ନୂଆଦିଲ୍ଲୀ: ଚୀନ ଉପରେ ବଢିବ ପ୍ରତିବନ୍ଧକ । ନିମ୍ନ ମାନର ସାମଗ୍ରୀ ଆମଦାନୀ ହ୍ରାସ ଓ ସ୍ବଦେଶୀ ଦ୍ରବ୍ୟ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରୟାସ ଜାରି ରଖିଛି ଭାରତ । ଏଥିପାଇଁ ଭାରତ ଲଗାତାର ଭାବେ ଚୀନ ସାମଗ୍ରୀ ଉପରେ କଟକଣା ଲାଗୁ କରୁଛି ।
ପୂର୍ବରୁ ଚୀନ ଆପ ବ୍ୟାନ ସହ ବିଭିନ୍ନ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଅଙ୍କୁଶ ଲଗାଇଥିଲେ । ଆଗକୁ ମଧ୍ୟ ଆସବାପତ୍ର ଓ ଖେଳନା , ସ୍ପୋର୍ଟସ ସାମଗ୍ରୀ ଆମଦାନୀ ପାଇଁ ଲାଇସେନ୍ସ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ହୋଇଛି । ଆତ୍ମନିର୍ଭ ଭାରତ ଅଭିଯାନକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି । ଫଳରେ ଆମଦାନୀ କମିବା ସହ ଘରୋଇ ସମଗ୍ରୀକୁ ପ୍ରଡକ୍ଟ କମିବ । ଏ ନେଇ ଜଣେ ଅଧିକାରୀ କହିଛନ୍ତି ।
ବର୍ତ୍ତମାନ ସୁଦ୍ଧା ଭାରତକୁ ଆମଦାନୀ ହେଉଥିବା ଟାୟାର ଏବଂ କଲର ଟିଭି ଉପରେ ଲାଇସେନ୍ସ ବ୍ୟବସ୍ଥା ଲାଗୁ କରିଛନ୍ତି । ପ୍ରକାଶ ଯେ, ଆମଦାନୀ ହେଉଥିବା ମୋଟ ଟିଭି ଓ ଟାୟାରରେ ଚୀନର ଯୋଗଦାନ ଅଧିକ ରହିଛ ।
ଆମଦାନୀ ଶ୍ଲକ୍ଲ ବଢାଇବା ପାଇଁ ସରକାର ଯୋଜନା କରୁଥିଲେ ସୁଦ୍ଧା ଏହା ଦ୍ବାରା ଏତେ ଫାଇଦା ମିଳିନାହିଁ କାରଣ ଆମଦାନୀ ବ୍ୟବହୁଳ ପରେ ବି ଆମଦାନୀ ଜାରି ରହିଛି । ଏଣୁ ଲାଇସେନ୍ସ ବ୍ୟବସ୍ଥାକୁ ଲାଗୁ ପାଇଁ ନିର୍ଣ୍ଣୟ ନିଆଯାଉଛି । ଏହା ଫଳରେ ଆମଦାନୀ ହ୍ରାସ ହେବ ।