ETV Bharat / business

‘ପ୍ରଭାବିତ ସେକ୍ଟର ପାଇଁ ଦ୍ବିତୀୟ ରାଉଣ୍ଡ ଆର୍ଥିକ ପ୍ୟାକେଜ ଜରୁରୀ’ - ଏସବିଆଇ

କୋରୋନା ମହାମାରୀ ଓ ଲକଡାଉନରେ ପ୍ରଭାବିତ ସେକ୍ଟରକୁ ବୁଷ୍ଟର ଦେବା ପାଇଁ ଦ୍ବିତୀୟ ଆର୍ଥିକ ପ୍ୟାକେଜ ପାଇଁ ଯୁକ୍ତି ବାଢିଛନ୍ତି ଏସବିଆଇ ଅର୍ଥନୀତିଜ୍ଞ । ଅଧକ ପଢନ୍ତୁ..

‘ପ୍ରଭାବିତ ସେକ୍ଟର ପାଇଁ ଦ୍ବିତୀୟ ରାଉଣ୍ଡ ଆର୍ଥିକ ପ୍ୟାକେଜ ଜରୁରୀ’

author img

By

Published : Jun 29, 2020, 5:07 PM IST

ମୁମ୍ବାଇ: ସେୟାର ବଜାରରେ ଦେଖାଦେଇଥିବା ଅଭିବୃଦ୍ଧିକୁ ଆର୍ଥିକ ସ୍ଥିତିର ସୁଧାର ସହ ଜଡିତ କରାଯାଇପାରିବ ନାହିଁ । ଏହା କେବଳ ଅଯୌକ୍ତିକ ଉତ୍ସାହର ସଙ୍କେତ ହୋଇପାରେ । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଅର୍ଥନୀତିଜ୍ଞ ଏ ନେଇ ଯୁକ୍ତି ବାଢିଛନ୍ତି ।

ଏଥିସହ ଅର୍ଥବ୍ୟବସ୍ଥାର ପ୍ରଭାବିତ ସେକ୍ଚରକୁ ଦ୍ବିତୀୟ ରାଉଣ୍ଡର ଆର୍ଥିକ ଡୋଜ ଦେବାକୁ ବି ଅର୍ଥନୀତିଜ୍ଞଙ୍କମାନେ ଜୋର ଦେଇଛନ୍ତି । ସେମାନେ ଚେତାବନୀ ଦେଇ ମଧ୍ୟ କହିଛନ୍ତି କି, ସେପ୍ଟେମ୍ବର ପରେ ଯେବେ ଋଣ କିସ୍ତି ସ୍ଥଗିତ ଅବଧି ଶେଷ ହୋଇଯିବ ସେତେବେଳେ ବ୍ୟାଙ୍କ ଅନାଦେୟ ଋଣ(ଏନପିଏ) ଭାର ବୃଦ୍ଧିର ରିପୋର୍ଟ ଜାରି କରିପାରେ ।

କୋଭିଡ-19 ସଂକ୍ରମଣ ଆରମ୍ଭରେ ସେୟାର ବଜାରରେ ଭାରୀ ହ୍ରାସ ଦେଖିବାକୁ ମିଳିଥିଲା । ଏଥିମଧ୍ୟରେ ବଜାର 20 ପ୍ରତିଶତରୁ ଅଧିକ ପର୍ଯ୍ୟନ୍ତ ଖସିଥିଲା । ଏହା ପରେ ଗତ କିଛି ସପ୍ତାହ ଧରି ବଜାର ଉଛୁଳୁଛି । ଏଥିସହ କ୍ଷତିର କିଛି ଭରପୋଷଣ ମଧ୍ୟ ହୋଇଛି ।

ତେବେ ‘‘ ବଜାର ଯଦି ବଳବାନ ହେଉଛି ତେବେ ଏହାର ଅର୍ଥ ଅର୍ଥବ୍ୟବସ୍ଥାକୁ ସୁଧୁରୁଛି ନୁହେଁ ’’ ବୋଲି ଅର୍ଥନୀତିଜ୍ଞମାନେ ଜଣାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.