ETV Bharat / business

କୋରୋନା ଦ୍ବିତୀୟ ଲହର ବଢାଇଲା ଅର୍ଥନୀତିର ଚିନ୍ତା

author img

By

Published : Apr 9, 2021, 5:38 PM IST

ଇଣ୍ଡିଆ ରେଟିଂସ କହିଛି କି ଭାରତରେ କୋରୋନା ପ୍ରକୋପର ଦ୍ବିତୀୟ ଲହର ଅନ୍ୟ ବିଶ୍ବ ଠାରୁ ଅଲଗା ରହିଛି । ତେବେ ବହୁ ସଂଖ୍ୟାରେ ଟିକାକରଣ ଅଭିଯାନ ଯୋଗୁଁ ଏଥିରେ ସୁଧାର ନେଇ ଆଶା ରହିଛି । ଅଧିକ ପଢନ୍ତୁ..

କୋରୋନା ଦ୍ବିତୀୟ ଲହର ବଢାଇଲା ଅର୍ଥନୀତିର ଚିନ୍ତା
କୋରୋନା ଦ୍ବିତୀୟ ଲହର ବଢାଇଲା ଅର୍ଥନୀତିର ଚିନ୍ତା

ନୂଆଦିଲ୍ଲୀ: ବୈଶ୍ବିକ ମହାମାରୀ କୋରୋନା ଭାଇରସର ଦ୍ବିତୀୟ ଲହର , ସ୍ଥାନୀୟ ଲକଡାଉନ ବଢାଇଛି ଚିନ୍ତା । କାରଣ ଏସବୁର ପ୍ରଭାବରେ ଯୋଗାଣ ଶୃଙ୍ଖଳା , ବିଦେଶୀ ନିବେଶ ଓ ଘରୋଇ ଋଣ ବଜାରକୁ ପ୍ରଭାବିତ କରିପାରେ । ରିସର୍ଚ୍ଚ ଏଜେନ୍ସି ଇଣ୍ଡିଆ ରେଟିଙ୍ଗସ କହିଛି କି କୋରୋନା ଭ୍ୟାକ୍ସିନର ଟିକାକରଣ ଅଭିଯାନ ଦ୍ବାରା ଏହାର ପ୍ରତିକୂଳ ପ୍ରଭାବକୁ କମ କରାଯାଇପାରିବ । ହେଲେ ଏହା ପ୍ରାୟତଃ ଟିକାକରଣ ଅଭିଯାନ ଗତି ଉପରେ ନିର୍ଭର କରିଥାଏ ।

ଇଣ୍ଡିଆ ରେଟିଂସ କହିଛି କି ଭାରତରେ କୋରୋନା ପ୍ରକୋପର ଦ୍ବିତୀୟ ଲହର ଅନ୍ୟ ବିଶ୍ବ ଠାରୁ ଅଲଗା ରହିଛି । କାରଣ ସମସ୍ତ ପ୍ରମୁଖ ଦେଶର କୋରୋନା ମାମଲା ବୃଦ୍ଧି ହେଉଛି । ତେବେ ବହୁ ସଂଖ୍ୟାରେ ଟିକାକରଣ ଅଭିଯାନ ଯୋଗୁଁ ଏଥିରେ ସୁଧାର ନେଇ ଆଶା ରହିଛି । ଏଜେନ୍ସି କହିଛି କି ପ୍ରତିଦିନ ମାମଲାରେ ବୃଦ୍ଧି ନିକଟ ଅବଧିରେ ଚିନ୍ତାର କାରଣ ହୋଇପାରେ । ତେବେ ମୃତ୍ୟୁହାର ସେହି ଗତିରେ ବଢୁନାହିଁ ।

ନୂଆ କୋଭିଡ ସଂକ୍ରମଣ ରେକର୍ଡ ସ୍ତରରେ

ବର୍ଷର ଆରମ୍ଭରୁ ଏଭଳି ମନେ ହେଉଛି କି ଦେଶରେ କୋରୋନାର ନୂଆ ମାମଲା ନିୟନ୍ତ୍ରଣରେ ରଥିବାକୁ ପ୍ରଚେଷ୍ଟା ହେଉଛି । କାରଣ ଦୈନିକ ମାମଲାର ସଂଖ୍ୟା ଫେବୃଆରୀର ପ୍ରଥମ 2 ସପ୍ତାହରେ 9,000-12,000 ମଧ୍ୟରେ ଥିଲା । ତେବେ ନୂଆ ମାମଲା ଅଚାନକ ଫେବୃଆରୀର ମଧ୍ୟରୁ ବଢି ଏପ୍ରିଲ 8ରେ ଦୈନିକ 1.26 ଲକ୍ଷରୁ ଅଧିକ ନୂଆ ମାମଲା ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ।

