ନୂଆଦିଲ୍ଲୀ: ଆଜି ସଂସଦରେ ଆଗତ ହୋଇଛି 2020-21 ବର୍ଷର ପୂର୍ଣ୍ଣାଙ୍ଗ ବଜେଟ। ନୂଆ ଦଶକର ଏହି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ବିଭିନ୍ନ ଦିଗ ଉପରେ ଗୁରୁତ୍ବ ଦେବାକୁ ପ୍ରୟାସ ହୋଇଛି । ଚଳିତ ବଜେଟ କେତେ ଲାଭପ୍ରଦ ହୋଇଛି? ଏହା ଦ୍ବାରା କେତେ ପ୍ରଭାବିତ ହେବେ 130 କୋଟି ଜନତା ? କଣ ଶସ୍ତା ଆଉ କଣ ମହଙ୍ଗା ହୋଇଛି ନଜର ପକାନ୍ତୁ...
ବଜେଟ ଘୋଷଣା ବେଳେ ବହୁ ସାମଗ୍ରୀ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରାଯାଇଛି । ଯେଉଁଥିପାଇଁ ଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ପକେଟ ଉପରେ ପଡିବ ।
କ’ଣ ହେବ ମହଙ୍ଗା
- ସିଗାରେଟ, ତମ୍ବାଖୁ ଉତ୍ପାଦ
- ଫୁଟୱେର ଓ ପର୍ଣ୍ଣିଚର
- ମେଡିକାଲ ସାମଗ୍ରୀ ଆମଦାନୀ ଉପରେ ସ୍ବାସ୍ଥ୍ୟ ସେସ
- କାନ୍ଥ ପଙ୍ଖା( ଆମଦାମୀ ଶୁଳ୍କ 7.5 ପ୍ରତିଶତରୁ 20 ପ୍ରତିଶତ ବଢିଲା)
- ରୋଷେଇ ଘରର ସାମଗ୍ରୀ, ଷ୍ଟିଲ , କପର, ମାଟି ଲୁହା ତିଆରି ଚାଇନା ସାମଗ୍ରୀ
କଣ ହେବ ଶସ୍ତା
- ନ୍ୟୁଜ ପ୍ରିଣ୍ଟ, ହାଲୁକା କୋଟେଡ ପେପର
- ଆଖୁ
- କୃଷି-ପଶୁ ଆଧାରିତ ଉତ୍ପାଦ
- certain alcoholic beverages
- skimmed milk
- Tuna bait
- soya fibre, soya protein
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଏହି ବଜେଟର ଉଦ୍ଦେଶ୍ୟ ଆୟ ଓ କ୍ରୟ ଶକ୍ତି ବୃଦ୍ଧି। ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରି ଅର୍ଥବ୍ୟବସ୍ଥାକୁ ମଜବୁତ କରାଯିବ।