ETV Bharat / briefs

ପ୍ରେମ ଉଜାଡିଦେଲା 4 ସୁଖୀ ସଂସାର

ନିଜ ସନ୍ତାନଙ୍କ ଅନିଚ୍ଛା ସତ୍ତ୍ବେ ପିତାମାତା ନିଜ ଇଚ୍ଛା ଅନୁସାରେ ନିଜ ପିଲାଙ୍କୁ ବିବାହ କରିଦେଇଥାନ୍ତି, ଫଳରେ ଅନେକ ସମୟରେ ନିଜ ନିଜ ବିବାହରେ ସନ୍ତୁଷ୍ଟ ନହୋଇ ବା ନିଜ ପ୍ରେମକୁ ନପାଇ ବହୁ ପ୍ରେମୀଯୁଗଳ ଆତ୍ମହତ୍ୟା କରୁଛନ୍ତି । ଯାହାର ଜ୍ଜଳନ୍ତ ଘଟଣା ଘଟିଛି ଏବେ ଅନୁଗୋଳ ଜିଲ୍ଲାରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jun 16, 2019, 1:24 PM IST

ଅନୁଗୋଳ: ଜଣକୁ ପ୍ରେମ, ଅନ୍ୟ ଜଣକୁ ବିବାହ ଆଉ ଶେଷରେ ବିବାହରେ ସନ୍ତୁଷ୍ଟ ନହୋଇ ପ୍ରେମୀଯୁଗଳ ଏକାଠି ଆତ୍ମହତ୍ୟା । ଏମିତି ଏକ ଦୁଃଖଦ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ । ଜିଲ୍ଲାର ପୁରୁଣାକୋଟ ଥାନା କୋଠଭୂଇଁ ପଞ୍ଚାୟତ କମୁରୀଗାଁରୁ ମିଳିଛି ଏହି ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ମୃତ ଦ୍ବୟ ହେଲେ ମଧୁ ସାହୁ ଓ ଶାନ୍ତିଲତା ପ୍ରଧାନ ଉଭୟେ ପରସ୍ପରକୁ ଦୀର୍ଘଦିନ ଧରି ଭଲପାଉଥିଲେ ହେଲେ ପରିବାରଙ୍କ ନିଷ୍ପତି ଅନୁଯାୟୀ ଉଭୟଙ୍କ ବିବାହ ଅନ୍ୟତ୍ର ହୋଇଯାଇଥିଲା ।

କିନ୍ତୁ ଏହି ପ୍ରେମୀ ଯୁଗଳ ନିଜ ନିଜ ପ୍ରେମକୁ ନା ଭୁଲିପାରୁଥିଲେ ନା ସେମାନଙ୍କର ବୈବାହିକ ଜୀବନରେ ଶାନ୍ତିରେ ଜୀବନ ଯାପନ କରିପାରୁଥିଲେ । ଉଭୟ ଉଭୟେଙ୍କୁ ପାଇବାକୁ ବ୍ୟାକୁଳ ଥିଲେ । କିନ୍ତୁ ତାହା ଏ ଜନ୍ମରେ ଆଉ ସମ୍ଭବ ନଥିବାରୁ ଉଭୟ ଆତ୍ମହତ୍ୟା ପରି କଠୋର ନିଷ୍ପତ୍ତିକୁ ବାଛିନେଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ମୃତ ଶାନ୍ତିଙ୍କ ଘର କୋଠଭୂଇଁଗାଁ ହୋଇଥିବା ବେଳେ ମଧୁଙ୍କ ଘର ହେଉଛି ସ୍ଥାନୀୟ ଡଲାସିଂହା ଗାଁ ।

ତେବେ ଭଭୟ ପ୍ରେମୀ ଯୁଗଳ ନିଜ ନିଜ ସଂସାର ଗଢିସାରିଥିବା ବେଳେ କେଉଁ ପରିସ୍ଥିତିରେ ଆତ୍ମହତ୍ୟାକଲେ ନା ଆତ୍ମହତ୍ୟାର ଆଉ କିଛି କାରଣ ଅଛି ତାହା ତଦନ୍ତ ସାପେକ୍ଷ । ଅନ୍ୟପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

EY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.