ETV Bharat / business

50 ହଜାର ନିକଟତର ସୁନା, ରୂପା ବି ମହଙ୍ଗା - ରୂପା ମହଙ୍ଗା

ବିବାହ ସିଜରେ ଆକଶଛୁଆଁ ସୁନା ଦାମ । ସକରାତ୍ମକ ବିଦେଶୀ ସଙ୍କେତ ମଧ୍ୟରେ ଉଛୁଳିଛି ସୁନା ଓ ରୂପା ଦାମ । ଜାଣନ୍ତୁ ନୂଆ ରେଟ ...

50 ହଜାର ନିକଟତର ସୁନା, ରୂପା ବି ମହଙ୍ଗା
50 ହଜାର ନିକଟତର ସୁନା, ରୂପା ବି ମହଙ୍ଗା
author img

By

Published : Dec 17, 2020, 8:06 PM IST

ନୂଆଦିଲ୍ଲୀ: ବିଦେଶୀ ବଜାରରେ ମଜବୁତ ସଙ୍କେତ ମଧ୍ୟରେ ଘରୋଇ ବଜାରରେ ବଢିଚାଲିଛି ମୂଲ୍ୟବାନ ଧାତୁ ଦର । ଦିଲ୍ଲୀ ସରଫରା ବଜାରରେ ଗୁରୁବାର ସୁନା ଓ ରୂପା ଦାମ ବଢିଛି । ଏଚଡିଏଫସି ସିକ୍ୟୁରିଟିଜ ଏନେଇ ସୂଚନା ଦେଇଛି ।

ଆଜି 10 ଗ୍ରାମ ପିଛା ସୁନା ଦାମ 194 ଟଙ୍କା ବଢି 49,455 ଟଙ୍କାରେ ପହଞ୍ଚିଛି । ଏହା ପୂର୍ବ କାରବାରରେ ସୁନା 10 ଗ୍ରାମ ପ୍ରତି 49,261 ଟଙ୍କାରେ ବନ୍ଦ ହୋଇଥିଲା । ସେହିଭଳି ଏହି ଅବଧିରେ ରୂପା ଦାମ କିଲୋ ପ୍ରତି 1,184 ଟଙ୍କା ବଢି ଆଜି 66,969 ଟଙ୍କା ରହିଛି । ପୂର୍ବ କାରବାରରେ ଏହାର ଦାମ କିଲୋ ପ୍ରତି 65,785 ଟଙ୍କା ଥିଲା ।

ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ବଢିବା ସହ ଆଉନ୍ସ ପିଛା 1,874 ଡଲାର ରହିଛି । ଯେତେବେଳେ କି ରୂପା ଆଉନ୍ସ ପିଛା 25.63 ଟଙ୍କାରେ ଅପରିବର୍ତ୍ତିତ ଅଛି ।

ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଲେଷକ ତପନ ପଟେଲ ସୂଚନା ଦେଇଛନ୍ତି କି, ‘‘ ଚଳିତ ସପ୍ତାହ ସୁଦ୍ଧା ଆମେରିକାରେ ପ୍ରୋତ୍ସାହନ ପ୍ୟାକେଜ ଆସିବା ଆଶାରେ ସୁନା ଦାମ ଉପରମୁହାଁ ରହୁଛି । ’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.