ETV Bharat / business

ଚାହିଦା ନାହିଁ, ପୁଣି ଜାନୁଆରୀରେ ପାସେଞ୍ଜର ବିକ୍ରି ହ୍ରାସ

author img

By

Published : Feb 10, 2020, 2:01 PM IST

କମିନି ଅଟୋ ମୋବାଇଲ ସେକ୍ଟର ସଙ୍କଟ । ଲଗାତାର ହ୍ରାସ ପାଇଚାଲିଛି ଗାଡି ବିକ୍ରି ସଂଖ୍ୟା ।2020 ପ୍ରଥମ ମାସରୁ ପାସେଞ୍ଜର ଯାନ ବିକ୍ରି ନକରାତ୍ମକ ରହିଛି ।

Domestic passenger vehicle sales drop 6.2% in January
ଚାହିଦା ନାହିଁ, ପୁଣି ଜାନୁଆରୀରେ ପାସେଞ୍ଜର ବିକ୍ରି ହ୍ରାସ

ଗ୍ରେଟର ନୋଏଡା: କମିନି ଅଟୋ ମୋବାଇଲ ସେକ୍ଟର ସଙ୍କଟ । ଲଗାତାର ହ୍ରାସ ପାଇଚାଲିଛି ଗାଡି ବିକ୍ରି ସଂଖ୍ୟା ।2020 ପ୍ରଥମ ମାସରୁ ପାସେଞ୍ଜର ଯାନ ବିକ୍ରି ନକରାତ୍ମକ ରହିଛି ।

2020 ଜାନୁଆରୀ ମାସରେ ପାସେଞ୍ଜର ବିକ୍ର 6.2ପ୍ରତିଶତ ଖସିଛି । ଯାନ ବିନିର୍ମାଣ ସଂଗଠନ ସିଆମ ପକ୍ଷରୁ ସୋମବାର ଏ ନେଇ ସୂଚନା ଦିଆଯାଇଛି । ଦୁର୍ବଳ ମୋଟ ଘରୋଇ ଉତ୍ପାଦ(ଜିଡିପି) ହାର ଯୋଗୁଁ ଗାଡି ବିକ୍ରି ସଂଖ୍ୟା କମୁଛି ବୋଲି ସିଆମ ଅଧ୍ୟକ୍ଷ ରାଜନ ଓ୍ବାଧେରା କହିଛନ୍ତି ।

ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫେକ୍ଚର୍ସ(ସିଆମ) ରିପୋର୍ଟ ମୁତାବକ ଜାନୁଆରୀରେ ଘରୋଇ ବଜାରରେ ମୋଟ 2,62,714 ପାସେଞ୍ଜର ଯାନ ବିକ୍ରି ହୋଇଛି । ଯାହା 2019 ଜାନୁଆରେ 2,80,091 ରହିଥିଲା ।

ଏହି ଅବଧିରେ କାର ବିକ୍ରି 8.1 ପ୍ରତିଶତ ହ୍ରାସ ପାଇ 1,64,793 ଥିଲା । ଯେତେବେଳେ କି ଗତ ବର୍ଷ ଜାନୁଆରୀରେ ଏହା 1,79,324 ରହିଥିଲା । ସିଆମ ଅନୁସାରେ ବିଭିନ୍ନ ଶ୍ରେଣୀର ଗାଡି ବିକ୍ରି ଜାନୁଆରୀରେ 13.83 ପ୍ରତିଶତ କମି 17,39,975 ରହିଛି । ଯାହା ପୂର୍ବ ବର୍ଷ ପ୍ରାୟ 20,19,253 ଥିଲା ।

ବାୟୁ ପ୍ରଦୂଷଣ ରୋକିବା ପାଇଁ କେନ୍ଦ୍ର ସରକାର ଏପ୍ରିଲ ପହିଲାରୁ ଭାରତ ଷ୍ଟେଜ-6 (ବିଏସ) ମାନଦଣ୍ଡ ଲାଗୁ ହେବ । ଏହାକୁ ଦେଖିବାକୁ ଗଲେ ଗାଡି ବିନିର୍ମାତାମାନେ ବିଏସ-4 ଠାରୁ ବିଏସ 6ରେ ପରିବର୍ତ୍ତ କରିଛନ୍ତି । ଏଥିଯୋଗୁଁ ଗାଡିର ଉତ୍ପାଦନ ଖର୍ଚ୍ଛ ମଧ୍ୟ ବୃଦ୍ଧି ପାଇଛି । ଫଳରେ ଦାମ ମଧ୍ୟ ବଢିଛି । ଏଥିଯୋଗୁଁ ବହୁ କମ୍ପାନୀ ଜାନୁଆରୀରୁ ଗାଡି ଦାମ ବଢାଇଦେଇଛନ୍ତି ।

ସୌଜନ୍ୟ-PTI

Intro:Body:

SDF

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.