ETV Bharat / business

ଦିଲ୍ଲୀ ହିଂସା: ବୀମା କମ୍ପାନୀଙ୍କ ସହ ବୈଠକ ଡାକିଲେ ପିଏମଓ

author img

By

Published : Mar 3, 2020, 3:51 PM IST

ଉତ୍ତର-ପୂର୍ବ ଦିଲ୍ଲୀର ଦଙ୍ଗା ଅଞ୍ଚଳରୁ ଆସିଥିବା ଅଭିଯୋଗର ଶୀଘ୍ର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ବୀମାକାରୀଙ୍କ ସହ ଏକ ବୈଠକ ଡକାଯାଇଛି । ତେବେ ହିଂସାକାଣ୍ଡ ପରେ ରାଜଧାନୀ ସ୍ଥତି ସ୍ବାଭାବିକ ଅବସ୍ଥାକୁ ଫେରିଛି ।

Delhi violence
ଦିଲ୍ଲୀ ହିଂସା: ବୀମା କମ୍ପାନୀଙ୍କ ସହ ବୈଠକ ଡାକିଲେ ପିଏମଓ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ଦଙ୍ଗା ଅଞ୍ଚଳରୁ ଆସିଥିବା ଅଭିଯୋଗର ଶୀଘ୍ର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ବୀମାକାରୀଙ୍କ ସହ ଏକ ବୈଠକ ଡକାଯାଇଛି । ତେବେ ହିଂସାକାଣ୍ଡ ପରେ ରାଜଧାନୀ ସ୍ଥତି ସ୍ବାଭାବିକ ଅବସ୍ଥାକୁ ଫେରିଛି ।

ଦିଲ୍ଲୀ ହିଂସାକାଣ୍ଡରେ ପ୍ରାୟ ପ୍ରାୟ 25 ହଜାର କୋଟିକ କ୍ଷୟକ୍ଷତି ଘଟିଥିବା ଏକ ଆକଳନରୁ ଜଣାପଡିଛି । ଦିଲ୍ଲୀ ଚାମ୍ବର୍ସ ଅଫ କମର୍ସରୁ ସୋମବାର ଏହି ତଥ୍ୟ ପ୍ରଦାନ କରାଯାଇଛି । ହିଂସା ସମୟରେ ବହୁ ଲୋକଙ୍କ ଘର, ଦୋକାନ , ଯାନବାହନ ଆଦିକୁ ଦଙ୍ଗାକାରୀମାନେ ଜାଳିଦେଇଛନ୍ତି । ଏ ନେଇ ବୀମା ଦାବି ହୋଇପାରେ ।

ପିଏମଓ ପୂର୍ବରୁ ହିଁ ପ୍ରତିକ୍ଷିତ ଦାବି ଏବଂ ସମ୍ଭାବ୍ୟ ପରିସ୍ଥିତି ଉପରେ ସ୍ଥିତି ଅନୁଧ୍ୟାନ କରିସାରିଛି । ରାଜ୍ୟ ଜୀବନ ବୀମାକାରୀ ଏଲଆଇସି ପକ୍ଷରୁ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ପୋଲିସ ହେଡ କନଷ୍ଟେବଳଙ୍କ ଦାବିକୁ ସମାଧାନ କରିସାରିଛି ବୋଲି ସୂତ୍ରରୁ ପ୍ରକାଶ ପାଇଛି ।

ଏ ପର୍ଯ୍ୟନ୍ତ ଦାଖଲ ହୋଇଥିବା ଅଧିକାଂଶ ଅଭିଯୋଗରେ ମୋଟର ଯାନ କ୍ଷତି ଏବଂ ବ୍ୟବସାୟ ନଷ୍ଟ ନେଇ ସମ୍ବନ୍ଧିତ ରହିଛି | ଭାରତରେ ସାଧାରଣତ ସମ୍ପତ୍ତି, ବ୍ୟବସାୟ, ଦୋକାନ ଏବଂ ଘର ଆଦି ବୀମାଭୁକ୍ତ ହୋଇନଥାଏ | ତେବେ ଦେଶରେ କେବଳ ମୋଟର ଇନସୁରାନ୍ସ ବାଧ୍ୟତାମୂଳକ ହୋଇଥିବାରୁ ଯାନବାହନ କ୍ଷୟକ୍ଷତି ଏ ପର୍ଯ୍ୟନ୍ତ ପ୍ରମୁଖ ଦାବି ସୃଷ୍ଟି କରିଛି । ତଥାପି ପରିସ୍ଥିତି ସୁଧୁରୁଛି ବୋଲି ଏକ ଘରୋଇ ବୀମା ସଂସ୍ଥାର କାର୍ଯ୍ୟନିର୍ବାହୀ କହିଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ଏ ନେଇ ଏକ ବୈଠକ ହୋଇଛି । ଆଉ ଏକ ବୈଠକ ହେବ । ପ୍ରଧାନ ସଚିବ ଏହା ଉପରେ ବିଚାର କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.