ETV Bharat / business

ରୋଜଗାର ରେକର୍ଡରେ 2020: ଉଦ୍ଭାନ ଚାକିରି, ବଢିଛି ଛଟେଇ

author img

By

Published : Dec 26, 2020, 8:23 PM IST

ଜୀବନ ଓ ଜୀବିକାର ଦୋଛକିରେ ବର୍ଷ ‘2020’ । ମାରାତ୍ମକ ମହାମାରୀ ଯମ ଭଳି ଛକି ରହିଥିଲା ବେଳେ ପେଟର ଜ୍ବାଳା ତିଳ ତିଳ କରି ମାରୁଥିଲା । ପୀରା ବର୍ଷକୁ ଫ୍ଲାସବ୍ୟାକ କରି ଭାବିଲେ ମନେ ହୁଏ, ଦେଶର ରୋଜଗାର ରେକର୍ଡରେ ଏହି ଅଭିଶପ୍ତ ବର୍ଷ କେବେ ନ ଆସୁ....

ରୋଜଗାର ରେକର୍ଡରେ ‘2020’:  ଉଭାନ ଚାକିରୀ,  ବଢିଛି ଛଟେଇ

ହାଇଦ୍ରାବାଦ: ବିନା ଆୟରେ ବଞ୍ଚିବା ଯନ୍ତ୍ରଣାଦାୟକ । ଆଉ ରୋଜଗାର ନଥିଲେ ପେଟ ପୋଷିବା କେତେ ଯେ କଷ୍ଟଦାୟକ ତାହା ଉଣା ଅଧିକେ ବର୍ଷ ‘2020’ ଶିଖାଇଛି । କୋଭିଡର ମାରାତ୍ମକ ପ୍ରଭାବ ଜୀବନକୁ ବିପଦରେ ପକାଇବା ସହ ଜୀବିକାକୁ ଧ୍ବସ୍ତ କରିଦେଇଛି । କଟକଣା ଓ ଲକଡାଉନ ମଧ୍ୟରେ ଏତେ ସଂଖ୍ୟକ ଲୋକ ରୋଜଗାର ହରାଇ ହତାସ କି , ତାହାର ଆକଳନ କରି ଆର୍ଥିକ ଏଜେନ୍ସି ବି ଅନିଶ୍ଚିତ ।

ମାସ ଅନୁସାରେ ବେକାରୀ ହାର -
ମାସ ଅନୁସାରେ ବେକାରୀ ହାର -

ରିଅଲ ଇଷ୍ଟେଟ ଠାରୁ କ୍ଷୁଦ୍ର କାରବାର ଭଳି ସବୁ ସେକ୍ଟରରେ ଉତ୍ପାଦନ ଠପ ଓ ତାଲା ପଡିଥିବା ଯୋଗୁଁ ପ୍ରବଳ ସଂଖ୍ୟକ ଛଟେଇ ହୋଇଛନ୍ତି । ବିଶେଷ କରି ଦେଶର ଯୁବପୀଢିଙ୍କ ଉପରେ କୋରୋନା ମହାମାରୀର ଭୟଙ୍କର ପ୍ରଭାବ ପଡିଛି ।ସେଣ୍ଟର ଅଫ ମିନିଟରିଂ ଅଫ ଇଣ୍ଡିଆନ ଇକୋନୋମୀ (ସିଏମଆଇଇ) ତଥ୍ୟ ଅନୁସାରେ ଜୁଲାଇ ମାସରେ 5 ମିଲିୟନ ବେତନଭୋଗୀଙ୍କ ଚାକିରି ଯାଇଛି । ନିଟ ଆଧାରରେ ଲକଡାଉନ ଆରମ୍ଭ ପରେ ବେତନଭୋଗୀ କର୍ମଚାରୀଙ୍କ ଅବସ୍ଥା ଆହୁରି ବିଗିଡି ଯାଇଥିଲା । ଏପ୍ରିଲ୍ ମାସରେ 17.7 ମିଲିୟନ ଚାକିରି ହରାଇଥିଲା ।

