ETV Bharat / business

ଆମାଜନ ଦେଶର ସବୁଠୁ ଲୋକପ୍ରିୟ ଇଣ୍ଟରନେଟ ବ୍ରାଣ୍ଡ - amazon indias most desired internet brand

ଇ-କମର୍ସ ପ୍ରମୁଖ ଆମାଜନ ଭାରତରେ ସବୁଠୁ ଲୋକପ୍ରିୟ ଇଣ୍ଟରନେଟ ବ୍ରାଣ୍ଡ ହୋଇପାରିଛି। ଏହା ପଛକୁ ଗୁଗୁଲ ରହିଛି | ଟିଆର ରିସର୍ଚ୍ଚରେ ଏ ନେଇ ଜଣାପଡିଛି ।

amazon indias most desired internet brand survey
ଆମାଜନ ଦେଶର ସବୁଠୁ ଲୋକପ୍ରିୟ ଇଣ୍ଟରନେଟ ବ୍ରାଣ୍ଡ
author img

By

Published : Mar 9, 2020, 8:42 PM IST

ନୂଆଦିଲ୍ଲୀ: ଇ-କମର୍ସ ପ୍ରମୁଖ ଆମାଜନ ଭାରତରେ ସବୁଠୁ ଲୋକପ୍ରିୟ ଇଣ୍ଟରନେଟ ବ୍ରାଣ୍ଡ ହୋଇପାରିଛି। ଏହା ପଛକୁ ଗୁଗୁଲ ରହିଛି | ଟିଆର ରିସର୍ଚ୍ଚରେ ଏ ନେଇ ଜଣାପଡିଛି ।

ଏହି ତାଲିକାରେ ଲଗାତାର 5ମ ଥର ପାଇଁ ଫେସବୁକ ତୃତୀୟ ସ୍ଥାନରେ ରହିଛି । ସେହିପରି ଚତୁର୍ଥରେ ଜୋମାଟୋ, ପଞ୍ଚମରେ ଗୁଗୁଲ ପେ, ଷଷ୍ଠରେ ଓଲା ରହିଛି । ଆଉ ସପ୍ତମରେ ଓଟିଟି ସେବା ପ୍ରଦାନକାରୀ ଜି5 ରହିଛି ।

ସର୍ଭେକ୍ଷଣ ଅନୁସାରେ ଇଣ୍ଟରନେଟ ଶ୍ରେଣୀ ସୂଚୀବଦ୍ଧ 30 ବ୍ରାଣ୍ଡ ମଧ୍ୟରୁ 16 ଭାରତୀୟ , 12 ଆମେରିକା ଓ 2 ଚୀନରୁ ଅଛନ୍ତି । ଟିଆର ରିସର୍ଚ୍ଚ ସିଇଓ ଏନ ଚନ୍ଦ୍ରମୋଲିଙ୍କ କହିବା ଅନୁଯାୟୀ, ଏହି ତାଲିକାରେ ଭାରତୀୟ ଇଣ୍ଟରନେଟ୍ ବ୍ରାଣ୍ଡଗୁଡିକ ପ୍ରାଧାନ୍ୟ ବିସ୍ତାର କରିବା ଇଚ୍ଛୁକ ରହିଛନ୍ତି | ଡାଟା ବିମୁଦ୍ରୀକରଣ ଯୋଗୁଁ ପ୍ରାୟ 34 ପ୍ରତିଶତ ଭାରତୀୟଙ୍କ ପାଖରେ ସହଜ ଓ ଶସ୍ତାରେ ଡାଟା ଉପଲବ୍ଧ ରହିଥାଏ । ସେ କହିଛନ୍ତି ଯେ ବ୍ରାଣ୍ଡଗୁଡ଼ିକ ନିରନ୍ତର ସେବା , ଉପଲବ୍ଧତା ଏବଂ ବ୍ୟବହାରର ସହଜର ଗୁଣବତ୍ତା ପ୍ରଦାନ କରନ୍ତି।

ଟିଆରଏର ସବୁଠୁ ଲୋକପ୍ରିୟ ଇଣ୍ଟରନେଟ ବ୍ରାଣ୍ଡ 2020ରେ 10ନୂଆ ବ୍ରାଣ୍ଡକୁ ସାମିଲ କରାଯାଇଛି । ନୂଆ ପ୍ରବେଶକଙ୍କ ମଧ୍ୟରେ ଗୁଗୁଲ ପ୍ଲେ ଷ୍ଟୋର, ଜି5, କ୍ଲବ ଫେକ୍ଟରି, ନାୟକା, ଏଜିୟୋ, ଭୁଟ ନେଟଫ୍ଲିକ୍ସ, ଇରୋସ ନାଉ, ରିଲାଏନ୍ସ ସ୍ମାର୍ଟ ଓ ଟିକଟିକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.