ନୂଆଦିଲ୍ଲୀ: 5ଜି ପରୀକ୍ଷଣ ଚାହୁଁଛନ୍ତି ଦୂରସଞ୍ଚାର କ୍ଷେତ୍ରର ଦିଗ୍ଗଜୟ କମ୍ପାନୀ ଭାରତୀ ଏୟାରଟେଲ, ରିଲାଏନ୍ସ ଜିଓ ଓ ଭୋଡାଫୋନ ଆଇଡିଆ । ଏଥିପାଇଁ ସେମାନେ ଆବେଦନ ଜମା କରିଛନ୍ତି । ଗୁରୁବାର ଏ ନେଇ ବିଭାଗୀୟ ଉଦ୍ୟୋଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏୟାରଟେଲ ଦେଶରେ 5ଜି ପରୀକ୍ଷଣ ପାଇଁ ହୁୱାଇ, ଜେଡଟିଇ, ଏରିକ୍ସନ ଓ ନୋକିଓ ସହ ହାତ ମିଳାଇଛି । ଯେତେବେଳେ କି ଜିଓ ଏହି ଟ୍ରାଏଲ ପାଇଁ ସାମସଙ୍ଗ ସହ ବୁଝାମଣା କରିଛି ।
ସୂଚନା ଅନୁଯାୟୀ, ଭୋଡାଫୋନ, ଆଇଡିଆ ପକ୍ଷରୁ 5ଜି ପରୀକ୍ଷଣ ପାଇଁ ମଧ୍ୟ ଆବେଦନ କରାଯାଇଛି । ଏଥିପାଇଁ କମ୍ପାନୀ ହୁୱାଇ, ଜେଟଟିଇ, ଏରିକ୍ସନ ଓ ନୋକିଆ ସହ ଭାଗୀଦାର ହୋଇଛି । ତେବେ ଏ ସମ୍ବନ୍ଧରେ ପଠାଯାଇଥିବା ଇମେଲର ଜବାବରେ ଭାରତୀ ଏୟାରଟେଲ, ରିଲାଏନ୍ସ ଜିଓ , ଭୋଡାଫୋନ, ଆଇଡିଆ କିଛି ସୂଚନା ଦେଇନାହିଁ ।
ଗତ ମାସରେ ଦୂରସଞ୍ଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ କରିଥିଲେ ଯେ, ସରକାର ସମସ୍ତ ଦୂରସଞ୍ଚାର ସେବାପ୍ରଦାନଦାତାଙ୍କୁ 5ଜି ନେଟୱର୍କର ପରୀକ୍ଷଣ ପାଇଁ ସ୍ପେକ୍ଟ୍ରମ ଦେବେ । ସରକାରଙ୍କ ଏହି ଘୋଷଣାରେ ଚୀନ ଦୂରସଞ୍ଚାର ଉପକରଣ ବିନିର୍ମାତା ହୁୱାଇକୁ ବଡ ଆଶ୍ବସ୍ତି ମିଳିଥିଲା ।