ଭାରତରେ ବେକାରୀ ହାସ ମାସ ଅନୁସାରେ ଏଭଳି ଥିଲା-

ସେହିଭଳି ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲଓ) ଏବଂ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ପକ୍ଷରୁ ପ୍ରସ୍ତୁତ ଏକ ମିଶ୍ରିତ ରିପୋର୍ଟରେ ଦର୍ଶାଯାଇଛି କି 7 ଟି ପ୍ରମୁଖ କ୍ଷେତ୍ର ମଧ୍ୟରୁ ନିର୍ମାଣ ଏବଂ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଉପରେ ଅଧିକ ପ୍ରଭାବ ପଡିଛି ।

ମାସ ଅନୁସାରେ ବେକାରୀ ହାର -

ଗ୍ରାମାଞ୍ଚଳ ଏବଂ ସହାଞ୍ଚଳ ବେକାରୀ ସଂଖ୍ୟା ଏପ୍ରିଲ ଓ ମେ ମାସରେ ଅଧିକ ବଢିଛି । ତେବେ ମେ ମାସ ପରେ ଲକଡାଉନ କୋହଳ ହେବା ସହ ଆର୍ଥିକ ଗତିବିଧି ସ୍ବାଭାବିକ ହୋଇଥିଲା । ଫଳରେ ନିଯୁକ୍ତି କ୍ରମାଗତ ବଢିବା ସହ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବେକାରୀ ହାର କମିଛି ।

1. ବେକାରୀ ହାର ପୋଷ୍ଟ-କୋଭିଡ୍ କିପରି ରହିଛି ?

ସିଏମଆଇଇର ତଥ୍ୟ ଅନୁସାରେ ମାର୍ଚ୍ଚ ଶେଷରୁ ମେ ଶେଷ ପର୍ଯ୍ୟନ୍ତ ବେକାରୀ ହାର 20% ରୁ ଅଧିକ ଥିଲା । କୋଭିଡ ମହାମାରୀର ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ଘୋଷିତ ଲକଡାଉନ କାରଣରୁ ଏହା ମୁଖ୍ୟତଃ ବେକାରୀ ବଢିଥିଲା । ତେବେ ପରବର୍ତ୍ତୀ ସମୟରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ସହ ବ୍ୟବସାୟ ଖୋଲିଲା, ନିଯୁକ୍ତି ହେଲା । କେତେକ ବ୍ୟବସାୟ ଏବେ ସୁଦ୍ଧା ବନ୍ଦ ହୋଇ ବେକାରୀକୁ ଆହୁରି ଇନ୍ଧନ ମିଳିଛି । ମେ ମାସରେ ଜିନିଷଗୁଡ଼ିକର ଉନ୍ନତି ଘଟିଛି ଏବଂ ଚାକିରୀ ହାର 21 ଜୁନ ଠାରୁ ଏକ ଅଙ୍କ ( 8.48% )ରେ ଅଛି । ଯେତେବେଳେ କି 15 ନଭେମ୍ବରରେ, ଏହା 5.45% ରେ ରହିଛି । ଯାହାକି 2020 ରେ ସର୍ବନିମ୍ନ ଥିଲା ।

2. 2020 ରେ ଭାରତର ରୋଜଗାର ଉପରେ କୋଭିଡ -19 ପ୍ରଭାବ:

କୋରୋନା ଭାଇରସ ଓ ଲକଡାଉନ ଯୋଗୁଁ କ୍ଷୁଦ୍ର ବ୍ୟବସାୟୀ ଓ ଶ୍ରମିକ ଅଧିକ ପରିମାଣରେ ପ୍ରଭାବିତ ହୋଇଥିବା ବେଳେ ଏହି ଶ୍ରେଣୀର ପ୍ରାୟ 91 ମିଲିୟନ ଲୋକ 2020 ଏପ୍ରିଲ ମାସରେ ରୋଜଗାର ହରାଇଛନ୍ତି । ସେହିଭଳି ଏଣ୍ଟରପ୍ରିନିୟର୍ସ, ବେତନଭୋଗୀଙ୍କୁ ମିଶାଇ ଭାରତର ମୋଟ 119 ମିଲିୟନ ଲୋକ ନିଯୁକ୍ତି ହରାଇ ବସିଛନ୍ତି । ଅପରପକ୍ଷେ, 2020 ଆର୍ଥିକ ବର୍ଷ ତୁଳନାରେ କୃଷକମାନଙ୍କ ଠାରୁ ପାଞ୍ଚ ପ୍ରତିଶତ ଯୋଗଦାନ ଦେଖିବାକୁ ମିଳିଛି ।

