ଭୁବନେଶ୍ବର: ଜାତୀୟ ସ୍ତରରେ ଓଡିଆ ପୁଅଙ୍କ କମାଲ । ଆଉ ଏକ ବଡ ପଦବୀରେ ନିଯୁକ୍ତ ଓଡିଆ ପୁଅ । ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ବା ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି)ର ଭାଇସ ପ୍ରେସିଡେଣ୍ଟ ହେଲେ ଓଡିଆ ପୁଅ ଶୁଭ୍ରକାନ୍ତ ପଣ୍ଡା ।
ଫିକି(FICCI)ର 93 ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଜଣେ ଓଡିଆ, କାର୍ଯ୍ୟକାରୀ କାଉନସିଲରେ ସ୍ଥାନ ପାଇଛନ୍ତି । ଭାରତ ଓ ଭାରତୀୟ ଶିଳ୍ପ କ୍ଷେତ୍ରରେ ଫିକିର ଯୋଗଦାନ ଗୁରୁତ୍ବପୂର୍ଣ୍ଣ । ଆଉ ଏଥିରେ ସାମିଲ ନେଇ ଶୁଭ୍ରକାନ୍ତ ପଣ୍ଡା ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ନିଜର ଶ୍ରେଷ୍ଠ ଅବଦାନ ଦେବାକୁ ଟ୍ବିଟ କରି ଜଣାଇଛନ୍ତି ।
ଉଦ୍ୟୋଗ ସଙ୍ଗଠନ ଫିକିର 93 ତମ ବାର୍ଷିକ ସାଧାରଣ ବୈଠକ ସରିଛି । ଏହି ଉପଲକ୍ଷେ ଫିକି ତାରା ନୂଆ ଲିଡରଙ୍କୁ ନିଯୁକ୍ତି ଦେଇଛି । ଫିକିର ସଭାପତି ଉଦୟ ଶଙ୍କର ନିଯୁକ୍ତ ହୋଇଛନ୍ତି । ସେହିଭଳି ବରିଷ୍ଠ ଭାଇସ ପ୍ରେସିଡେଣ୍ଟ ସଞ୍ଜୀବ ମେହେତାଙ୍କୁ ଦାୟିତ୍ବ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