ETV Bharat / briefs

ତାଇକୋଣ୍ଡୋ ଜାତୀୟ ଚାମ୍ପିୟନସିପ୍‌: ସ୍ବର୍ଣ୍ଣ ପଦକ ହାସଲ କଲେ ଓଡିଆ ପୁଅ - gold

୧୦ ବର୍ଷରୁ କମ୍ ବର୍ଗର ତାଇକୋଣ୍ଡୋ ଜାତୀୟ ଚାମ୍ପିୟନସିପ୍‌ରେ ଓଡିଆ ପୁଅ ଶୁଭଜିତ ମଲ୍ଲିକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଯାଜପୁର
author img

By

Published : Jun 22, 2019, 12:56 PM IST

ଯାଜପୁର: ତାଇକୋଣ୍ଡୋ ଜାତୀୟ ଚାମ୍ପିୟନସିପ୍‌ରେ ଓଡିଆ ପୁଅଙ୍କ ସୁନାମ । ଚଳିତ ବର୍ଷ ୧୦ ବର୍ଷରୁ କମ୍ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରି ରାଜ୍ୟ ପାଇଁ ସୁନାମ ଅର୍ଜନ କରିଛନ୍ତି ଓଡିଆ ପୁଅ ଶୁଭଜିତ ମଲ୍ଲିକ । ସେ ସୁକିନ୍ଦା ବ୍ଲକ ଆମ୍ପୋଲବା ଗାଁର ସଞ୍ଜୟ କୁମାର ମଲ୍ଲିକ ଓ ସବିତା ରାଣୀ ଦାସଙ୍କ ପୁଅ । ସୂଚନାଥାଉକି, ଏହି ପ୍ରତିଯୋଗିତା ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଅନୁଷ୍ଠିତ ହୋଇଥିଲା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ତାଇକୋଣ୍ଡୋ ପ୍ରତିଯୋଗିତାରେ ଶୁଭଜିତ ସଫଳତା ଅର୍ଜନ କରିଥିବାରୁ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ କୁଳମଣି ନାୟକ, କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ, ଶୁଭଜିତ୍‌ଙ୍କ ମା'ବାପା ଓ କୋଚ ଦଶରଥ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ୟାସନଗର ପବ୍ଲିକ ସ୍କୁଲରେ 6ଷ୍ଠ ଶ୍ରେଣୀରେ ପଢନ୍ତି ଶୁଭଜିତ୍ । ସେ ୨୦୧୮ରେ ଯାଜପୁର ଜିଲ୍ଲାସ୍ତରରେ ଓ ୨୦୧୯ ରାଜ୍ୟସ୍ତରରେ ଚାମ୍ପିୟାନ ହୋଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.