3. ଭାରତରେ ଶ୍ରମ ଅଂଶଗ୍ରହଣ ହାର ଉପରେ କୋଭିଡ-19 ପ୍ରଭାବ:

କୋରୋନା ଓ ଲକଡାଉନ ଯୋଗୁଁ ବିଭିନ୍ନ ସେକ୍ଟରରେ ଶ୍ରମ ଯୋଗଦାନ ପ୍ରଭାବିତ ହୋଇଛି । 2020 ଏପ୍ରିଲରେ ଏହା ପ୍ରାୟ 35 ପ୍ରତିଶତକୁ ଖସି ଆସିଥିଲା। କାରଣ ସେହି ସମୟରେ ଅନେକ ଲୋକ ଚାକିରୀ ହରାଇଥିଲେ । ତେବେ, ଅଂଶଗ୍ରହଣ ହାର ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଧୀରେ ଧୀରେ 40.6 କୁ ବୃଦ୍ଧି ପାଇଲା ।

4.ଭାରତରେ ବେକାରୀ ହାର ଉପରେ କୋଭିଡ-19 ପ୍ରଭାବ :

2020 ସେପ୍ଟେମ୍ବରରେ, ଭାରତରେ ବେକାରୀ ହାର 6 ପ୍ରତିଶତରୁ ଅଧିକ ଥିଲା ।

ପୂର୍ବ ମାସଗୁଡିକରୁ ତୁଳନାରେ ଏହା ଉଲ୍ଲେଖନୀୟ ଉନ୍ନତି ଥିଲା । ଅର୍ଥବ୍ୟବସ୍ଥା ଉପରେ ଏଭଳି କ୍ଷତିକାରକ ପ୍ରଭାବ ସମଗ୍ର ଭାରତର ଲକଡାଉନ କାରଣରୁ ଘଟିଥିଲା ​​ । 2020 ମେ’ ରେ ବେକାରୀ 24 ପ୍ରତିଶତକୁ ବୃଦ୍ଧି ପାଇଥିଲା । ଏହା ସମ୍ଭବତଃ ଚାହିଦା ହ୍ରାସ ହେବା ସହିତ କମ୍ପାନୀଗୁଡିକ ସମ୍ମୁଖୀନ ହେଉଥିବା ଶ୍ରମିକଙ୍କ ବ୍ୟାଘାତର ଫଳାଫଳ ଅଟେ । ଏହା ସେହି ମାସରେ ଭାରତୀୟ ଅର୍ଥନୀତି ପାଇଁ ନଅ ପ୍ରତିଶତରୁ ଅଧିକ GVA କ୍ଷତି ଘଟାଇଲା ।

5. ବୟସ ଶ୍ରେଣୀ ଅନୁଯାୟୀ 2020ରେ ଚାକିରୀ ଉପରେ କୋଭିଡ ପ୍ରଭାବ

କୋରୋନା ଯୋଗୁଁ ଯୁବପୀଢି ଗଭୀର ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଏ ବିପତ୍ତିରେ ବିଶେଷ କରି ଦେଶର 15 ରୁ 39 ବର୍ଷର ଲୋକ ଅଧିକ କ୍ଷତି ସହିଛନ୍ତି । 2020 ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ପ୍ରାୟ 41 ଲକ୍ଷ ଯୁବପୀଢି ଚାକିର ହରାଇଥିବା ଆଇଏଲଓ ଓ ଏଡିବିର ଯୁଗ୍ମ ରିପୋର୍ଟରେ ଉଲ୍ଲେଖ ଅଛି । କେବଳ 25 ରୁ 29 ବର୍ଷ ମଧ୍ୟରେ ଥିବା 46 ପ୍ରତିଶତ ଲୋକ ନିଯୁକ୍ତି ହରାଇଥିଲା ବେଳେ ଅନ୍ୟପଟେ ବୟସ୍କ ଭାରତୀୟଙ୍କ ମଧ୍ୟରେ ପ୍ରାୟ ନଅ ମିଲିୟନ ଲୋକ ଏହି ସମୟରେ ଚାକିରୀ ପାଇଥିଲେ ।

6. 2020ରେ ଭାରତରେ ଯୁବପୀଢି ବେକାରୀ ହାର :

