ETV Bharat / briefs

ରଥ ନିର୍ମାଣ କାର୍ଯ୍ୟରେ ଚଳଚଞ୍ଚଳ ଶାବର ଶ୍ରୀକ୍ଷେତ୍ର

ପବିତ୍ର ରଥଯାତ୍ରା ମହାପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟକୁ ସୁଚାରୁ ରୂପେ ଶେଷ କରିବାକୁ ଓଡିଶାର ବିଶିଷ୍ଟ ଶିଳ୍ପୀ ଏହାର ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ।

author img

By

Published : May 28, 2019, 6:00 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଜୁଲାଇ 4ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁ ଜଗନ୍ନାଥଙ୍କ ଏହି ପବିତ୍ର ରଥଯାତ୍ରା ପାଇଁ ଚଳଚଞ୍ଚଳ ଶାବର ଶ୍ରୀକ୍ଷେତ୍ର । ପବିତ୍ର ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ମାତ୍ର ସମୟ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟକୁ ସୁଚାରୁ ରୂପେ ଶେଷ କରିବାକୁ ଓଡିଶାର ବିଶିଷ୍ଟ ଶିଳ୍ପୀ ଏହାର ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ।

ତିନି ରଥ ଉପରେ ସ୍ଥାପନା ହେବାକୁ ଥିବା ପିତ୍ତଳର ବିଶାଳ କଳସ କଣ୍ଟିଲୋର ଶିଳ୍ପୀ ତିଆରି କରିଛନ୍ତି । ସେହିପରି ରଘୁରାଜପୁରର ଜାତୀୟ ପୁରସ୍କାର ପ୍ରାପ୍ତ ଶିଳ୍ପୀ ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ନେତୃତ୍ୱରେ ଆସିଥିବା 5 ଜଣିଆ ବିଶିଷ୍ଟ କାରିଗରଙ୍କ ଦ୍ୱାରା ନିର୍ମିତ ହେଉଛି 3ଟି ରଥ ଉପରର ଘୋଡା ଓ ସାରଥୀ । ପ୍ରତିବର୍ଷ ରଥରେ 2ଟି ଘୋଡା ଲାଗୁଥିବାବେଳେ ଚଳିତ ବର୍ଷ ପ୍ରତିଟି ରଥରେ 4ଟି ଘୋଡା ଲାଗିବ ବୋଲି ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଦୀର୍ଘ ବର୍ଷ ଧରି କୋରାପୁଟରେ ଅନୁଷ୍ଠିତ ହେଉଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କ ଏହି ରଥଯାତ୍ରାରେ ନିଜର ସମସ୍ତ କଳାତ୍ମକ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ଖଗେଶ୍ବର ବେହେରା । ମାତ୍ର ଚଳିତ ବର୍ଷ 3ଟି ରଥରେ ଲାଗୁଥିବା କନା ଠାରୁ ଆରମ୍ଭ କରି ରଥରେ ଲାଗିବାକୁ ଥିବା ପାର୍ଶ୍ଵ ଦେବୀଙ୍କ ପ୍ରତିମୂର୍ତ୍ତି ତିଆରିରେ ମନୋନିବେଶ କରିଛନ୍ତି ।

