ନୂଆଦିଲ୍ଲୀ: ଟିକସଦାତାଙ୍କୁ ଆଶ୍ବସ୍ତି । ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2019-20 ପାଇଁ ସମସ୍ତ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା ବଢାଇଛନ୍ତି । ଆର୍ଥକ ବର୍ଷ 2019-20 ପାଇଁ ସମସ୍ତ ଆୟକର ରିଟର୍ଣ୍ଣ ଦାଖଲ ତାରିଖ 2020 ଜୁଲାଇ 31 ଓ ଅକ୍ଟୋବର 31 ରୁ ବଢାଇ ନଭେମ୍ବର 30 କରିଦିଆଯାଇଛି । ଏଥିସହ ଟିକସ ଅଡିଟ ଅବଧି 2020 ଅକ୍ଟୋବର 31କୁ ବୃଦ୍ଧି ହୋଇଛି ।
ସେହିଭଳି ବିବାଦ ସେ ବିଶ୍ବାସ ସ୍କିମ ସମୟସୀମା 2020 ଡିସେମ୍ବର 31କୁ ବୃଦ୍ଧି ହୋଇଛି । ପୂର୍ବରୁ ଏହା ଜୁନ 30 ରହିଥିଲା । ଟିକସ ଆସେସମେଣ୍ଟ ତାରିଖ ଡିସେମ୍ବର 31କୁ ବଢିଲା । ପୂର୍ବରୁ ଏହା ସେପ୍ଟମ୍ବର 30 ଯାଏଁ ରହିଥିଲା । ସେହିଭଳି 2021 ମାର୍ଚ୍ଚ 31ରେ ଶେଷ ହେଉଥିବା ଆସେସମେଣ୍ଟ ତାରିଖ ବଢାଇ 2021 ସେପ୍ଟେମ୍ବର 30 କରିଦିଆଯାଇଛି ।
ଏପରି ଭାବେ TDS ହ୍ରାସ ନେଇ ଘୋଷଣା ହୋଇଛି । ୨୫% ଟିଡିଏସ ହ୍ରାସ ଦ୍ୱାରା ଟିକସଦାତାଙ୍କୁ ୫୦ ହଜାର କୋଟି ଲାଭ ମିଳିବ । ଏହି ନିୟମ ଆସନ୍ତା କାଲିଠାର ଲାଗୁ ହେବ ।