ନୂଆଦିଲ୍ଲୀ: ଫେବୃଆରୀ ପହିଲାରେ ଆଗତ ହେବ 2020-21 ବର୍ଷର ବଜେଟ । ଏଥିରେ କେଉଁ କ୍ଷେତ୍ରରୁ ଗୁରୁତ୍ବ ଦିଆଯିବ, ସେ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ତେବେ କଣ ଏହି ବଜେଟ ? କେଉଁଠୁ ଏହାର ଉତ୍ପତ୍ତି ? କାହିଁକି ଏହାର ଆବଶ୍ୟକତା ରହିଛି ?
ବଜେଟକୁ ଇଂରାଜୀ ଶବ୍ଦ BOWGETTE ରୁ ନିଆଯାଇଛି । ଏହାର ଉତ୍ପତ୍ତି ଫ୍ରେଞ୍ଚ ଶବ୍ଦ BOUGETTEରୁ ହୋଇଛି । BOUGETTE ଶବ୍ଦ BOUGEରୁ ତିଆରି ହୋଇଛି । ଏହାର ଅର୍ଥ ଚମଡାର ବ୍ୟାଙ୍କ ହୋଇଥାଏ । ତେବେ ଏ ନେଇ ଆମ ସମ୍ବିଧାନରେ କିଛି ବର୍ଣ୍ଣିତ ନାହିଁ । ସମ୍ବିଧାନର 112 ଅନୁଚ୍ଛେଦରେ ବଜେଟ ବଦଳରେ ‘ବାର୍ଷିକ ଆର୍ଥିକ ବିବରଣୀ’ ଲିପିବଦ୍ଧ । ଏହା ଏକ ଆର୍ଥିକ ବିବରଣୀ ।
ବଜେଟ ୨୦୨୦: ସାଧାରଣ ଲୋକଙ୍କ ହାତକୁ ଅଧିକ ଟଙ୍କା ଦିଅ
କେନ୍ଦ୍ର ବଜେଟରେ 7 ଦସ୍ତାବିଜ ସାମିଲ ରହିଥାଏ । ସେଥିରେ ବଜେଟ ଭାଷଣ, ବାର୍ଷିକ ଆର୍ଥିକ କଥନ, ବଜେଟ ସାରାଂଶ, ଅର୍ଥ ବିଧେୟକ, ବଜେଟ ପ୍ରାପ୍ତି, ବଜେଟ ବ୍ୟୟ ଓ ଅନୁଦାନ ଦାବି ।
ବଜେଟ ମାଧ୍ୟମରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂରା ଦେଶକୁ 3 ବର୍ଷର ଆୟବ୍ୟୟ ଅଟକଳ ହିସାବ ଦେବେ । ଗତ ବର୍ଷ ଆୟବ୍ୟୟ, ବର୍ତ୍ତମାନ ଓ ଆଗାମୀ ବର୍ଷରେ କେତେ ହେବା ନେଇ ଆଶା ରହିଛି । ଏଥିସହ ବଜେଟ ମାଧ୍ୟମରେ ଦର୍ଶାଯାଏ କି, କିପରି ଜନତାଙ୍କ ଗୋଟି ଗୋଟି ଟଙ୍କା ବିଭିନ୍ନ ଲୋକାଭିମୁଖୀ ଦିଗରେ ବ୍ୟୟ ହେଉଛି । ଏହି ବଜେଟ ହିଁ ଦେଶର ଆର୍ଥିକ ସ୍ଥିରତାକୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ବୟାନ କରେ । ଯେପରି ବିଦେଶୀ ନିବେଶକୁ ଦେଶ ପ୍ରତି ଆକୃଷ୍ଟ କରାଯାଇପାରିବ ।
ପ୍ରାୟତଃ ଲୋକଙ୍କ ଧାରଣା ରହିଥାଏ କି ବଜେଟ ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ ବର୍ଷର ଆୟବ୍ୟୟ ଅଟକଳ । ତେବେ ଏହା କେବଳ ଏକ ସାମଗ୍ରିକ ଆୟବ୍ୟୟ ହିସାବ ଦସ୍ତାବିଜ ନୁହେଁ ବରଂ ନିର୍ବାଚିତ ସରକାରଙ୍କ ଭିଜନ ଡକ୍ୟୁମେଣ୍ଟ । ବଜେଟ ମାଧ୍ୟମରେ ପ୍ରସ୍ତାବିତ ସରକାରୀ ଯୋଜନାର ମୂଳଦୁଆ ପଡିଥାଏ ।
ଜାଣନ୍ତୁ, କେଉଁ ଅର୍ଥମନ୍ତ୍ରୀ କରିଛନ୍ତି ସର୍ବାଧିକ ବଜେଟ ଉପସ୍ଥାପନ..
