ETV Bharat / briefs

ଭାରତକୁ କଞ୍ଚାମାଲ ପଠାଇଲା ଆମେରିକା, ତିଆରି ହେବ ୨ କୋଟି ଡୋଜ୍‌ ଟିକା - ଭାରତକୁ କଞ୍ଚାମାଲ ପଠାଇଲା ଆମେରିକା

ସାରାଦେଶରେ ଏବେ ଭୟଙ୍କର ହୋଇଛି ମହାମାରୀ କୋରୋନା । ଏଭଳି ସଙ୍କଟ ସମୟରେ ଭାରତକୁ ସହଯୋଗର ହାତ ବଢାଇଛନ୍ତି ଅନେକ ଦେଶ । ତେବେ କୋଭିଡ୍‌-୧୯ ଭ୍ୟାକସିନ୍‌ ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଇଛି ଆମେରିକା ।

କୋରୋନା ଟିକା ପାଇଁ ଭାରତକୁ କଞ୍ଚାମାଲ ପଠାଇଲା ଆମେରିକା, ତିଆରି ହେବ ୨ କୋଟି ଡୋଜ୍‌ ଚିକା

author img

By

Published : May 7, 2021, 7:28 AM IST

ନୂଆଦିଲ୍ଲୀ: ସାରାଦେଶରେ ଏବେ ଭୟଙ୍କର ହୋଇଛି ମହାମାରୀ କୋରୋନା । ଏଭଳି ସଙ୍କଟ ସମୟରେ ଭାରତକୁ ସହଯୋଗର ହାତ ବଢାଇଛନ୍ତି ଅନେକ ଦେଶ । ଆମେରିକା ମଧ୍ୟ ଏହି ସଙ୍କଟ ମଧ୍ୟରେ ଭାରତକୁ ସହାୟତା ଜାରି ରଖିଛି । କୋଭିଡ୍‌-୧୯ ଭ୍ୟାକସିନ୍‌ ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଇଛି ଆମେରିକା । ଆମେରିକା ଗତ ସପ୍ତାହରେ ଭାରତକୁ କଞ୍ଚାମାଲ ଯୋଗାଇଥିବା ବେଳେ ଏହି ସପ୍ତାହରେ ମଧ୍ୟ କଞ୍ଚାମାଲ ଯୋଗାଇଛି । ତେବେ ଏହି କଞ୍ଚାମାଲରେ ଭାରତ 2 କୋଟି ଡୋଜ କୋଭିସିଲ୍ଡ ଟିକା ଉତ୍ପାଦନ କରିପାରିବ ବୋଲି ଆମେରିକା ସରକାର କହିଛନ୍ତି ।

ଏହାଛଡା ଆମେରିକାର ବାଇଡେନ୍‌ ପ୍ରଶାସନ ୮୧ ହଜାର ରେମଡେସିଭିର ଇଞ୍ଚେକସନ୍‌ ମଧ୍ୟ ପଠାଇଛନ୍ତି । କରୋନାର ଦ୍ବିତୀୟ ଲହର ଲଗାତାର ଭାବେ ଭୟାବହ ହୋଇଚାଲିଛି । ଏଥିପାଇଁ ତମାମ ଦେଶ ସହାୟତା ଜାରି ରଖିଛନ୍ତି । ଏପଟେ ୟୁରୋପୀୟ ସଂଘ ପ୍ରାୟ ୧୯ କୋଟି ଟଙ୍କାର ଏମରଜିନ୍ସି ଫଣ୍ଡିଂ ଦେବାକୁ ଘୋଷଣା କରିଛି । 27 ଦେଶର ୟୁରୋପୀୟ ସଂଘ କହିଛନ୍ତି କି, ୟୁରୋପୀୟ ଆୟୋଗ ଦ୍ବାରା ଘୋଷଣା କରାଯାଇଥିବା ଫଣ୍ଡିଂ ୟୁରୋପୀୟ ସଂଘର ଦେଶ ଦ୍ବାରା ଅଲଗା ଅଲଗା ଦିଆଯାଉଥିବା ସହାୟତା ଠାରୁ ଭିନ୍ନ ଅଟେ । ଏହା ସହ ଭରତରେ ଦୃତ ଗତିରେ ବଢୁଥିବା କୋଭିଡ ମାମଲା ସହିତ ଲଢିବା ପାଇଁ ୟୁରୋପୀୟ ଆୟୋଗ 2.2 ମିଲିୟନ ୟୁରୋ ଫଣ୍ଡ ଦେବ ବୋଲି ୟୁରୋପୀୟ ସଂଘ କହିଛି ।

ସୂଚନାଯୋଗ୍ୟ, ପୁଣେ ସ୍ଥିତ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ ହେଉଥିବା କୋଭିସିଲ୍ଡ ଟିକା ପାଇଁ ଆବଶ୍ୟକ କଞ୍ଚାମାଲ ଆମେରିକାରୁ ହିଁ ଆସିଥାଏ । ଭାରତରେ ଉତ୍ପାଦାନ ବୃଦ୍ଧି କରିବାକୁ କଞ୍ଚାମାଲ ପଠାଇବାକୁ ଆମେରିକାକୁ ଅନୁରୋଧ କରିଥିଲେ ଭାରତ ସରକାର ଏବଂ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ମୁଖ୍ୟ ଆଦର ପୁନାଓ୍ବାଲା । ତେବେ 6 ଦିନରେ ଆମେରିକା ଭାରତକୁ ଜରୁରୀକାଳୀନ ସେବା ପାଇଁ ଷଷ୍ଠ ଥର ବିମାନ ପଠାଇଛି । ଭ୍ୟାକସିନ୍‌ ଉତ୍ପାଦନ ପାଇଁ ଆମେରିକା ପଠାଇଲା କଞ୍ଚାମାଲ, ତିଆରି ହେବ ୨ କୋଟି ଡୋଜ୍‌

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.