ଭୁବନେଶ୍ବର: ଲକଡାଉନରେ ବେଆଇନ ବନ୍ଧୁକ ବେପାର । କଟକ ବ୍ୟବସାୟୀ ଆଚାର୍ଯ୍ୟ ବିହାରରେ ଟ୍ରାପ । ବନ୍ଧୁକ ବିକ୍ରି ପାଇଁ କଟକରୁ ଆସିଥିଲା ଭୁବନେଶ୍ବର। ଲକଡାଉନ ଚେକିଂ ଓ ପୋଲିସକୁ ନଥିଲା ଭୟ। ନିଜ ସେଟିଂରେ ହାଇ ସିକୁରିଟି ଜୋନରେ ପଶି ଭୁବନେଶ୍ବରରେ କରିବାର ଥିଲା ବେପାର। ଖବର ପାଇ ଏସଟିଏଫ ଜାଲ ବିଛାଇଥିଲା ।
![Smuggler arrested](https://etvbharatimages.akamaized.net/etvbharat/prod-images/06:33:36:1621688616_od-bbs-02-gun-smugling-avo-7203832_22052021175333_2205f_1621686213_249.jpg)
ଏନେଇ କଟକର କିଲର ସଞ୍ଜୟ କୁମାର ସାହୁ ବନ୍ଧୁକ ନେଇ ଆଚାର୍ଯ୍ୟବିହାର ଲକ୍ଷ୍ମୀ ବିହାର ବସ୍ତି ନିକଟରେ ଅପେକ୍ଷା କରିଥିଲା । ବନ୍ଧୁକ କିଣିବାକୁ କିଛି ଲୋକ ଆସିଥିଲେ ଡିଲ ହୋଇଥାନ୍ତା ଲକ୍ଷ ଉପରେ ବୋପାର। ହେଲେ ତା ପୂର୍ବରୁ କମିଶନରେଟ ପୋଲିସ ଓ ଏସଟିଏଫ ମିଳିତ ଭାବେ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି। ତା ନିକଟରୁ ଜବତ ହୋଇଛି ୯ ଏମଏମ ପିସ୍ତଲ ସମେତ ମାଗାଜିନ, ଗୋଟିଏ ରିଭଲଭର ସମେତ ଗୋଟିଏ ସିଙ୍ଗର ବୋର ଓ ଗୋଟିଏ ଡବଲ ବୋର ଦେଶି ବନ୍ଧୁକ ।
![Smuggler arrested by STF at Acharya vihar](https://etvbharatimages.akamaized.net/etvbharat/prod-images/06:33:35:1621688615_od-bbs-02-gun-smugling-avo-7203832_22052021175333_2205f_1621686213_395.jpg)
ଏଥିସହିତ ୬ଟି ୯ଏମଏମ ଗୁଳି, ୨ଟି ୮ ଏମଏମ ଗୁଳି ସହ ୩ଟି ବଲ ଗୁଳି ଜବତ କରାଯାଇଛି। ଏସଟିଏଫ ଜାଣିବାକୁ ପାଇଛି ଏହି ଅପରାଧି ନାମରେ ପୂର୍ବରୁ ଅନେକ ମାମଲା ରହିଛି। ଏସଟିଏଫ ପକ୍ଷରୁ ବହୁ ଦିନରୁ ଏହାକୁ ଟ୍ରାକ କରାଯାଉଥିଲା ଶେଷରେ ଭୁବନେଶ୍ବରରେ ବିକ୍ରି ପାଇଁ ଆସିଥିବା ବେଳେ ଟ୍ରାପ ହୋଇଯାଇଥିଲା।
ଭୁବନେଶ୍ୱରରୁ ତାପସ ପରିଡା, ଇଟିଭି ଭାରତ