ସରକାର କଣ ଚାହାଁନ୍ତି, ବିଭିନ୍ନ କ୍ଷେତ୍ର ପାଇଁ ସରକାରଙ୍କ ଦୃଷ୍ଟିକୋଣ କଣ ସେ ନେଇ ସଂସଦରେ ଜଣାଯାଇଥାଏ । ଗୋଟିଏ ଆର୍ଥିକ ବର୍ଷରେ ସରକାର କେଉଁ କ୍ଷେତ୍ରରେ କେତେ ଖର୍ଚ୍ଚ କରିବେ । କେଉଁ କ୍ଷେତ୍ରରୁ ଆୟ ହେବ । ଆଉ ନିୟଣ୍ଟ ପଡୁଥିବା ଖର୍ଚ୍ଚକୁ କିପରି ସମତୁଲ କରିବେ ସେଥିପାଇଁ କେତେ ପରିମାଣର ଋଣ ଆଣିବେ, ସେହି ହିସାବର ପ୍ରତିଫଳନ ବଜେଟ ଫର୍ଦ୍ଦ ।
ନିର୍ଦ୍ଦିଷ୍ଟ ନିୟମ ଭିତରେ ପରିଚାଳନା ହୋଇଥାଏ ବଜେଟ । ଆର୍ଥିକ ନିୟଣ୍ଟ ଶୃଙ୍ଖଳା ପରିଚାଳନା ଆଇନ FRBM ଆକ୍ଟ ଅନୁସାରେ ଧାର୍ଯ୍ୟ ହୁଏ ଋଣ ପରିଣାମ । ଏହା ଅନୁଯାୟୀ ସରକାର ବଜେଟରେ ଆର୍ଥିକ ନିୟଣ୍ଟ ଓ ଋଣ କରିପାରିବେ ।
ପ୍ରଥମ ଓ ଆଜିର ବଜେଟ ଭିତରେ କଣ ରହିଛି ପାର୍ଥକ୍ୟ ? ପଢନ୍ତୁ...
ଦେଶର ଅର୍ଥନୀତିକୁ ଗତି ଦେଇଥାଏ ବଜେଟ । ଆମଦାନୀ ଓ ଖର୍ଚ୍ଚର ଯୋଜନା ପ୍ରସ୍ତୁତ କରି ଅର୍ଥନୀତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଇଥାଏ । ଯଦି ଦେଶରେ ବଜେଟ ଉପସ୍ଥାପନା ନିୟମ ନଥାନ୍ତା, ତେବେ ଆର୍ଥିକ ପ୍ରଣାଳୀ ବିଗିଡିଯାଇଥାନ୍ତା । କେଁଉ ଦିଗରୁ ଆୟ ହେବ, କେଉଁ ଦିଗରେ ଖର୍ଚ୍ଚ ହେବ ସେ ନେଇ କୌଣସି ଦଲିଲ ରହିନଥାନ୍ତା । ଏଥିସହ ଦେଶର ମେରୁଦଣ୍ଡ ଦୁର୍ବଳ ହୋଇପଡିଥାନ୍ତା ।