ETV Bharat / business

ଜିଓରେ 33,737 କୋଟି ଟଙ୍କା ନିବେଶ କଲା ଗୁଗୁଲ

author img

By

Published : Nov 24, 2020, 9:23 PM IST

ରିଲାଏନ୍ସର ଜିଓ ପ୍ଲାଟଫର୍ମରେ ନିବେଶ କଲା ଗୁଗୁଲ । 7.73 ପ୍ରତିଶତ ଅଂଶଧନ ପାଇଁ 33,737 କୋଟି ଟଙ୍କା ଦେଇଛି ଗୁଗୁଲ । ଅଧିକ ପଢନ୍ତୁ..

ଜିଓରେ  33,737  କୋଟି ଟଙ୍କା ନିବେଶ କଲା ଗୁଗୁଲ
ଜିଓରେ 33,737 କୋଟି ଟଙ୍କା ନିବେଶ କଲା ଗୁଗୁଲ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଡିଜିଟାଲ ଶାଖା ଜିଓ ପ୍ଲାର୍ଟଫର୍ମର 7.73 ପ୍ରତିଶତ ଅଂଶଧନ ପରିବର୍ତ୍ତେ 33,737 କୋଟି ଟଙ୍କା ଦେଇଛି ଗୁଗୁଲ । ଏଥିସହ କମ୍ପାନୀ ଫେସବୁକ ଭଳି ବୈଶ୍ବିକ ନିବେଶକ ସୂଚୀରେ ସାମିଲ ହୋଇଯାଇଛି । ଏ ନେଇ ମୁକେଶ ଅମ୍ବାନୀ ସୂଚନା ଦେଇଛନ୍ତି ।

ଗୁଗୁଲର ପରିଚାଳନା ଆମେରିକୀୟ କମ୍ପାନୀ ଆଲ୍ଫାବେଟ ଇଙ୍କ କରନ୍ତି । ଏହି ଚୁକ୍ତି ସହ ଆମେରିକା ପ୍ରଯୁକ୍ତିବିଦ୍ୟା କମ୍ପାନୀର କୌଣସି ଭାରତୀୟ କମ୍ପାନୀରେ ଏହା ସବୁଠୁ ବଡ ନିବେଶ ।

11 ସପ୍ତାହରେ କମ୍ପାନୀ ଯୋଗାଡିଲା 1.52 ଲକ୍ଷ କୋଟି ଟଙ୍କା ପୁଞ୍ଜି:

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କେବଳ 11 ସପ୍ତାହରେ 13 ଆର୍ଥିକ ଓ ରଣନୈତିକ ନିବେଶକୁ ଜିଓ ପ୍ଲାର୍ଟଫର୍ମର ମୋଟ 33 ପ୍ରତିଶତ ଅଂଶଧନ ବିକ୍ରି କରି 1.52 ଲକ୍ଷ କୋଟି ଟଙ୍କା ଏକତ୍ର କରିଛି । ଏହାଦ୍ବାରା କମ୍ପାନୀ 2021 ମାର୍ଚ୍ଚର ଲକ୍ଷ୍ୟ ପୂର୍ବରୁ ହିଁ ସବୁ ଋଣ ପରିଶୋଧରେ ସଫଳ ହୋଇଛି ।

ସେୟାର ବଜାରକୁ ଦେଇଥିବା ସୂଚନାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କହିଛି କି, ‘‘ ସମସ୍ତ ଜରୁରୀ ମଞ୍ଜୁରୀ ପରେ କମ୍ପାନୀର ଡିଜିଟାଲ ପ୍ଲାର୍ଟଫର୍ମକୁ ଗୁଗୁଲ ଇଣ୍ଟରନ୍ୟାସନାଲ ଏଲଏଲସିରୁ 33,737 କୋଟି ଟଙ୍କା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.