ETV Bharat / briefs

ନୀଳଗିରିରେ ପୁଣି ମାତିଲେ ଝାଡଖଣ୍ଡି ହାତୀ - JHARKHAND

ନୀଳଗିରି ଅଞ୍ଚଳରେ ମାତିଛନ୍ତି ଝାଡଖଣ୍ଡ ହାତୀପଲ । ଏନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jun 9, 2019, 5:30 PM IST

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ପୁଣିଥରେ ଝାଡଖଣ୍ଡ ହାତୀ ଉପଦ୍ରବ ରଚିଛନ୍ତି । କିଛିଦିନର ବ୍ୟବଧାନ ପରେ ପୁଣି ଏକ ଦନ୍ତାହାତୀ ଝାଡ଼ଖଣ୍ଡ ଅଞ୍ଚଳରୁ ଖସିଆସି ମୟୁରଭଞ୍ଜର କୁଆମରା, ନୀଳଗିରିର ଝରଣାଘାଟି ଦେଇ ଅଭୟାରଣ୍ୟକୁ ପ୍ରବେଶ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଅଭୟାରଣ୍ୟର ବାଲିଆନାଳ ନିକଟ ଜଙ୍ଗଳର ବିଭିନ୍ନ ସ୍ଥାନରେ ଉପଦ୍ରବ ଚଳାଇଛି ଏହି ହାତୀ । ଝରଣାଘାଟି ଅଞ୍ଚଳରେ ଦନ୍ତା ହାତୀ ଉପଦ୍ରବ କରୁଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ହାତୀ ଗର୍ଜନରେ ଗ୍ରାମବାସୀ ଭୟଭୀତ ହୋଇପଡିଥିବାବେଳେ ଧନ ଜୀବନ ସୁରକ୍ଷା ନେଇ ଚିନ୍ତାରେ ପଡିଛନ୍ତି ସ୍ଥାନୀୟ ଲୋକେ।

ବାରମ୍ବାର ବନବିଭାଗକୁ ହାତୀଟିକୁ ଘଉଡାଇବା ପାଇଁ ଦାବି କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।

ବାଲେଶ୍ବରରୁ, ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.