ETV Bharat / business

ଅର୍ଥ ମନ୍ତ୍ରାଳୟରେ କୋଭିଡ ସତର୍କତା, ଟିକାକରଣ ସମୀକ୍ଷା କଲେ ମନ୍ତ୍ରୀ - finance, corp affairs ministries

ଅର୍ଥ ଓ କର୍ପୋରେଟ ମନ୍ତ୍ରାଳୟରେ କୋଭିଡ ସଂକ୍ରମଣ ପ୍ରତିହିତ ପାଇଁ ତତ୍ପର ମନ୍ତ୍ରୀ । ଏଥିଲାଗି କର୍ମଚାରୀ ଓ ଅଧିକାରୀଙ୍କୁ ଦେଇଛନ୍ତି ନିୟମ ପାଳନର ପରାମର୍ଶ ସହ ଟିକା ନେବାକୁ ଉପଦେଶ । ଅଧିକ ପଢନ୍ତୁ..

ଅର୍ଥ ମନ୍ତ୍ରାଳୟରେ କୋଭିଡ ସତର୍କତା
ଅର୍ଥ ମନ୍ତ୍ରାଳୟରେ କୋଭିଡ ସତର୍କତା
author img

By

Published : Apr 9, 2021, 6:54 PM IST

ନୂଆଦିଲ୍ଲୀ: ମନ୍ତ୍ରାଳୟ କର୍ମଚାରୀଙ୍କ କୋଭିଡ-19 ଟିକାକରଣ କାର୍ଯ୍ୟକ୍ରମର ସମୀକ୍ଷାର କରିଛନ୍ତି ଅର୍ଥ ଓ କର୍ପୋରେଟ ବ୍ୟାପର ମନ୍ତ୍ରୀ ନିର୍ମଳା ସୀତାରମଣ । ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ସେ ଟିକା ନେବା ସହ ସେମାନଙ୍କର ପରିବାରର ଟିକାକରଣ କରିବାରୁ ଅପିଲ କରିଛନ୍ତି ସୀତାରମଣ ।

ଅର୍ଥମନ୍ତ୍ରୀ ଟ୍ବିଟ କରି କହିଛନ୍ତି କି, ‘‘ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଅର୍ଥମନ୍ତ୍ରାଳୟ ଓ କର୍ପୋରେଟ ବ୍ୟାପର ମନ୍ତ୍ରାଳର ସମସ୍ତ ବିଭାଗ ସେକ୍ସନ ଅଫିସରଙ୍କ ଠାରୁ ନେଇ ସଚିବ ସ୍ତରର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଆଉ ଏହି ସମୟରେ ଯୋଗ୍ୟ ଅଧିକାରୀଙ୍କ ମଧ୍ୟରେ ଟିକାକରଣ ପ୍ରଗତିର ସମୀକ୍ଷା ମଧ୍ୟ କରିଛନ୍ତି ।

ଅଧିକାରୀଙ୍କ ସହ ଆଲୋଚନା ବେଳେ ସେ ଏପ୍ରିଲ 11ରୁ 14 ମଧ୍ୟରେ ଦେଶବ୍ୟାପି ଟିକାକରଣ ଉତ୍ସବ ନେଇ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ଦୋହରାଇଛନ୍ତି । ଏଥିସହ ଅଧିକାରୀଙ୍କ କୋଭିଡ-19 ସୁରକ୍ଷା ନିୟମକୁ କଠୋର ସହ ପାଳନ କରିବାକୁ ଉପଦେଶ ଦେଇଛନ୍ତି ।

ଏଥିସହ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ମାସ୍କ ପିନ୍ଧିବା, ବାରମ୍ବାର ଧାତ ହୋଇବା, ସାନିଟାଇଜ କରିବା ତଥା ଶାରିରୀକ ଦୂରତା ବଜାୟ ରଖିବାକୁ କହିଛନ୍ତି । କୋଭିଡ-19 ସୁରକ୍ଷା ନିୟମକୁ ଧ୍ୟାନରେ ରଖି ଅର୍ଥମନ୍ତ୍ରୀ ଏହି ବୈଠକ 6 ଅଲଗା ଅଲଗା ଗ୍ରୁପରେ କରିଛନ୍ତି । ବୈଠକକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.