ନୂଆଦିଲ୍ଲୀ: ମୋଦି 2.0ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2020-21 ବର୍ଷର ଆୟବ୍ୟୟ ଅଟକଳ ଚିଠା ଖୋଲିଛନ୍ତି । ତେବେ ଅର୍ଥନୀତିର ମୁଖ୍ୟ ଉତ୍ସ ଟିକସକୁ ସରଳୀକରଣ କରାଯାଇଛି । କରଦାତାଙ୍କୁ ଆଶ୍ବସ୍ତି ଦେବା ପାଇଁ ଆୟକର ସ୍ଲାବରେ ପରିବର୍ତ୍ତନ କରାଯାଇଛି ।
![10% tax on those earnings Rs 5-7.5 lakh, says FM Sitharaman](https://etvbharatimages.akamaized.net/etvbharat/prod-images/5918525_income.jpg)
ତେବେ ନୂଆ ଟିକସ ସ୍ଲାବ କରଦାତାଙ୍କ ବୈକଳ୍ପିକ ରହିବ । କରଦାତା ଚାହିଁଲେ ପୁରୁଣା ଟିକସ ହାର ଅନୁଯାୟୀ କର ପୈଠ କରିପାରିବେ। ଅର୍ଥାତ ଜଣେ କରଦାତା ଜଣେ ପୁରୁଣା ଟିକସ ସ୍ଲାବରେ ବିଭିନ୍ନ ଆୟକର ରିହାତି ସହ ଟିକସ ଭରିପାରିବେ । ଆଉ ଯଦି ନୂଆ ସ୍ଲାବରେ ଟିକସ ଭରନ୍ତି, ତେବେ 70 ରିହାତି ସୁବିଧା ପାଇପାରିବେ ନାହିଁ । ପୂର୍ବରୁ ବୀମା, ନିବେଶ, ମେଡିକାଲ, ଟିଉସନ ଫି ଭଳି 100ଟି ଏକଜମ୍ପସନ ରହିଥିଲା । ତେଣୁ ଏବେ ଆୟକର ଭରିବା ପୂର୍ବରୁ କରଦାତା ଗଣିତ ଲଗାଇବେ କି କେଉଁଥିରେ ଟିକସ ଭରିବେ ।
![10% tax on those earnings Rs 5-7.5 lakh, says FM Sitharaman](https://etvbharatimages.akamaized.net/etvbharat/prod-images/5918525_income-2.jpg)
ଏ ବର୍ଷ ନୂଆ 16 ଲକ୍ଷ ନୂଆ କରଦାତା ଯୋଡି ହୋଇଛନ୍ତି । ଏଥିସହ ବହୁପ୍ରତିକ୍ଷୀତ ଆୟକର ଟିକସରେ ପରିବର୍ତ୍ତନ ହୋଇଛି ।
ବାର୍ଷିକ ମୋଟ 6.5 ଲକ୍ଷ ଆୟ କରିଥିବା ଲୋକ ବୀମା ବା ମ୍ୟୁଚୁଆଲ ଫଣ୍ଡରେ ଯଦି ଦେଢ ଲକ୍ଷ ଟଙ୍କା ନିବେଶ କରିଥିବେ, ତେବେ ସେମାନଙ୍କୁ ଟିକସ ଛାଡ଼ କରାଯିବ। ଏହା ଫଳରେ 18 ହଜାର 500 କୋଟିର ଟିକସ ଅର୍ଥ ହରାଇବେ।
କରଦାତାଙ୍କୁ ଆଶ୍ବସ୍ତି, ବୁଝନ୍ତୁ ଟିକସ ହିସାବ
- 5 ଲକ୍ଷ ଆୟ ଉପରେ ଟିକସ ଫ୍ରି
- 5ରୁ 7.5 ଲକ୍ଷ ଆୟ ଉପରେ 10%
- 7.5 ଲକ୍ଷରୁ 10 ଲକ୍ଷ ଆୟ ଉପରେ 15%
- 10ଲକ୍ଷ ରୁ 12.5 ଲକ୍ଷ ଉପରେ 20%
- 12.5 ଲକ୍ଷ ରୁ 15 ଲକ୍ଷ 25%
- 15 ଲକ୍ଷରୁ ଅଧିକ ହେଲେ 30 %
- ନିବେଶକଙ୍କୁ ଆଶ୍ବସ୍ତି ଦେବା ପାଇଁ ଲାଭାଂଶ ବିତରଣ କରକୁ ହଟାଯିବ ।
- 15 ପ୍ରତିଶତ କର୍ପୋରେଟ କର ଅନ୍ତର୍ଗତ ଆସିବ ଘରୋଇ ବିଦ୍ୟୁତ କମ୍ପାନୀ
- ବଦଳିବ ଟିକସ ଆଇନ
- ଆସିବ ଟିକସ ଚାର୍ଟ
- ଟିକସ ଚୋରୀଙ୍କ ବିରୋଧରେ କଡା ଆଇନ ଲାଗୁ ହେବ