ETV Bharat / business

49% ଭାରତୀଙ୍କ ମତ, ଡାଟା ସୁରକ୍ଷା ସହ ଚୀନ କମ୍ପାନୀ ଭାରତରେ ଉତ୍ପାଦ ବିକ୍ରି କରୁ

author img

By

Published : Jul 9, 2020, 8:37 PM IST

ଚୀନ ସାମଗ୍ରୀ ବର୍ଜନ ନେଇ ଭାରତରେ ନାରା ତେଜିଥିବା ବେଳେ ଦ ଲୋକାଲ ସର୍କଲସ ସର୍ଭେ ରିପୋର୍ଟରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି । 49 ପ୍ରତିଶତ ଭାରତୀୟ ଚାହାନ୍ତି କି, ଡାଟା ସୁରକ୍ଷା ସହ ଚୀନ କମ୍ପାନୀ ଦେଶରେ ଉତ୍ପାଦ ବିକ୍ରି କରନ୍ତୁ । ଅଧିକ ପଢନ୍ତୁ..

ଚୀନ କମ୍ପାନୀ ଭାରତରେ ଉତ୍ପାଦ ବିକ୍ରି କରୁ
ଚୀନ କମ୍ପାନୀ ଭାରତରେ ଉତ୍ପାଦ ବିକ୍ରି କରୁ

ନୂଆଦିଲ୍ଲୀ: ପାଖାପାଖି 49 ପ୍ରତିଶତ ଭାରତୀୟ ଚାହୁଁଛନ୍ତି କି ଚୀନ କମ୍ପାନୀଙ୍କୁ ଭାରତରେ ସାମଗ୍ରୀ ବିକ୍ରି ପାଇଁ ଅନୁମତି ମିଳିବା ଦରକାର । କିନ୍ତୁ ସେମାନଙ୍କ ଡାଟା ଭାରତରେ ହିଁ ରହିବା ଆବଶ୍ୟ । ଏକ ସର୍ଭେରେ ଏ ନେଇ ଜାଣିବାକୁ ମିଳିଛି ।

ଦ ଲୋକାଲ ସର୍କଲସ ସର୍ଭେ (The LocalCircles survey) ଅନୁସାରେ 35 ପ୍ରତିଶତ ଲୋକଙ୍କ କହିବା ଅନୁଯାୟୀ ଚୀନ ପ୍ରଡକ୍ଟ ବିକ୍ରିକୁ ସମ୍ପୁର୍ଣ୍ଣ ବାରଣ କରିବା ଦରକାର । ଯେତେବେଳେ କି 14 ପ୍ରତିଶତ ଲୋକ କହିଛନ୍ତି କି ଯେ ସେମାନଙ୍କୁ କେବଳ ମେଡ ଇନ ଇଣ୍ଡିଆ ଉତ୍ପାଦ ବିକ୍ରୟ ନେଇ ଅନୁମତି ଦିଆଯାଉ।

ପ୍ରାୟ 25 ପ୍ରତିଶତ କହିଛନ୍ତି ଯେ ଯଦି ଚୀନ ସହିତ କୌଣସି ତଥ୍ୟ ବଣ୍ଟନ ନ ହୁଏ ତେବେ ଏହିପରି କମ୍ପାନୀଗୁଡ଼ିକୁ କେବଳ ଭାରତରେ ଉତ୍ପାଦିତ ବିକ୍ରୟ କରିବାକୁ ଅନୁମତି ଦିଆଯାଉ । ସେହିପରି ଆଉ 20 ପ୍ରତିଶତ ମଧ୍ୟ କହିଛି ଚୀନ ସହ ଡାଟା ସେୟାର ନ କରି ଭାରତରେ ଜିନିଷ ବିକ୍ରି କରାଯାଇପାରିବ । ଏଭଳି ଭାବେ ଆଉ 4 ପ୍ରତିଶତ ମଧ୍ୟ ଚୀନ ସାମଗ୍ରୀ ବିକ୍ରି ପାଇଁ ଅନୁମତି ଦେବାକୁ କହିଛନ୍ତି । ସେପଟେ କେବଳ 2 ପ୍ରତିଶତଙ୍କ ମୁତାବକ ବିକ୍ରି ଯେମିତି ଚାଲିଥିଲା ସେମିତି ଜାରି ରଖିବା ଦରକାର ।

ରିପୋର୍ଟ ଅନୁସାରେ , ମୋଟ 49 ପ୍ରତିଶତ ଲୋକଙ୍କ କହିବା ଅନୁଯାୟୀ, ଯଦି ଚୀନ ବହୁରାଷ୍ଟ୍ରୀୟ କମ୍ପାନୀଗୁଡିକ ଭାରତରେ ଉତ୍ପାଦ ବିକ୍ରୟ କରିବାକୁ ଚାହାନ୍ତି, ତେବେ ବ୍ୟକ୍ତିଗତ ତଥା ଭାରତୀୟ ଗ୍ରାହକଙ୍କ ତଥ୍ୟ ଭାରତରେ ରହିବା ଉଚିତ । ଏପରିକି ତଥ୍ୟ କମ୍ପାନୀର ଚୀନ ମୁଖ୍ୟାଳୟରେ ଯିବା ବି ଉଚିତ ନୁହେଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.