ETV Bharat / business

ଚୀନ ସାମଗ୍ରୀ ବର୍ଜନ: ଏଥର ଦିପାବଳୀରେ 72 ହଜାର କୋଟିର ବ୍ୟବସାୟ

author img

By

Published : Nov 16, 2020, 7:07 PM IST

ଚୀନ ସାମଗ୍ରୀର ବର୍ଜନ, ଭାରତୀୟ ସାମଗ୍ରୀର ଅଧିକ ବ୍ୟବବାର ସହ ଦେଶରେ 8 ମାସର ବ୍ୟାପର କଟକଣା କୋହଳ ହୋଇଛି । ଏଥିସହ ଏଥର ଦିପାବଳୀରେ ଭଲ ବିକ୍ରି ହୋଇଥିବା ରିପୋର୍ଟ ଆସିଛି । ଅଧିକ ପଢନ୍ତୁ..

ଚୀନ ସାମଗ୍ରୀ ବର୍ଜନ: ଏଥର ଦିପାବଳୀରେ 72 ହଜାର କୋଟିର ବ୍ୟବସାୟ
ଚୀନ ସାମଗ୍ରୀ ବର୍ଜନ: ଏଥର ଦିପାବଳୀରେ 72 ହଜାର କୋଟିର ବ୍ୟବସାୟ

ନୂଆଦିଲ୍ଲୀ: କୋରୋନା ମହାମାରୀର ଗମ୍ଭୀର ସଙ୍କଟ ମଧ୍ୟରେ ଏ ବର୍ଷ ଦିପାବଳୀ ଦେଶରେ ସମ୍ପୁର୍ଣ୍ଣ ସ୍ବତନ୍ତ୍ର ଭାବେ ପାଳନ ହୋଇଛି । ତେବେ ଚଳିତ ଥରର ଦିପାବଳୀରେ ବହୁ ଖାସ ନୂଆ ବିଶେଷତା ରହିଛି । ଏଥିରେ ଚୀନ ସାମଗ୍ରୀର ବର୍ଜନ, ଭାରତୀୟ ସାମଗ୍ରୀର ଅଧିକ ବ୍ୟବବାର ସହ ଦେଶରେ 8 ମାସର ବ୍ୟାପକ କଟକଣା କୋହଳ ହୋଇଛି ।

କନଫେଡରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଅନୁସାରେ ରିଟେଲ ବ୍ୟାପରର ବିଭିନ୍ନ ବର୍ଗର ବସ୍ତୁ ବିକ୍ରି ବଢିଛି । ଏହି ବର୍ଗରେ ବିଶେଷ କରି ଭାରତରେ ତିଆରି ଏଫଏମସିଜି ଉତ୍ପାଦ, ଉପଭୋକ୍ତା ବସ୍ତୁ, ଖେଳଣା , ବିଦ୍ୟୁତ ଉପକରଣ ଓ ସାମଗ୍ରୀ , ଇଲୋକ୍ଟଟ୍ରୋନିକ ଉପକରଣ ଓ ରୋଷେଇ ଜିନିଷ , ଉପହାର ବସ୍ତୁ, ମିଠା-ନମକିନ, ଘର ସାମଗ୍ରୀ, ବାସନକୁସନ, ସୁନା ଓ ଗହଣା , ଜୋତା, ଘଣ୍ଟା , ଫର୍ଣ୍ଣିଚର , ଡ୍ରେସ , ଫ୍ୟାସେନ ସାମଗ୍ରୀ , ମାଟି ଦୀପ , ଘର ସଜାଇବା ସାମଗ୍ରୀ , ଦିପାବଳୀ ପୂଜା ସାମଗ୍ରୀ, ହସ୍ତକଳା ବସ୍ତୁ, ପାର୍ବଣରେ ବ୍ୟବହୃତ ସାମଗ୍ରୀ ଆଦି ବସ୍ତୁ ସାମିଲ ଅଛି ।

ସିଏଆଇଟିର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, ଦେଶର 20 ଅଲଗା ଅଲଗା ସହର , ଯେଉଁଠି ଦେଶର ଭିନ୍ନ ଭିନ୍ନ ବିତରଣ କେନ୍ଦ୍ର ଅଛି । ସେଠାରୁ ଏକତ୍ରିତ ରିପୋର୍ଟ ଅନୁସାରେ ଦିପାବଳୀ ପାର୍ବଣ ସିଜନରେ ସମଗ୍ର ଦେଶରେ ପ୍ରାୟ 72 ହଜାର କୋଟି ଟଙ୍କାର କାରବାର ହୋଇଛି । ଆଉ ଏହା ଦ୍ବାରା ଚୀନକୁ ସିଧାସଳଖ ପାଖାପାଖୀ 40 ହଜାର କୋଟି ଟଙ୍କାର ବ୍ୟାପର ଘାଟା ହୋଇଛି ।

ଗତ ଦିପାବଳୀ ଠାରୁ ଏହି ଦିପାବଳୀ ସେୟାର ସୂଚକାଙ୍କରେ , କୋରୋନା ଏବଂ ଲକଡାଉନ ପ୍ରଭାବ ସତ୍ତ୍ବେ ପ୍ରାୟ 10 ପ୍ରତିଳଶତ ବୃଦ୍ଧି ହୋଇଛି । ପୁନରୁଦ୍ଧାରର ଭଲ ଲକ୍ଷଣ ଏବଂ ଜାରି ନିବେଶ ଯୋଗୁଁ ନିଫ୍ଟି ଆଗାମୀ ଦିନରେ 14,000 ଛୁଇଁବ ବୋଲି ଆଶା କରାଯାଉଛି |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.