ନୂଆଦିଲ୍ଲୀ: ଜୁନରେ ହୋଇପାରେ ଦ୍ରବ୍ୟ ଓ ସେବା କର(ଜିଏସଟି) ପରିଷଦର 40 ତମ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଅଣ-ଆବଶ୍ୟକ ସାମଗ୍ରୀ ଉପରେ ଟିକସ ବ୍ୟତିତ ରାଜସ୍ବ ବୃଦ୍ଧି ଉପାୟ ସମ୍ବନ୍ଧରେ ଆଲୋଚନା କରାଯିବ ।
ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସମୟରେ କୌଣସି ଦ୍ରବ୍ୟ ଓ ସେବା ଉପରେ ଟିକସ ବୃଦ୍ଧି ପାଇଁ କେନ୍ଦ୍ର ଚାହୁନାହିଁ । କାରଣ ଏହା ଉପଯୋଗୀତା ଓ ଚାହିଦାକୁ ପ୍ରବଳ ମାତ୍ରାରେ ପ୍ରଭାବିତ କରିବ । ଯାହାକି କୋଭିଡ-19 ମହାମାରୀ ଓ ଲକଡାଉନ କଟକଣା ଯୋଗୁଁ ପୂର୍ବରୁ ହିଁ ହ୍ରାସ ପାଇଛି ।
ଆଶା କରାଯାଉଛି କି କେନ୍ଦ୍ର ଓ ରାଜ୍ୟର ରାଜସ୍ବ ବୃଦ୍ଧି ପାଇଁ ଜିଏସଟି ପରିଷଦ କେତେକ ଅଣ -ଅତ୍ୟବଶ୍ୟକ ସାମଗ୍ରୀ ଉପରେ ଟିକସ ବୃଦ୍ଧି ନେଇ ବିଚାର କରିପାରେ । କୋରୋନା କଟକଣା ଯୋଗୁଁ ଏପ୍ରିଲରେ ଅନେକ ରାଜ୍ୟର ଜିଏସଟି ସଂଗ୍ରହ 80ରୁ 90 ପ୍ରତିଶତ ହ୍ରାସ ହୋଇଛି । ତେବେ ଏ ନେଇ ଏପ୍ରିଲର ଜିଏସଟି ଆଦାୟ ଡାଟା ପ୍ରକାଶ କରାଯାଇନାହିଁ ।
କିଛି ଦିନ ତଳେ ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ ସୂଚନା ଦେଇଥିଲେ କି, ଏପ୍ରିଲ ମାସର ଜିଏସଟି ସମଗ୍ରହ ତଥ୍ୟର ବାସ୍ତବ ଚିତ୍ର ଜୁନ 30 ସୁଦ୍ଧା ମିଳିପାରିବ । କାରଣ ଜିଏସଟି ରିଟର୍ଣ୍ଣ ଜମା ଅବଧି ବୃଦ୍ଧି ହୋଇଛି । 5 କୋଟିରୁ ଉର୍ଦ୍ଧ୍ବ କାରବାର କରୁଥିବା କରଦାତାଙ୍କୁ ମଧ୍ୟ ଅତିରିକ୍ତ ସମୟ ମିଳିବ ।