ETV Bharat / briefs

ଲୋକଙ୍କ ସଚେତନ ପାଇଁ ବସରେ ନାରାୟଣପାଙ୍କ 'ମିନି ଗାର୍ଡେନ' - driover

ବାଙ୍ଗାଲୋର ମେଟ୍ରୋପଲିଟନ କୋପରେସନ ଲିମିଟେଡ(ବିଏମଟିସି)ରେ କାମ କରୁଥିବା ବସ ଡ୍ରାଇଭର ନାରାୟଣପା । ସେ ବସରେ ଛୋଟ ଛୋଟ ଗଛ ଲଗାଇ ନିଜ ବସକୁ ମିନି ଗାର୍ଡେନରେ ପରିଣତ କରିଛନ୍ତି । ଯାହାଦ୍ବାରା ସେ ଲୋକଙ୍କୁ ଗଛ ଲଗାଇବା ପାଇଁ ବାର୍ତ୍ତା ଦେଇଛନ୍ତି ।

ଫଟୋ ସୌଜନ୍ଯ: ଏଏନଆଇ
author img

By

Published : May 11, 2019, 12:59 PM IST

ବେଙ୍ଗାଲୁରୁ: ବର୍ତ୍ତମାନର ଆଧୁନିକ ଯୁଗରେ ସମସ୍ତ କୋଠା ଘରେ ରହିବା ସହ ସହରରେ ରହିବା ପାଇଁ ମନ ବଳାଉଛନ୍ତି । ସେଥିପାଇଁ ଲୋକମାନେ ବିଭିନ୍ନ ଗଛମାନ କାଟି ଘର ତିଆରି କରୁଛନ୍ତି । ଯାହାଫଳରେ ବିଶ୍ବର ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ନିଜେ ଚଲାଉଥିବା ବସରେ ବିଭିନ୍ନ ଗଛ ଲଗାଇ ସମାଜକୁ ଏକ ଭିନ୍ନ ବାର୍ତ୍ତା ଦେଇଛନ୍ତି ।

ସୂଚନା ଅନୁଯାୟୀ, ବେଙ୍ଗାଲୁରୁ ମେଟ୍ରୋପଲିଟନ କୋପରେସନ ଲିମିଟେଡ(ବିଏମଟିସି)ରେ କାମ କରୁଥିବା ବସ ଡ୍ରାଇଭର ନାରାୟଣପା । ସେ ବସରେ ଛୋଟ ଛୋଟ ଗଛ ଲଗାଇ ନିଜ ବସକୁ ମିନି ଗାର୍ଡେନରେ ପରିଣତ କରିଛନ୍ତି । ଯାହାଦ୍ବାରା ସେ ଲୋକଙ୍କୁ ଗଛ ଲଗାଇବା ପାଇଁ ବାର୍ତ୍ତା ଦେଇଛନ୍ତି ।

ନାରାୟଣପାଙ୍କ କହିବା ଅନୁଯାୟୀ, ସେ ତାଙ୍କ ବସର ଆଗ ଏବଂ ପଛରେ ଛୋଟ ଛୋଟ ଚାରା ଲଗାଇଛନ୍ତି । ସେ 3-4 ବର୍ଷ ହେବ ଏହି କାମ କରିଆସୁଛନ୍ତି । ଏଥିସହ ସେ କୁହନ୍ତି ତାଙ୍କ ସ୍ତ୍ରୀ ଏବଂ ପିଲାଙ୍କୁ ବଗିଚା ବହୁତ ପସନ୍ଦ । ତେଣୁ ସେ ତାଙ୍କର ଘର ଆଗରେ ବହୁ ଗଛ ଲଗାଇଛନ୍ତି । ତେଣୁ ତାଙ୍କୁ ବିଶ୍ବାସ ଅଛି ଯେ ଲୋକମାନେ ତାଙ୍କର ଏହି ପଦକ୍ଷେପ ଦ୍ବାରା ଗଛ ଲଗାଇବା ପ୍ରତି ସଚେତନ ହେବେ ।

ତେବେ ପ୍ରତିଦିନ ସକାଳ 6ଟାରୁ ନାରାୟଣପା ନିଜ ବସକୁ ଯାଇ ଚାରା ଗୁଡିକରେ ପାଣି ଦେଇଥାନ୍ତି । ଏଥିସହ ଯେବେ ତାଙ୍କ ସିଫ୍ଟ ଶେଷ ହୁଏ, ତେବେ ସେ ଆସିବା ସମୟରେ ଗଛରେ ପାଣି ଦେଇଥାନ୍ତି । ତେଣୁ ବସରେ ଯାତ୍ରା କରୁଥିବା ଯାତ୍ରୀମାନେ ତାଙ୍କ ବସକୁ ‘ମିନି ଲାଲବାଗ୍’ କହିଥାନ୍ତି । ଏଥିସହ ତାଙ୍କ ବସରେ ଯାତ୍ରା କରିବାରେ ବହୁତ ଆନନ୍ଦ ମିଳେ ବୋଲି ଯାତ୍ରୀମାନେ କହିଛନ୍ତି ।

ତେବ ଆଗାମୀ ବର୍ଷ ନାରାୟଣପାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି, ତେଣୁ ତାଙ୍କୁ ଚିନ୍ତା ଅଛି କି ସେ କାମରୁ ଅବସର ନେବା ପରେ ଆଉ କେଉଁ ଡ୍ରାଇଭର ତାଙ୍କ ଗଛର ଯତ୍ନ ନେବେ କି ନାହିଁ ।

Intro:Body:

sds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.