ଯୋଗାଣ ଶୃଙ୍ଘଳା ପ୍ରଭାବିତ

ତେବେ ରେଟିଂ ଏଜେନ୍ସି କହିଛି କି ମାମଲାରେ ପୁଣି ବୃଦ୍ଧି ଦ୍ବାରା ସ୍ଥାନୀୟ ଲକଡାଉନ ଲଗାଯାଉଛି । ଯାହା ବିଭିନ୍ନ କ୍ଷେତ୍ରର ଯୋଗାଣ ଶୃଙ୍ଗଳା ପାଇଁ ଏକ ଚ୍ୟାଲେଞ୍ଜ ଅଟେ । ତେବେ ଏକ ଆଂଶିକ ଲକଡାଉନର ମୁକାବିଲାର ଇକୋସିଷ୍ଟମ୍ ଗତ ବର୍ଷ ପ୍ରାୟ ପ୍ରସ୍ତୁତ ହୋଇଯାଇଛି । ଆଉ କମ୍ପାନୀଗୁଡିକ ବି ପ୍ରତିବନ୍ଧିତ ବାତାବରଣ ମଧ୍ୟରେ ଯୋଗାଣ ଶୃଙ୍ଖଳା ସଙ୍କଟର ସମାଧାନ ପାଇଁ ଇନ୍ଭେଟ୍ରି ପ୍ରବନ୍ଧନ ପ୍ରଥା ଏ ତ୍ବରିତ ସ୍ବଞ୍ଚାଳନର ବିକାଶ କରିଛି ।

ବ୍ୟୟବହୁଳ ପରିବହନ ଖର୍ଚ୍ଚ

ରେଟିଂ ଏଜେନ୍ସି ଏହାର ମୂଲ୍ୟାଙ୍କନରେ କହିଛି କି ପରିବହନର ଖର୍ଚ୍ଚ ସ୍ଥାନୀୟ ଲକଡାଉନ କାରଣରୁ ବଢିବା ପାଇଁ ବାଧ୍ୟ ଅଟେ । ତେବେ ପୂର୍ବରୁ ଆକାଶଛୁଆଁ ତେଲ ଦାମ ଯୋଗୁଁ ପରିବହନ ଖର୍ଚ୍ଚ ଅଧିକ ରହିଛି ।

ଡିଜେଲ ଓ ପେଟ୍ରୋଲର ଖଚୁରା ଦାମ ଲିଟର ପ୍ରତି କିଛି ସ୍ଥାନରେ 90 ରୁ 100 ଟଙ୍କା ସହ ରେକର୍ଡ ସୃଷ୍ଟି କରିଛି । କାରଣ କେନ୍ଦ୍ର ଓ ରାଜ୍ୟ ଉଭୟ କରରେ ହ୍ରାସ କରିବାକୁ ମନା କରିଦେଇଛନ୍ତି । ସେମାନେ ମହାମାରୀ ସମୟରେ ରାଜସ୍ବ ଆଦାୟ ପାଇଁ ସଂଘର୍ଷ କରୁଛନ୍ତି ।

ଆଉ ଉଚ୍ଚା ଦାମର ପେଟ୍ରୋଲିୟମ ଉତ୍ପାଦ ମୁଦ୍ରାସ୍ପୀତିକୁ ଇନ୍ଧନ ଯୋଗାଫଛି । ଏପରିକି ଭାରତୀୟ ରିଜର୍ଭ ବ୍ୟାଙ୍କ ବି ପେଟ୍ରୋଲିୟମ ଉତ୍ପାଦ ଉପରେ କରଲାଗୁର ଘଟଣାକ୍ରମ ଉପରେ ଚିନ୍ତା ବ୍ୟକ୍ତ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.