ETV Bharat / business

ଓଡିଶାକୁ ଆଶ୍ବସ୍ତି, 2ଟି କିସ୍ତିରେ ମିଳିବ ଜିଏସଟି କ୍ଷତିପୂରଣ - Centre to release GST compensation to states in 2 instalments

ଓଡିଶାକୁ ଆଶ୍ବସ୍ତି । ମିଳିବ ଜିଏସଟି (ଦ୍ରବ୍ୟ ଓ ସେବା କର) କ୍ଷତିପୂରଣ ବକେୟା । 2ଟି କିସ୍ତିରେ କେନ୍ଦ୍ର ଦେବ ଟଙ୍କା । ସୋମବାର କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ଲୋକସଭାରେ ଜଣାଇଛନ୍ତି ।

Centre to release GST compensation to states in 2 instalments
ଓଡିଶାକୁ ଆଶ୍ବସ୍ତି, 2ଟି କିସ୍ତିରେ ମିଳିବ ଜିଏସଟି କ୍ଷତିପୂରଣ
author img

By

Published : Feb 3, 2020, 4:22 PM IST

ନୂଆଦିଲ୍ଲୀ: ଓଡିଶାକୁ ଆଶ୍ବସ୍ତି । ମିଳିବ ଜିଏସଟି (ଦ୍ରବ୍ୟ ଓ ସେବା କର) କ୍ଷତିପୂରଣ ବକେୟା । 2ଟି କିସ୍ତିରେ କେନ୍ଦ୍ର ଦେବ ଟଙ୍କା । ସୋମବାର କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ଲୋକସଭାରେ ଜଣାଇଛନ୍ତି ।

ପ୍ରଶ୍ନକାଳ ସମୟରେ ତେଲେଙ୍ଗାନା ଓ ଓଡିଶା ସାଂସଦ ଅଭିଯୋଗ କରିଥିଲେ, ଜିଏସଟି ଓ ଆଇଜିଏସଟିରୁ ରାଜ୍ୟ ତାର ଭାଗ ଏ ପର୍ଯ୍ୟନ୍ତ ପାଇନାହିଁ । ଏହାର ଜବାବ ଦେବାକୁ ଯାଇ ମନ୍ତ୍ରୀ କହିଛନ୍ତି ଯେ, 2ଟି କିସ୍ତିରେ ରାଜ୍ୟକୁ ସେମାନଙ୍କ ଜିଏସଟି ବାବଦ କ୍ଷତିପୂରଣ ପ୍ରଦାନ କରାଯିବ ।

ମନ୍ତ୍ରୀ କହିଛନ୍ତି ଯେ, ଜିଏସଟି( ରାଜ୍ୟକୁ କ୍ଷତିପୂରଣ) ଅଧିନିୟମ 2017 ଅନୁଯାୟୀ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ(UT with legislature only)କୁ ଜିଏସଟି ଲାଗୁ ପରଠୁ ଦ୍ବିମାସିକ ଆଧାରରେ କ୍ଷତିପୂରଣ ଦିଆଯିବ । 2017 ଜୁଲାଇ ପରଠୁ ଦ୍ବିମାସିକ ଆଧାରରେ ରାଜ୍ୟକୁ ଜିଏସଟି କ୍ଷତିପୂରଣ ପ୍ରଦାନ ହେଉଛି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଜଣାଇଛନ୍ତି ।

2017 ଜୁଲାଇ ପହିଲାରୁ ଜିଏସଟି ଲାଗୁ ହେବା ପରେ ରାଜ୍ୟ ଓ ଦିଲ୍ଲୀ , କେନ୍ଦ୍ରଶାସିତ ଅଞ୍ଚଳର କ୍ଷତିପୂରଣ ବାବଦକୁ ମୋଟ 2,10,969.49 କୋଟି ଟଙ୍କା ଦିଆଯାଇଛି ।

(ପିଟିଆଇ)

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.