ETV Bharat / business

14 ରାଜ୍ୟକୁ 6,195 କୋଟି ଟଙ୍କା ଅନୁଦାନ ଜାରି କଲା କେନ୍ଦ୍ର

author img

By

Published : Sep 11, 2020, 8:01 PM IST

14 ଟି ରାଜ୍ୟକୁ ମହାମାରୀ ପରବର୍ତ୍ତୀ ରାଜସ୍ବ ନିଅଣ୍ଟର ଷଷ୍ଠ ସମାନ କିସ୍ତି ଭାବେ 6,195.08 କୋଟି ଟଙ୍କା ଜାରି କରିଛନ୍ତି କେନ୍ଦ୍ର ସରକାର । ପଞ୍ଚଦଶ ଅର୍ଥ ଆୟୋଗର ସୁପାରିଶ ଅନୁଯାୟୀ ଏହି ଅନୁଦାନ ରାଶି ଦେଇଛନ୍ତି । ଅଧିକ ପଢନ୍ତୁ..

14 ରାଜ୍ୟକୁ 6,195  କୋଟି ଟଙ୍କା ଅନୁଦାନ ଜାରି କଲା କେନ୍ଦ୍ର
14 ରାଜ୍ୟକୁ 6,195 କୋଟି ଟଙ୍କା ଅନୁଦାନ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ ଆୟୋଗର ସୁପାରିଶ ଅନୁଯାୟୀ 14 ଟି ରାଜ୍ୟକୁ 6,195.08 କୋଟି ଟଙ୍କା ରାଜସ୍ୱ ନିଅଣ୍ଟ ଅନୁଦାନର ଷଷ୍ଠ କିସ୍ତି ଜାରି କରିଛନ୍ତି। ଅର୍ଥମନ୍ତ୍ରାଳୟ ଏ ନେଇ ଶୁକ୍ରବାର ଟ୍ବିଟ କରି ସୂଚନା ଦେଇଛି ।

ଟ୍ବିଟରେ ଦର୍ଶାଯାଇଛି କି, ସରକାର 2020 ସେପ୍ଟେମ୍ବର 10 ରେ 14 ଟି ରାଜ୍ୟକୁ ମହାମାରୀ ପରବର୍ତ୍ତୀ ରାଜସ୍ବ ନିଅଣ୍ଟର ଷଷ୍ଠ ସମାନ କିସ୍ତି ଭାବେ 6,195.08 କୋଟି ଟଙ୍କା ଜାରି କରିଛନ୍ତି । ଏହା ଦ୍ବାରା ଏହିସବୁ ରାଜ୍ୟକୁ କୋରୋନା ଭାଇରସ ସଙ୍କଟ ମଧ୍ୟରେ ଅତିରିକ୍ତ ଉତ୍ସ ଯୋଗାଡରେ ସହଯୋଗ କରିବ ।

ମୋଟ 14 ରାଜ୍ଯରେ ଅନ୍ଧ୍ର ପ୍ରଦେଶ, ଆସାମ, ହିମାଞ୍ଚଳ ପ୍ରଦେଶ, କେରଳ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ , ସିକ୍କିମ, ତାମିଲନାଡୁ, ତ୍ରିପୁରା, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ରହିଛି । ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଅଗଷ୍ଟ ଅବଧିରେ ମଧ୍ୟ ଏତିକି ପରିମାଣରେ ଅନୁଦାନ ଜାରି କରାଯାଇଛି । ଅର୍ଥ ଆୟୋଗ ଦ୍ବାରା କେନ୍ଦ୍ରକୁ ରାଜ୍ୟର ରାଜସ୍ବ କ୍ଷତିର ଭରଣା ପାଇଁ ଚିଠି ପଠାଯାଇଥାଏ । ଏହାକୁ କେନ୍ଦ୍ରୀୟ କରରେ ରାଜ୍ୟର ଅଂଶ ବାଣ୍ଟିବା ପରେ ରାଜସ୍ବ ନିଅଣ୍ଟ କୁହାଯାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.