ETV Bharat / business

ପ୍ଲେ ଷ୍ଟୋରରୁ ଅନେକ ଋଣ ଆପ୍‌ ହଟାଇଲା ଗୁଗଲ - safety policies of Play Store

ସୁରକ୍ଷା ନୀତିର ଉଲଙ୍ଘନ କରୁଥିବା ଅନେକ ବ୍ୟକ୍ତିଗତ ଋଣ ଆପକୁ ପ୍ଲେ ଷ୍ଟାରରୁ ହଟାଇଲା ଗୁଗଲ । ଅଧିକ ପଢନ୍ତୁ...

ପ୍ଲେ ଷ୍ଟୋରରୁ  ଅନେକ  ଋଣ ଆପ୍‌ ହଟାଇଲା ଗୁଗୁଲ
ପ୍ଲେ ଷ୍ଟୋରରୁ ଅନେକ ଋଣ ଆପ୍‌ ହଟାଇଲା ଗୁଗୁଲ
author img

By

Published : Jan 14, 2021, 10:10 PM IST

ନୂଆଦିଲ୍ଲୀ: ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଦିଗ୍ଗଜୟ କମ୍ପାନୀ ଗୁଗଲ ଭାରତରେ ଶତାଧିକ ବ୍ୟକ୍ତିଗତ ଋଣ ଆପର ସମୀକ୍ଷା କରିଛି । ଆଉ ଏଥିରୁ ଅନେକକୁ ଏହାର ପ୍ଲେ ଷ୍ଟୋରରୁ ହଟାଇଦେଇଛି । ଉପଭୋକ୍ତା ଏବଂ ସରକାରୀ ଏଜେନ୍ସିଗୁଡିକ କମ୍ପାନୀରୁ ଏହି ଆପକୁ ନେଇ ଚିନ୍ତା ପ୍ରକଟ କରିଥିଲେ ।

ଗୁରୁବାର ଗୁଗଲ କହିଛି କି, ଯେଉଁ ଆପ ଉପଭୋକ୍ତା ସୁରକ୍ଷା ନୀତିର ଉଲଙ୍ଘନ କରୁଛନ୍ତି, ସେସବୁକୁ ତତ୍କାଳ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି । ଗୁଗଲ ଅବଶିଷ୍ଟ ଆପର ଡେଭଲପର୍ସଙ୍କୁ କହିଛି କି ସେମାନେ ଦର୍ଶାନ୍ତୁ କି କୌଣସି ଭାବେ ସ୍ଥାନୀୟ ଆଇନ ଓ ନିୟମର ଅନୁପାଳନ କରୁଛନ୍ତି । ଆଉ ଯଦି ସେମାନେ ଏସବୁ କରିବାରେ ବିଫଳ ହୁଅନ୍ତି ତେବେ ସେମାନଙ୍କ ଆପକୁ ମଧ୍ୟ ପ୍ଲ ଷ୍ଟୋରରୁ ହଟାଇଦିଆଯିବ ।

ଗୁଗୁଲ ବ୍ଲଗପୋଷ୍ଟରେ କହିଛି କି ‘‘ ଗୁଗଲର ପ୍ରଡକ୍ଟ ପର୍ଯ୍ୟନ୍ତ ସୁରକ୍ଷିତ ଅନୁଭବ ପ୍ରଦାନ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା ଅଟେ । ଆମର ବୈଶ୍ବିକ ପ୍ରଡକ୍ଟ ପଲିସୀ ଏହି ଲକ୍ଷ୍ୟକୁ ଧ୍ୟାନରେ ରଖି ଡିଜାଇନ ଓ କାର୍ଯ୍ୟକାରୀ କରାଯାଇଛି । ଆଉ ଉପଭୋକ୍ତାଙ୍କ ସୁରକ୍ଷାରେ ସୁଧାର ପାଇଁ ଲଗାତାର କାମ କରୁଛୁ ।

ତେବେ କେଉଁ ସବୁ ଆପକୁ ଗୁଗଲ ପ୍ଲେ ଷ୍ଟୋରରୁ ହଟାଇଛି ସେ ନେଇ କୌଣସି ସ୍ପଷ୍ଟୀକରଣ ଦେଇନି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.