସୁଦୃଢତା ପାଇଁ ସରକାର ଆଗ୍ରହୀ । ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ସହ ସରକାର ଭାରତୀୟ ଉଦ୍ଭାବକଙ୍କୁ ମୋବାଇଲ ଆପ ପ୍ରସ୍ତୁତ କରିବା ପାଇଁ ପ୍ରୋତ୍ସାହନ ଦେଇଛନ୍ତି । ଅଧିକ ପଢନ୍ତୁ..

ମୋବାଇଲ ଆପ ବ୍ୟବହାରରେ ବିଶ୍ବରେ ଆଗୁଆ ଭାରତ
ମୋବାଇଲ ଆପ ବ୍ୟବହାରରେ ବିଶ୍ବରେ ଆଗୁଆ ଭାରତ
author img

By

Published : Mar 19, 2021, 8:08 PM IST

ନୂଆଦିଲ୍ଲୀ: ମୋବାଇଲ ଆପ୍ଲିକେଶନ ବ୍ୟବହାର କରିବାରେ ଭାରତ ଦୁନିଆର ଶୀର୍ଷ ସ୍ଥାନରେ ରହିଥି । ଆଉ ସରକାର ଭାରତୀୟ ଉଦ୍ଭାବକଙ୍କୁ ମୋବାଇଲ ଆପ ପ୍ରସ୍ତୁତ କରିବା ପାଇଁ ପ୍ରୋତ୍ସାହନ କରୁଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୁରୁବାର ଏ ନେଇ କହିଛି ।

ରାଜ୍ୟସଭାରେ ପ୍ରଶ୍ନକାଳ ସମୟରେ ପ୍ରସାଦ ନିଜ ଜବାବରେ କହିଛନ୍ତି କି, ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ସହ ସରକାର ଭାରତୀୟ ଉଦ୍ଭାବକଙ୍କୁ ମୋବାଇଲ ଆପ ପ୍ରସ୍ତୁତ କରିବା ପାଇଁ ପ୍ରୋତ୍ସାହନ ଦେଇଛନ୍ତି । ଆଉ ଆଗାମୀ ଦିନରେ ଏହି କ୍ଷେତ୍ରରେ ଭାରତ ଅନ୍ତରାଷ୍ଟ୍ରୀୟ ପ୍ଲାର୍ଟଫର୍ମରେ କଡା ଚ୍ୟାଲେଞ୍ଜ ଆଣିବ ।

ସେ କହିଛନ୍ତି କି ସରକାର ମୋବାଇଲ ସେବା ଆପ ଷ୍ଟୋରକୁ ନିଶୁଳ୍କ ଆପ ରଖିବାକୁ ଅନୁମତି ଦେଇଛନ୍ତି । ‘‘ ଆମ ମୋବାଇଲ ସେବା ଆପ ରେ ସବୁକିଛି ରହିଛି । ଆଉ ମୋଟ 8.65 କୋଟି ଲୋକ ଏହାକୁ ଡାଉନଲୋଡ କରିଛନ୍ତି । ଏହା ସଠିକ ଦିଗରେ ହେଉଥିବା ସୁଧାର । ’’

ଆମେ ଭାରତୀୟଙ୍କ ପାଇଁ ମେକ ଇନ ଇଣ୍ଡିଆ ଅର୍ଥାତ ଭାରତରେ ପ୍ରସ୍ତୁତ କରାଯାଉଥିବା ଆପକୁ ପ୍ରୋତ୍ସାହିତ କରୁଛୁ । ଆମେ ଆତ୍ମନିର୍ଭର ଭାରତ ମୋବାଇଲ ଆପ ଉଦ୍ଭାବନ ପ୍ରତିଯୋଗିତା ( ଆପ ଇନୋଭେସନ ଚ୍ୟାଲେଞ୍ଜ) ଆରମ୍ଭ କରିଛୁ । ଯେଉଁଥିରେ 6,940 ଆପ ଡେଭଲପର ଆଗକୁ ଆସିଛନ୍ତି । ଏଥିମଧ୍ୟରୁ ଆମେ 9 ଶ୍ରେଣୀରେ 25ର ଚୟନ କରି ସେମାନଙ୍କୁ ପୁରସ୍କୃତ କରିଛୁ ।

ସେହିଭଳି ସରକାରଙ୍କ ପକ୍ଷରୁ 'ମେସେଜିଂ ଏବଂ କଲିଂ ଆପ୍' ଆରମ୍ଭ କରିବା ବିଷୟରେ ପଚାରାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରସାଦ କହିଛନ୍ତି ଯେ, ସାଇବର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏଭଳି ଆପ ଡେଭଲପରଙ୍କୁ ଆଦୌ କୌଣସି ପ୍ରୋତ୍ସାହନ ଦିଆଯିବ ନାହିଁ , ଯାହା ଆପ ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି ।

ସେ କହିଛନ୍ତି ଯେ ପୂର୍ବରୁ ଏକ ମୋବାଇଲ୍ ସେବା ଆପ୍ ଅଛି ଏବଂ ରାଜ୍ୟ ସରକାରଙ୍କ ମେସେଜିଂ ସେଣ୍ଟର ମଧ୍ୟ ଅଛି। ଆମେ ଚାହୁଁଛୁ କି, ସରକାର ବାହାରେ ଅଧିକ ଉଦ୍ଭାବନ ଆସୁ । ତେବେ ସାଇବର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଯେଉଁମାନଙ୍କର ଉତ୍ପାଦ ଉପରେ ପ୍ରଶ୍ନ ସୃଷ୍ଟି କରିବ , ତାହା ନିଶ୍ଚିତ ଭାବରେ ଏକ ଚ୍ୟାଲେଞ୍ଜ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.