ଜଗନ୍ନାଥଙ୍କ ରଥ ତିଆରି କରି ନବରଙ୍ଗପୁର ଜିଲ୍ଲା ସମେତ ଅନ୍ୟାନ୍ୟ ସ୍ଥାନରେ ଖ୍ୟାତି ଅର୍ଜନ କରିଥିବା ବିଶିଷ୍ଟ ମହାରଣା ସନ୍ୟାସୀ ମାଝୀ ତାଙ୍କ ସହଚରଙ୍କ ସମେତ ରଥ କାର୍ଯ୍ୟରେ ଅନ୍ତିମ ପର୍ଯ୍ୟାୟର ସ୍ପର୍ଶ ଦେଉଛନ୍ତି । ଏଥିସହିତ ଖୁବ୍ କମ ସମୟ ମଧ୍ୟରେ ରଥ କାମ ସମ୍ପୂର୍ଣ୍ଣ କରିବାକୁ ଆଶା ରଖିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ଶାବର ଶ୍ରୀକ୍ଷେତ୍ର ରେ  ଓଡ଼ିଶାର ବିଶିଷ୍ଟ ଶିଳ୍ପୀଙ୍କ ସମ୍ମିଳିତ ପ୍ରୟାସରେ  ରଥ ନିର୍ମାଣ କାର୍ଯ୍ୟ ସୁଚାରୁ ରୂପେ  ଆଗେଇଚାଲିଛି । କଣ୍ଟିଲୋ ର ଶିଳ୍ପୀ ତିଆରି କରୁଛନ୍ତି ତିନୋଟି ରଥ ଉପରେ ସ୍ଥାପନା ହେବାକୁଥିବା ପିତ୍ତଳର ବିଶାଳ କଳସ। ରଘୁରାଜପୁର ର ଜାତୀୟ ପୁରଷ୍କାର ପ୍ରାପ୍ତ ଶିଳ୍ପୀ ଲକ୍ଷ୍ମୀଧର ସୁବୁଦ୍ଧି ଙ୍କ ନେତୃତ୍ୱରେ ଆସିଥିବା ପାଂଚଜଣିଆ ବିଶିଷ୍ଟ କାରିଗର ଦଳ ଦ୍ୱାରା ନିର୍ମିତ ହେଉଛି ତିନୋଟି ରଥ ଉପର ର ଘୋଡା ଓ ସାରଥୀ । ପ୍ରତିବର୍ଷ ରଥରେ ଦୁଇଟି ଘୋଡା ଲାଗୁଥିବା ବେଳେ ଚଳିତ ବର୍ଷ ପ୍ରତିଟି ରଥରେ ଚାରୋଟି ରଥ ଲାଗିବ ବୋଲି ଶ୍ରୀ ସୁବୁଦ୍ଧି ଜଣାଇଛନ୍ତି । ଗତ ଅନେକ ବର୍ଷ ଧରି କୋରାପୁଟ ରେ ଅନୁଷ୍ଠିତ ହେଉଥିବା ଚତୁର୍ଧା ମୂର୍ତିଙ୍କ ରଥଯାତ୍ରାରେ ସମସ୍ତ କଳାତ୍ମକ କାର୍ଯ୍ୟ ସମ୍ପାଦନ କରିଆସିଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ଖଗେଶ୍ବର ବେହେରା ଚଳିତ ବର୍ଷ ତିନୋଟି ରଥରେ ଲାଗୁଥିବା କନା ଠାରୁ ଆରମ୍ଭ କରି ରଥରେ ଲାଗିବାକୁ ଥିବା ପାର୍ଶ୍ଵ ଦେବୀଙ୍କ ପ୍ରତିମୂର୍ତ୍ତି ତିଆରି କରିବାରେ ମନୋନିବେଶ କରିଛନ୍ତି । ଜଗନ୍ନାଥଙ୍କ ରଥ ତିଆରି କରି ନବରଙ୍ଗପୁର ଜିଲ୍ଲା ସମେତ ଅନ୍ୟାନ୍ୟ ସ୍ଥାନରେ ଖ୍ୟାତି ଅର୍ଜନ କରିଥିବା ବିଶିଷ୍ଟ ମହାରଣା  ସନ୍ୟାସୀ ମାଝୀ ତାଙ୍କ ସହଚରଙ୍କ ସହିତ ରଥକାର୍ଯ୍ୟରେ ଅନ୍ତିମ ପର୍ଯ୍ୟାୟର ସ୍ପର୍ଶ ଦେଉଛନ୍ତି ଓ ଅତି ଅଳ୍ପଦିନରେ ରଥକାମ ସମ୍ପୂର୍ଣ୍ଣ କରିବାର ଆଶା ରଖିଛନ୍ତି ।  ଶାବର ଶ୍ରୀକ୍ଷେତ୍ର ର ଇତିହାସରେ  ପ୍ରଥମ ଥର ହେଉଥିବା ତିନୋଟି ପୃଥକ ପୃଥକ ରଥରେ ଚତୁର୍ଧା ମୂର୍ତିଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଯେ ରାଜ୍ୟର ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ କୋରାପୁଟ ଆଡ଼କୁ ଆକୃଷ୍ଟ କରିବ ସେଥିରେ ସନ୍ଦେହ ନାହିଁ ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଗଦାଧର ପରିଡା ଆଶାବ୍ୟକ୍ତ କରିଛନ୍ତି ।
.........
Byte :ଲକ୍ଷ୍ମୀଧର ସୁବୁଦ୍ଧି , ଶିଳ୍ପୀ , ରଘୁରାଜପୁର
Byte : ସନ୍ୟାସୀ ମାଝୀ , ରଥ ମୁଖ୍ୟ ମହାରଣା 
Byte :ଖଗେଶ୍ୱର ବେହେରା , ଚିତ୍ରଶିଳ୍ପୀ
Byte : ଗଦାଧର ପରିଡା , ସମ୍ପାଦକ , ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି , କୋରାପୁଟ
P2C : Ch.Santakar
..…....
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.