ETV Bharat / business

ନିର୍ବାଚନ ପରେ ମହଙ୍ଗା ହେବ ପେଟ୍ରୋଲ-ଡିଜେଲ !

author img

By

Published : Apr 22, 2021, 5:20 PM IST

ଏପ୍ରିଲ ମାସ ଶେଷ ସୁଦ୍ଧା ନିର୍ବାଚନ ଶେଷ ହେବ । ଆଉ ଏଥିସହ ତେଲ କମ୍ପାନୀ ସେମାନଙ୍କ କ୍ଷତିର ଭରଣା ପାଇଁ ବଢାଇପାରନ୍ତି ପେଟ୍ରୋଲ ଓ ଡିଜେଲ ଦାମ । ଅଧିକ ପଢନ୍ତୁ..

ନିର୍ବାଚନ ପରେ  ମହଙ୍ଗା ହେବ ପେଟ୍ରୋଲ-ଡିଜେଲ  !
ନିର୍ବାଚନ ପରେ ମହଙ୍ଗା ହେବ ପେଟ୍ରୋଲ-ଡିଜେଲ !

ନୂଆଦିଲ୍ଲୀ: ପୁଣି ବଢିବ ପେଟ୍ରୋଲ ଓ ଡିଜେଲ ଦାମ ! ଏପ୍ରିଲ ମାସ ଶେଷ ସୁଦ୍ଧା ମହଙ୍ଗା ହେବ ତେଲ । ମିଳିଥିବା ତଥ୍ୟ ଅନୁସାରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଘରୋଇ ବଜାରରେ ବୃଦ୍ଧି ପାଇବ ପେଟ୍ରୋଲ ଓ ଡିଜେଲ ଦାମ ।

ଲିଟର ପିଛା ତେଲ ବିକ୍ରିରେ ତୈଳ କମ୍ପାନୀଙ୍କୁ 2ରୁ 3 ଟଙ୍କା କ୍ଷତି ହେଉଛି । ହେଲେ ଏବେ ନିର୍ବାଚନ ଥିବାରୁ ଦାମ ବୃଦ୍ଧି ବଦଳରେ ହ୍ରାସ ଉପରେ ଗୁରୁତ୍ବ ଦିଆଯାଉଥିଲା । ତେବେ ଏସବୁ କ୍ଷତିର ଭରଣା ନିର୍ବାଚନ ପରେ କରିବାକୁ ଚାଲିଛି ଯୋଜନା ।

ଦେଶର 5 ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବାବେଳେ ପଶ୍ଚିମବଙ୍ଗରେ ଆସନ୍ତା 29 ରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବ । ଏହା ପରେ ତେଲ ଦାମ ବଢିବା ଗୋଟିଏ ପ୍ରକାର ନିଶ୍ଚିତ ହୋଇଛି ! ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ହୁହୁ ହୋଇ ବଢିଚାଲିଛି । ଏଥିସହ ଉତ୍ପାଦନ ମଧ୍ୟ କମ ରହିଛି । ଯାହାର ପ୍ରଭାବ ଭାରତକୁ ଭୋଗିବାକୁ ପଡୁଛି । ତେବେ ଏତେ ପରେ ବି ଭାରତୀୟ ତୈଳ କମ୍ପାନୀ ଦାମ ଅପରିବର୍ତ୍ତିତ ରଖିଛନ୍ତି ।

ସରକାରୀ ତଥ୍ୟର ସୂଚନା ଅନୁସାରେ ତେଲ ମାର୍କେଟିଂ କମ୍ପାନୀଗୁଡିକ ଏବେ ସହୁଥିବା କ୍ଷତିର ଭରଣା ନିର୍ବାଚନ ପରେ କରିବେ । ବର୍ତ୍ତମାନ ପେଟ୍ରୋଲ ଲିଟର ପ୍ରତି 3 ଟଙ୍କା ଓ ଡିଜେଲ 2 ଟଙ୍କା କ୍ଷତି ସହୁଛି କମ୍ପାନୀ । ଏଣୁ କ୍ରମାଗତ ଭାବେ ଦାମ ବଢାଇ କମ୍ପାନୀଗୁଡିକ କ୍ଷତିର ଭରଣା ଲକ୍ଷ୍ୟ ରହିଛି ।

ଫେବୃଆରୀ 27 ପରଠାରୁ ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ହୋଇନାହିଁ । ହେଲେ ମାର୍ଚ୍ଚ ଓ ଏପ୍ରିଲ ମାସରେ ତେଲ ଦାମ 4-4 ଥର ଥର ହ୍ରାସ ହୋଇଛି । ଜାତୀୟ ରାଜଧାନୀରେ ପେଟ୍ରୋଲ ଦାମ ଲିଟର ପ୍ରତି 77 ପଇସା ଓ ଡିଜେଲ ଲିଟର ପିଛା 74 ପଇସା ହ୍ରାସ ହୋଇଛି । ଫେବୃଆରୀରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବ୍ୟାରେଲ ପ୍ରତି 61.22 ଡଲାର ରହିଥିବା ବେଳେ ଏହା ମାର୍ଚ୍ଚ ମାସରେ ବୃଦ୍ଧି ହୋଇ 64.73 ଡଲାର ହୋଇଥିଲା । ଏହା ପରେ ପୁଣି ଏପ୍ରିଲ ଆରମ୍ଭରେ ଅଶୋଧିତ ତୈଳ ବ୍ୟାରେଲ 66 ଡଲାର ଛୁଇଁଥିଲା ।

ଘରୋଇ ତୈଳ କମ୍ପାନୀଗୁଡିକ ଅନ୍ତରାଷ୍ଟ୍ରୀୟ ବଜାରରେ ତେଲ ଦାମର 15 ଦିନ ତଥ୍ୟକୁ ଦୃଷ୍ଟିରେ ରଖି ଦାମ ନିର୍ଦ୍ଧାରଣ କରିଥାନ୍ତି । ତେବେ ଯଦିଓ ଏବେ ଅଶୋଧିତ ତୈଳ ଦାମ ଆକାଶଛୁଆଁ ରହିଛି ହେଲେ ନିର୍ବାଚନ ରହିଥିବାରୁ ଦାମ ବୃଦ୍ଧି ହେଉନାହିଁ ।

ଏକ ସାର୍ବଜନୀନ କ୍ଷେତ୍ର ତୈଳ କମ୍ପାନୀ ସୂତ୍ର ଅନୁସାରେ ଡଲାର ତୁଳନାରେ ଟଙ୍କା ସୁଦୃଢ ହେଲେ ଅଶୋଧିତ ତୈଳ ଶସ୍ତା ହେବ । ଯାହା ଫଳରେ ଘରୋଇ ଖୁଚୁରା ବଜାରରେ ପେଟ୍ରୋଲ ଓ ଡିଜେଲର ଦାମ ଏତେଟା ବଢିବ ନାହିଁ । କିନ୍ତୁ ଏପ୍ରିଲ ମାସରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ ଯୋଗୁଁ ଅଶୋଧିତ ତୈଳ ଆମଦାନୀ ବି ମହଙ୍ଗା ରହୁଛି । ଯାହାର ପ୍ରଭାବ ପେଟ୍ରୋଲ ଓ ଡିଜେଲ ପଡିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.