ETV Bharat / business

ଫିକିର ଆକଳନ, କମିବ ଏପ୍ରିଲ-ଜୁନ ଅଭିବୃଦ୍ଧି ହାର - ପ୍ରଥମ ତ୍ରୟମାସ

ବେକାରୀ ବୃଦ୍ଧି, ନିଯୁକ୍ତି ହ୍ରାସ, ଚାହିଦା କମ , ଉଚ୍ଚା ସୁଧହାର ଆଦି ଯୋଗୁଁ ଅର୍ଥନୀତି ତଳମୁହାଁ ହେଉଛି । ଏହାକୁ ଦେଖିବାକୁ ଗଲେ ଚଳିତ ବର୍ଷର ପ୍ରଥମ ତ୍ରୟମାସ(ଏପ୍ରିଲ-ଜୁନ) ଜିଡିପି 6 ପ୍ରତିଶତ ରହିବ ବୋଲି ଶିଳ୍ପ ସଂଘ ଫିକି ଆନୁମାନିକ ରିପୋର୍ଟ ପ୍ରକାଶ କରିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Aug 27, 2019, 2:02 PM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ (2019-20)ର ପ୍ରଥମ ତ୍ରୟମାସ( ଏପ୍ରିଲ-ଜୁନ)ରେ ଦେଶର ଅଭିବୃଦ୍ଧି ଦର 6 ପ୍ରତିଶତ ରହିବ । ଶିଳ୍ପ ସଂଘ ଫିକି ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ତେବେ ଏ ସମ୍ବନ୍ଧରେ କେନ୍ଦ୍ରିୟ ପରିସଂଖ୍ୟନ କାର୍ଯ୍ୟାଳୟ ଆସନ୍ତା ସପ୍ତାହରେ ରିପୋର୍ଟ ଜାରି କରିବ । ଗତ ଆର୍ଥିକ ବର୍ଷ ଏହି ସମୟ( ଏପ୍ରିଲ-ଜୁନ)ରେ ବିକାଶ ହାର 8.2 ପ୍ରତିଶତ ଥିଲା ।

ଫିକିର ଆର୍ଥିକ ପରିସଂଖ୍ୟନ ସର୍ଭେ ମୁତାବକ, ଏନଏସଏଓ ଜାରି କରିବା ବେକାରୀ ହାରକୁ ଦେଖିବାକୁ ଗଲେ ମାନ୍ଦା ଅର୍ଥନୀତିର ଗମ୍ଭୀର ସ୍ଥିତି ସମ୍ନାକୁ ଆସିଛି । ବର୍ତ୍ତମାନ ସମୟରେ ଅର୍ଥବ୍ୟବସ୍ଥା ଦୁର୍ବଳ ହୋଇପଡିଛି । ଚାହିଦା କମିଛି । ନିବେଶ କମିଛି । ଯାହା ପ୍ରଭାବରେ ଜିଡିପି(ମୋଟ ଘରୋଇ ଉତ୍ପାଦ) ପ୍ରଭାବିତ ହେବା ସହ ଅର୍ଥନୀତିର ନକ୍ସା ବିଗିଡିଛି । ଚଳିତ ବର୍ଷ ସର୍ବନିମ୍ନ ଜିଡିପି 6.9 ପ୍ରତିଶତ ରହିବା ବେଳେ ସର୍ବାଧିକ 7.2 ପ୍ରତିଶତ ରହିବା ନେଇ ଅନୁମାନ କରାଯାଇଛି । ଏହି ସର୍ଭେରେ ସାମିଲ ବହୁ ଅର୍ଥନୀତିଜ୍ଞ କହିଛନ୍ତି ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କର ନରମ ଆଭିମୁଖ ଜାରି ରହିବ । ମୁଦ୍ରାସ୍ପୀତି ହାରକୁ ଦେଖିବାକୁ ଗଲେ ରୋପୋରେଟ ହାର ମଧ୍ୟ ହ୍ରାସ ପାଇବ ।

ସେମାନଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ସୁଧହାର ଅଧିକା ରହିଛି । ଯେଉଁଥିପାଇଁ ନିବେଶ ପାଇଁ ଗ୍ରାହକ ପଛଘୁଞ୍ଚା ଦେଉଛନ୍ତି । ଏଣୁ ଆରବିଆଇ ତାର ରେପୋରେଟ ହ୍ରାସ କରିବା ଆବଶ୍ୟକ ରହିଛି । ତେବେ ଆପୋଷ ସହମତିରେ ଦେଶର ଜିଡିପି 7ରୁ 7.5 ପ୍ରତିଶତ ଭିତରେ ରହିବା ସମ୍ଭାବନା ଥିବା ନେଇ ଦର୍ଶାଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.