2020 ରେ ଭାରତରେ ଆନୁମାନିକ 23.75 ଯୁବକଯୁବତୀ ବେକାରୀ ରହିଛନ୍ତି । ତଥ୍ୟ ଅନୁସାରେ ଆଇଏଲଓର ଅନୁମାନ ମୁତାବକ ଗତ ଦଶନ୍ଧିରେ ଭାରତର ବେକାରୀ ହାର ଏଥର 22 ପ୍ରତିଶତ ମାର୍କ ଟପିଛି ।

7. 2020 ରେ ଚାକିରୀ ପାଇଥିବା ଲୋକଙ୍କ ଉପରେ କୋଭିଡ-19 ପ୍ରଭାବ

2020 ଅକ୍ଟୋବରରେ ସମଗ୍ର ଭାରତରେ ନିଯୁକ୍ତି ହ୍ରାସ ପଞ୍ଜିକୃତ ହୋଇଥିଲା । କୋଭିଡ ଲକଡାଉନ ସୀମାବଦ୍ଧତା ପର ଜୁନ ମାସରେ 63 ମିଲିୟନ ପର୍ଯ୍ୟନ୍ତ ନୂତନ ଚାକିରୀ ରେକର୍ଡ ହୋଇଛି । ତେବେ ଅନୁସନ୍ଧାନରୁ ଜଣାପଡିଛି ଯେ ଏପ୍ରିଲରେ ହଜିଯାଇଥିବା 121 ମିଲିୟନ ଲୋକଙ୍କର 110 ମିଲିୟନ ଚାକିରୀ ପୁନରୁଦ୍ଧାର ହୋଇଛି ।

