ETV Bharat / business

74 ବର୍ଷରେ ଅର୍ଥନୀତିଜ୍ଞ ଇଶର ଜଜ ଅହଲୁୱାଲିଆଙ୍କ ପରଲୋକ

author img

By

Published : Sep 26, 2020, 9:34 PM IST

ICRIERର ପୂର୍ବତନ ଚେୟାରମ୍ୟାନ ତଥା ଜଣାଶୁଣା ଅର୍ଥନୀତିଜ୍ଞ ଇଶର ଜଜ ଅହଲୁୱାଲିଆଙ୍କ ଶନିବାର ନିଧନ ହୋଇଛି ।

74 ବର୍ଷରେ ଅର୍ଥନୀତିଜ୍ଞ ଇଶର ଜଜ ଅହଲୁୱାଲିଆଙ୍କ ପରଲୋକ
74 ବର୍ଷରେ ଅର୍ଥନୀତିଜ୍ଞ ଇଶର ଜଜ ଅହଲୁୱାଲିଆଙ୍କ ପରଲୋକ

ନୂଆଦିଲ୍ଲୀ: ଜଣାଶୁଣା ଅର୍ଥନୀତିଜ୍ଞ ଇଶର ଜଜ ଅହଲୁୱାଲିଆଙ୍କ ଶନିବାର ନିଧନ ହୋଇଛି । 74 ବର୍ଷରେ ତାଙ୍କର ପରଲୋକ ହୋଇଛି । ସେ ଗତ 15 ବର୍ଷରୁ ଅଧିକ ସମୟ ଧରି ଆନ୍ତର୍ଜାତୀୟ ଅର୍ଥନୈତିକ ସମ୍ପର୍କ ଉପରେ ଗବେଷଣା ପାଇଁ ଭାରତୀୟ ପରିଷଦର (ଥିଙ୍କ-ଟ୍ୟାଙ୍କ) ଚେୟାରମ୍ୟାନ ଥିଲାବେଳେ ଗତ ମାସରେ ଖରାପ ସ୍ବାସ୍ଥ୍ୟବସ୍ଥା ଦର୍ଶାଇ ଏଥିରୁ ବିରତି ନେଇଥିଲେ ।

ଅହଲୁୱାଲିଆ ବ୍ରେନ କ୍ୟାନ୍ସରରେ ପୀଡିତ ଥିବାବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ଇଶର ଯୋଜନା ଆୟୋଗର ପୂର୍ବତନ ଡେପ୍ୟୁଟି ଚେୟାରପର୍ସନ ମୋଣ୍ଟେକ ସିଂହ ଅହଲୁୱାଲିଆଙ୍କ ସ୍ତ୍ରୀ ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଅହଲୁୱାଲିଆଙ୍କ ନିଧନ ଖବରରେ ଶୋକ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.