ETV Bharat / briefs

ମାନ୍ଦା ପଡିଛି ମଣ୍ଡି ବ୍ୟବସାୟ, ପ୍ରଶାସନର ନାହିଁ ନିଘା - mandi

ଗଜପତି ଜିଲ୍ଲାରେ ମଣ୍ଡି ବ୍ୟବସାୟ ମାନ୍ଦା ପଡିଥିବା ବେଳେ ଏନେଇ ଚିନ୍ତାରେ ଚାଷୀ । ରବି ଫସଲ ଧାନକୁ କିଣିବା ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନର ଏଥିପ୍ରତି ନିଘା ନଥିବା ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : May 12, 2019, 8:32 PM IST

ଗଜପତି: ତିତଲି ପ୍ରଭାବିତ ଜିଲ୍ଲା ଗଜପତିରେ ମାନ୍ଦା ପଡିଛି ମଣ୍ଡି ବ୍ୟବସାୟ । ଯାହାକୁ ନେଇ ଚିନ୍ତାରେ ଚାଷୀ । ତେଣୁ ରବି ଫସଲ ସମୟରେ ଧାନକୁ କିଣିବା ପାଇଁ ପ୍ରଶାସନ ନିକଟରେ ଦାବି କରିଥିଲେ ଚାଷୀ । ସେତେବେଳେ ଏହା ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ଯାଏଁ ମଣ୍ଡି ଖୋଲିନଥିବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ସୂଚନା ଅନୁଯାୟୀ, ଜିଲ୍ଲାର ଖରିଫ ଫସଲ ଅମଳର ଠିକ ପୂର୍ବରୁ ହୋଇଥିବା ବାତ୍ୟା ତିତଲିରେ ଜିଲ୍ଲାର ଅଧିକାଂଶ ଫସଲ ନଷ୍ଟ ହୋଇଥିଲା । ଜିଲ୍ଲାର ମୋଟ 37,378ହେକ୍ଟର ଚାଷ ଜମି ମଧ୍ୟରୁ 33ପ୍ରତିଶତ ବାତ୍ୟା ଦ୍ବାରା ନଷ୍ଟ ହୋଇଥିବା ନେଇ ସରକାରୀ କହୁଥିବା ବେଳେ ଏହାଠାରୁ ଢେର ଅଧିକ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ତେବେ ପ୍ରତିବର୍ଷ ଖରିଫ ରୁତୁରେ ହୋଇଥିବା ଧାନ ସଂଗ୍ରହ ପାଇଁ ଡିସେମ୍ବର ଦ୍ବିତୀୟ ସପ୍ତାହରେ ଆରମ୍ଭ ହୋଇଥିବା ମଣ୍ଡି ମାର୍ଚ୍ଚ 31 ଯାଏଁ ଚାଲିଥାଏ । କିନ୍ତୁ ଚଳିତ ବର୍ଷ ନିର୍ବାଚନ ଆଳରେ ଏହାକୁ ଜାନୁୟାରୀ ମାସରେ ହିଁ ବନ୍ଦ କରିଦିଆଇ ଯାଇଥିଲା ।

ଗୋଟିଏ ପଟେ ବାତ୍ୟା ଏବଂ ଅନ୍ୟପଟେ ସରକାରୀ ଅସହଯୋଗ ଯୋଗୁଁ ଗଜପତି ଜିଲ୍ଲାରେ ଚାଷୀ ବ୍ୟାପକ କ୍ଷୟକ୍ଷତି ସହିଥିଲେ । ତେବେ ଚଳିତ ବର୍ଷ ରବି ରୁତୁରେ ଚାଷ କରି ଏହାର ଭରଣା କରିବା ପାଇଁ ଚାଷୀ ଚିନ୍ତା କରି ଜିଲ୍ଲାରେ 4ହଜାର ହେକ୍ଟର ଜମିରେ ରବି ଧାନ କରିଛି । ଏହି ଧାନକୁ କିଣିବା ପାଇଁ ମଣ୍ଡି ଖୋଲିବାକୁ ଜିଲ୍ଲା କୃଷକ ସଂଘ ପ୍ରଶାସନ ନିକଟରେ ଦାବି ରିଖିଥିଲେ । କିନ୍ତୁ ବର୍ତମାନ ଏଯାଏଁ ମଣ୍ଡି ଖୋଲିନଥିବାରୁ କୃଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏପଟେ ରାଜ୍ୟର 20ଟି ଜିଲ୍ଲାରେ ବର୍ତ୍ତମାନ ରବି ଫସଲ ସଂଗ୍ରହ ପାଇଁ ମଣ୍ଡି ଖୋଲାଯାଇଥିବା ବେଳେ ଗଜପତି ଜିଲ୍ଲାରେ ପ୍ରଶାସନ ପଦକ୍ଷେପ ଗ୍ରହଣ ନକରିବା ଦୁର୍ଭାଗ୍ୟଜନକ ବୋଲି ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ କହିବା ସହ ମଣ୍ଡି ଖୋଲିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ସେପଟେ ବର୍ତ୍ତମାନ ଧାନକୁ ରଖିବା ପାଇଁ ଚାଷୀଙ୍କ ନିକଟରେ ପର୍ଯ୍ୟାପ୍ତ ସ୍ଥାନ ନଥିବା ବେଳେ କାଳବୈଶାଖୀ ସମ୍ଭାବନା ରହିଥିବାରୁ ଜମିରେ ରଖିବା ଅସମ୍ଭବ । ତେଣୁ ଏହାର ସୁଯୋଗ ନେଇ ଆନ୍ଧ୍ରର ବ୍ୟବସାୟୀମାନେ ଧାନକୁ ଶାଗମାଛ ଦରରେ କିଣି ନେଉଛନ୍ତି । ଯାହାଫଳରେ ଚାଷୀମାନେ କମ ଦରରେ ଧାନକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ତେବେ ଏଭଳି ସ୍ଥିତିରେ କେବେ ସୁଧାର ଆସୁଛି ତାହା ଉପରେ ସମସ୍ତଙ୍କ ନଜର ।

ଗଜପତିରୁ ହରିହର ପଟନାୟକ ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.