ETV Bharat / business

ଆଳୁ ଓ ପିଆଜ ପରେ ଖାଇବା ତେଲରେ ମହଙ୍ଗା ମାଡ

author img

By

Published : Nov 6, 2020, 6:17 PM IST

ଖାଇବା ତେଲ ଏବଂ ତୈଳବୀଜର ଦାମ ବୃଦ୍ଧି । ଏପରିକି ନିକଟ ଭବିଷ୍ୟତରେ ମହଙ୍ଗା ଖାଇବା ତେଲରୁ ଆଶ୍ବସ୍ତି ମିଳିବାର ଆଶା ନାହିଁ । ଅଧିକ ପଢନ୍ତୁ...

ଆଳୁ ଓ ପିଆଜ ପରେ ଖାଇବା ତେଲରେ ମହଙ୍ଗା ତଡକା
ଆଳୁ ଓ ପିଆଜ ପରେ ଖାଇବା ତେଲରେ ମହଙ୍ଗା ତଡକା

ନୂଆଦିଲ୍ଲୀ: ଆଳୁ ଓ ପିଆଜ ପରେ ଏବେ ଖାଇବା ତେଲରେ ମଧ୍ୟ ଲାଗିଛି ମହଙ୍ଗା ମାଡ । ତମାମ ଖାଇବା ତେଲ ଏବଂ ତୈଳବୀଜ ଦାମରେ ପ୍ରବଳ ବୃଦ୍ଧି ଦେଖାଦେଇଛି । ଏପରିକି ନିକଟ ଭବିଷ୍ୟତରେ ମହଙ୍ଗା ଖାଇବା ତେଲରୁ ଆଶ୍ବସ୍ତି ମିଳିବାର ଆଶା ନାହିଁ ।

ମ୍ୟାଲେସିଆରେ ପାମ ତେଲ ଉତ୍ପାଦନ ହ୍ରାସ ଯୋଗୁଁ ଫ୍ୟୁଚର ବଜାରରେ କ୍ରୁଡ ପାମ ତେଲ (ସିପିଓ) ଦାମ ଗତ 6 ମାସରେ 53 ପ୍ରତିଶତ ବୃଦ୍ଧି ହୋଇଛି । ସୋୟାବିନ ଓ ସୋରିଷରେ ମଧ୍ୟ ଲଗାତାର ବୃଦ୍ଧି ଦେଖାଦେଇଛି ।

ତୈଳ- ତୈଳବୀଜ ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ, ଭାରତରେ ଏହି ସମୟରେ ସୋରିଷ, ସୋୟା ତେଲ ଏବଂ ପାମ ତେଲର ମୂଲ୍ୟ ବର୍ତ୍ତମାନ ସର୍ବୋଚ୍ଚ ସ୍ତରରେ ରହିଛି । ବିଦେଶରୁ ମହଙ୍ଗା ଆମଦାନୀ ହେତୁ ଆଗାମୀ ଦିନରେ ମୂଲ୍ୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ବଜାର ସୂତ୍ର ଅନୁସାରେ, ସମଗ୍ର ଦେଶରେ କଞ୍ଚା ସୋରିଷର ହୋଲସେଲ ମୂଲ୍ୟ ଗୁରୁବାର 10 କିଲୋଗ୍ରାମ ପ୍ରତି 1,155 ଟଙ୍କା ଥିବାବେଳେ ସୋୟା ତେଲର ହୋଲସେଲ ମୂଲ୍ୟ 10 କିଲୋଗ୍ରାମ ପାଇଁ 995-1010 ଟଙ୍କା ଏବଂ ପାମ ତେଲ (ଆରବିଡି) 10 କିଲୋଗ୍ରାମ ପାଇଁ 935 ରୁ 945 ଟଙ୍କା ଥିଲା । ଏଥି ସହିତ ସୂର୍ଯ୍ୟମୁଖୀ ତେଲର ହୋଲସେଲ ମୂଲ୍ୟ 10 କିଲୋଗ୍ରାମ ପ୍ରତି 1,180 ଟଙ୍କା ରୁ 1,220 ଟଙ୍କା ରହିଛି ।

ଖାଇବା ତେଲ ଉଦ୍ୟୋଗର ବିଶେଷଜ୍ଞ କହିଛନ୍ତି ଯେ, ଅଏଲ କମ୍ପ୍ଲେକ୍ସ ରେ ସବୁଠୁ ଶସ୍ତା ପାମ ତେଲ ଅଟେ । ଯାହାର ଦାମ ବୃଦ୍ଧିର ପ୍ରଭାବ ସମସ୍ତ ତେଲ ଉପରେ ପଡିବ । ସେପଟେ ବୈଶ୍ବିକ ବଜାରରେ ସୋୟାବିନ ଓ ସୋୟା ତେଲର ଦାମରେ ମଧ୍ୟ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.