ETV Bharat / business

3 ମାସ ବଢିଲା EPF କୁ ଆଧାର ସହ ଲିଙ୍କ ଅବଧି

author img

By

Published : Jun 16, 2021, 8:31 PM IST

ଇପିଏଫ ଖାତାଧାରୀଙ୍କୁ ରିଲିଫ । ଆଧାର ସହ ୟୁଏନ ଲିଙ୍କ ପାଇଁ ସମୟସୀମା ବଢାଇଲା ଇପିଏଫଓ । ଅଧିକ ପଢନ୍ତୁ..

EPF କୁ ଆଧାର ସହ ଲିଙ୍କ ଅବଧି 3 ମାସ ବଢିଲା
EPF କୁ ଆଧାର ସହ ଲିଙ୍କ ଅବଧି 3 ମାସ ବଢିଲା

କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି (ଇପିଏଫ) ଖାତାଧାରୀଙ୍କୁ ବଡ ଆଶ୍ବସ୍ତି । ବଢିଲା ଆଧାର ନମ୍ବର ସହ ପିଏଫ ଖାତା ଓ ୟୁଏନ ନମ୍ବର ସହ ଯୋଡିବା ତାରିଖ ଅବଧି । 2021 ସେପ୍ଟେମ୍ବର ଯାଏଁ ଆଧାର ସହ UAN ଯୋଡିପାରିବେ ଖାତାଧାରୀ । ଏ ନେଇ ମଙ୍ଗଳବାର ଘୋଷଣା କରିଛି EPFO ।

ଇପିଏଫ ସହ ୟୁଏନ ଯୋଡିବା ତାରିଖ ଏବେ 2021 ଜୁନ 1 ଥିଲା । ହେଲେ ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଇପିଏଫ ଦେଇଛି ଖାତାଧାରୀଙ୍କୁ ରିଲିଫ । ଏହା ଅନୁସାରେ ଯଦି ଆପଣଙ୍କ ଆଧାର ନମ୍ବର ପିଏଫ ଖାତା ଓ ୟୁନଏନ ଆକାଉଣ୍ଟ ସହ ସମୟ ଥାଉ ଥାଉ ଲିଙ୍କ ନ ହେବ , ଆପଣଙ୍କୁ ସମସ୍ୟର ସମ୍ମୁଖୀନ ହେବାକୁ ପଡିପାରେ । କିଛି ଦିନ ପୂର୍ବରୁ ସରକାର ଆଧାର ଓ ପାନକୁ ଲିଙ୍କ କରିବା ଶେଷ ତାରିଖ ଅବଧି ବଢାଇଥିଲେ ।

କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ପକ୍ଷରୁ ଜାରି ଆଦେଶ ଅନୁସାରେ ଆଧାର ଭେରିଫାଏଡ ୟୁଏନ ସହ ଇଲେକ୍ଟ୍ରୋନିକ ଚାଲାଣ ଅର୍ଥାତ ପିଏଫ ରିଟର୍ଣ୍ଣ ରିସିପ୍ଟ ଦାଖଲ କରିବା ଉପରେ ଅମଳ କରିବାର ଶେଷ ତାରିଖକୁ ବଢାଇ 2021 ସେପ୍ଟେମ୍ବର 1 କରିଦିଆଯାଇଛି । ଇପିଏଫଓ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ମେ 3 ରେ ଜାରି ଏକ ବିଜ୍ଞପ୍ତି ପରେ ଏ ନେଇ ପଦକ୍ଷେପ ଗ୍ରହଣ କରିଛି । ଯାହା ଅଧିନରେ କାମ କରୁଥିବା ସଂସ୍ଥାରୁ ସାମାଜିକ ସୁରକ୍ଷା ସଂହିତା ଅଧିନରେ ଲାଭାର୍ଥୀ ଠାରୁ ଆଧାର ନମ୍ବର ନେବାକୁ କୁହାଯାଇଛି ।

ସେହିଭଳି ଆଧାରକୁ ପାନ ସହ ଲିଙ୍କ କରିନଥିଲେ ତୁରନ୍ତ କରନ୍ତୁ । ସିବିଡିଟି ପକ୍ଷରୁ ଆଧାର ଓ ପାନକୁ ଲିଙ୍କ କରିବାର ଶେଷ ତାରିଖକୁ ଜୁନ 30 ଯାଏଁ ବଢାଯାଇଛି । ପୂର୍ବରୁ ଏହାର ଡେଡଲାଇନ ମାର୍ଚ୍ଚ 31 ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.