ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍ଡି ଓ ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ସୋମବାର ଆଇସିଆଇସିଆଇ ବ୍ୟାଙ୍କ ଓ ଭିଡିଓକନ ମାମଲାରେ ଇଡି ତାଙ୍କୁ ଗିରଫ କରିଥିଲା ।
ମନି ଲଣ୍ଡରିଂ ନିରୋଧୀ ଆଇନ (ପିଏମଏଲଏ) ଆଧାରରେ ଇଡି ଗତ ବର୍ଷ ଚନ୍ଦା ଓ ଦୀପକ ଏବଂ ଭିଡିଓକନ ଗ୍ରୁପର ପ୍ରମୁଖ ବେଣୁଗୋପାଳ ଧୂତଙ୍କ ନାଁରେ ଅପରାଧିକ ଷଡଯନ୍ତ୍ର ମାମଲା ରୁଜୁ କରିଥିଲା ତେବେ ନୂଆ ପ୍ରମାଣପତ୍ରକୁ ଭିତ୍ତି କରି ଇଡି ପକ୍ଷରୁ ଜେରା କରାଯାଇ ଦୀପକୁ ଗିରଫ କରାଯାଇଛି ।
ତେବେ ଏଜେନ୍ସି ଏହି ମାମଲାର ଅଧିକ ଯାଞ୍ଚ ପାଇଁ ତାଙ୍କୁ ହେପାଜତରେ ନେବାକୁ ସ୍ଥାନୀୟ କୋର୍ଟରେ ହାଜର କରାଇଛି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