ନିଯୁକ୍ତି ବଢାଇବାକୁ ସରକାରଙ୍କ ପ୍ରୟାସ ଓ ଯୋଜନା -

  • ଆତ୍ମନିର୍ଭର ଭାରତ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନ (PMGKRA) 20.97 ଲକ୍ଷ କୋଟିର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜକୁ 5ଟି କିସ୍ତିରେ ଆଣିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିରେ କ୍ଷୁଦ୍ର ଦୋକାନୀ , କୃଷି-ଆନୁସଙ୍ଗିକ , ସ୍ବାସ୍ଥ୍ୟ , ଗ୍ରାମାଞ୍ଚଳ ଭଳି କ୍ଷେତ୍ରଗୁଡିକ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ଶିକ୍ଷା ଠାରୁ ଶିଳ୍ପ , ଉଦ୍ୟୋଗ ଠାରୁ ଉଠା ଦୋକାନୀ ସମସ୍ତଙ୍କ ପାଇଁ ଏଥିରେ ରହିଥିଲା ଜଡିବୁଟି ।
  • ସେହିଭଳି ଗରିବ ଓ କୃଷକଙ୍କ ରୋଜଗାରକୁ ବଜାୟ ରଖିବା ପାଇଁ ସରକାର GKRA ଯୋଜନାର ଶୁଭାରମ୍ଭ 2020 ଜୁନ 20 ରେ ବିହାରର ଖାଗରିଆ ଜିଲ୍ଲାର ତେଲିଗର ଗ୍ରାମରୁ କରିଛନ୍ତି । ଏହା ଅଧିନରେ 28 କୋଟି ଲୋକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖାଯାଇଥିଲା । ଏଥିରେ ବିହାର, ଉତ୍ତରପ୍ରଦେଶ ସମେତ 6ଟି ରାଜ୍ୟର 116 ଟି ଜିଲ୍ଲାକୁ ସଂଯୁକ୍ତ କରାଯାଇଛି । ଏଥିପାଇଁ ମାର୍ଚ୍ଚ 20 ରେ 1.70 ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଥିଲେ ସରକାର ।
  • ଆତ୍ମନିର୍ଭର ଭାରତ ଅଭିଯାନ ଅଧିନରେ ସରକାର ମନରେଗା ପାଇଁ ଚଳିତ ଆର୍ଥିକ ବର୍ଷରେ ଅତିରିକ୍ତ 40 ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଏ ବର୍ଷ ବଜେଟରେ 61 ହଜାର କୋଟି ବରାଦ ହୋଇଥିଲା । ତେବେ ଅତିରିକ୍ତ ବରାଦ ଦ୍ବାରା 300 କୋଟି କାର୍ଯ୍ୟଦିବସ ସୃଷ୍ଟି ଲକ୍ଷ୍ୟ ଅଛି । ମନରେଗା ଜରିଆରେ ଗ୍ରାମାଞ୍ଚଳରେ ଜଳ ସଂରକ୍ଷଣ ବ୍ୟବସ୍ଥା ଭଳି ସ୍ଥାୟୀ ସମ୍ପତ୍ତି ସୃଷ୍ଟି ପାଇଁ ଆହ୍ବାନ ଦିଆଯାଇଛି । ସେହିଭଳି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅର୍ନ୍ତଗତ ମନରେଗା ଯୋଜନା ଅଧୀନରେ ଦୈନିକ ମଜୁରି 2020 1 ଏପ୍ରିଲ ପରଠାରୁ 20 ଟଙ୍କା ବୃଦ୍ଧି କରି ଦିଆଯାଇଛି । ମନରେଗା ଯୋଜନା ଅଧୀନରେ ମଜୁରୀ ବୃଦ୍ଧି ଫଳରେ ଜଣେ ଶ୍ରମିକ ବାର୍ଷିକ ଅତିରିକ୍ତ 2 ହଜାର ଟଙ୍କାର ଲାଭ ପାଇବେ । ଏହାଦ୍ବାରା 13.62 କୋଟି ପରିବାର ଉପକୃତ ହେବେ ।
  • PMGKY ଅଧୀନରେ ସରକାର ସଂଗଠିତ କ୍ଷେତ୍ରର କମ ପାରିଶ୍ରମିକ ପାଉଥିବା କର୍ମଜୀବୀଙ୍କୁ ସହାୟତା ଦେଇଛନ୍ତି । ମାର୍ଚ୍ଚ ମାସରୁ ଅଗଷ୍ଟ ମାସ ଯାଏଁ ଉଭୟ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ପାଇଁ ଇପିଏଫର 24 ପ୍ରତିଶତ ଯୋଗଦାନ ଦେଇଛନ୍ତି । 100 ଜଣଙ୍କ ଠାରୁ କମ କର୍ମଚାରୀ ଥିବା ବ୍ୟବସାୟିକ ସଂସ୍ଥାରେ 15ହଜାର ଟଙ୍କାରୁ କମ ଦରମା ପାଉଥିବା କର୍ମଚାରୀମାନଙ୍କୁ ଏହି ଫାଇଦା ମିଳିଛି ।
  • ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ପାଇଁ ଇପିଏଫ ଯୋଗଦାନ ତିନି ମାସ ଲାଗି ହ୍ରାସ ହୋଇଛି । ତିନି ମାସ ପାଇଁ ଇପିଏଫଓ ଅଧୀନରେ ପଞ୍ଜିକୃତ ସଂସ୍ଥା ଲାଗି ଉଭୟ ନିଯୁକ୍ତିଦାତା ଓ କର୍ମଚାରୀଙ୍କର ବାଧ୍ୟତାମୂଳକ ପିଏଫ ଯୋଗଦାନକୁ ୧୨ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ମାସିକ ପ୍ରାୟ 2250 କୋଟି ଲେଖାଏଁ ନଗଦ ସୁବିଧା ପ୍ରଦାନ କରିଛି ।
  • ପ୍ରଧାନମନ୍ତ୍ରୀ ସ୍ବ-ନିଧି ଯୋଜନାରେ ସରକାର ବନ୍ଧକ ବିହୀନ ଋଣ ଘୋଷଣା କରିଛନ୍ତି । 50 ଲକ୍ଷ ଉଠା ଦୋକାନୀଙ୍କ ପାଇଁ 1 ବର୍ଷ ପାଇଁ 10,000 ଟଙ୍କା ପର୍ଯ୍ୟନ୍ତ ବନ୍ଧକବିହୀନ ଋଣର ବ୍ୟବସ୍ଥା ହୋଇଛି । ଏଥିରେ ଓଡିଶାର ଉଠା ଦୋକାନୀଙ୍କ ପାଇଁ 8.2 କୋଟି ଟଙ୍କା ମଞ୍ଜୁର ହୋଇଛି । ଏହି ଯୋଜନା ମାଧ୍ୟମରେ ଋଣର ନିୟମିତ ପରିଶୋଧ ଉପରେ ବାର୍ଷିକ ସୁଧରେ 7 ପ୍ରତିଶତ ରିହାତି ଦିଆଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.