ETV Bharat / business

କୋଭିଡ ମାଡ: କମିଲା ପରିବାରର ସଞ୍ଚୟ - household savings due to Covid-19

ଚାକିରିରୁ ଛଟେଇ, ଦରମା ହ୍ରାସ ବା ପେମେଣ୍ଟରେ ବିଳମ୍ବ ଯୋଗୁଁ ପରିବାରର ଖର୍ଚ୍ଚ ସହ ସଞ୍ଚୟ ଗଭୀର ଭାବେ ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ..

କୋଭିଡ ମାଡ : କମିଲା ପରିବାରର ସଞ୍ଚୟ
କୋଭିଡ ମାଡ : କମିଲା ପରିବାରର ସଞ୍ଚୟ
author img

By

Published : Dec 16, 2020, 7:02 AM IST

ନୂଆଦିଲ୍ଲୀ:କୋଭିଡ-19 ମହାମାରୀ ଯୋଗୁଁ ପରିବାରର ସଞ୍ଚୟ ହ୍ରାସ ହୋଇଛି । ଏକ ସର୍ଭେରେ ବଡ ସଂଖ୍ୟକ ଉପଭୋକ୍ତା କହିଛନ୍ତି ଯେ, ମହାମାରୀ ଯୋଗୁଁ ସେମାନଙ୍କ ସଞ୍ଚୟ ହ୍ରାସ ହୋଇଛି ।

ସର୍ଭେରେ କୁହାଯାଇଛି କି, ଚାକିରିରୁ ଛଟେଇ, ଦରମା ହ୍ରାସ ବା ପେମେଣ୍ଟରେ ବିଳମ୍ବ ଯୋଗୁଁ ପରିବାରର ଖର୍ଚ୍ଚ ସହ ସଞ୍ଚୟ ଗଭୀର ଭାବେ ପ୍ରଭାବିତ ହୋଇଛି। ଲୋକାଲ ସର୍କିଲ୍ସର ଉପଭୋକ୍ତାଙ୍କ ସ୍ଥିତି ଉପରେ 6 ମାସ ସର୍ଭେରେ କୁହାଯାଇଛି କି ମହାମାରୀକୁ ଏବେ 9 ମାସ ବିତିଗଲାଣି । ଏଥିମଧ୍ୟରେ ବହୁ ଲୋକ ରୋଜଗାର ହରାଇଛନ୍ତି । ବହୁତଙ୍କ ଦରମା କମିଛି । ଯାହା ଦ୍ବାରା ସମସ୍ତେ ଆର୍ଥିକ ସଙ୍କଟରେ ଜୁଝୁଥିବା ବେଳେ ଏହି ସଙ୍କଟରୁ ମୁକୁଳିପାରୁନାହାନ୍ତି ।

ସର୍ଭେରେ ସାମିଲ 8,240 ଲୋକଙ୍କ ମଧ୍ୟରୁ 68 ପ୍ରତିଶତ କହିଛନ୍ତି ଯେ, କୋଭିଡ-19 ମହାମାରୀ କାରଣରୁ ଗତ 8 ମାସରେ ସେମାନଙ୍କ ସଞ୍ଚୟ ଖସିଛି । ପାର୍ବଣ ସମୟରେ ଉପଭୋକ୍ତାଙ୍କ ଖର୍ଚ୍ଚକୁ ଦୃଷ୍ଟିରେ ରଖି କରାଯାଇଥିବା ଏକ ସର୍ଭେରୁ ଏନେଇ ଜଣାପଡିଛି । ତେବେ ଆସନ୍ତା 4 ମାସ ପାଇଁ ଖର୍ଚ୍ଚ ଯୋଜନା , ପରିବାରର ଆମଦାନୀକୁ ନେଇ ଆଶା ତଥା ମାର୍ଚ୍ଚ ଯାଏଁ ସଞ୍ଚୟ ସ୍ଥିତିର ଆକଳନ ପାଇଁ ଏହି ସର୍ଭେ ହୋଇଥିଲା ।

ଏହି ସର୍ଭେରେ ଦେଶର 302 ଜିଲ୍ଲାର ପ୍ରାୟ 44,000 ପ୍ରତିକ୍ରିୟା ମିଳିଛି । ଏଥିରେ 62 ପ୍ରତିଶତ ପୁରୁଷ ଓ 38 ପ୍ରତିଶତ ମହିଳା ସାମିଲ ଅଛନ୍ତି । ସର୍ଭେରେ ସାମିଲ ଲୋକଙ୍କ ମଧ୍ୟରୁ 55 ପ୍ରତିଶତ ପ୍ରଥମ ଶ୍ରେଣୀର ସହରରୁ ରହିଛନ୍ତି । 26 ପ୍ରତିଶତ ଦ୍ବିତୀୟ ଶ୍ରେଣୀର ଓ 19 ପ୍ରତିଶତ ତୃତୀୟ ଓ ଚତୁର୍ଥ ଶ୍ରେଣୀର ସହର ବା ଗ୍ରାମୀଣ ଜିଲ୍ଲାରୁ ରହିଛନ୍ତି ।

ସର୍ଭେ ଅନୁସାରେ, ପାଖାପାଖୀ 50 ପ୍ରତିଶତ ଲୋକଙ୍କ କହିଛନ୍ତି ଯେ, ଆସନ୍ତା 4 ମାସ ମଧ୍ୟରେ ସମ୍ପତ୍ତି କିମ୍ବା ଅନ୍ୟ କ୍ଷେତ୍ରରେ ଖର୍ଚ୍ଚ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.