ETV Bharat / briefs

ଇଂଲଣ୍ଡରେ ହ୍ୟାଟ୍ରିକ, ୟୁପିରେ ବିଜୟ ଉଲ୍ଲାସ

2ୟ ଭାରତୀୟ ବୋଲର ଭାବେ ବିଶ୍ବକପ୍‌ରେ ଭାରତୀୟ ପେସ ବୋଲର ମହମ୍ମଦ ସାମିଙ୍କ ହ୍ୟାଟ୍ରିକ ଓ୍ବିକେଟ ହାସଲ । ଏହି ରେକର୍ଡର ଖୁସିର ଝଲକ ୟୁପି ସ୍ଥିତ ଅମରୋହା ଗାଁରେ ଦେଖିବାକୁ ମିଳିଛି ।

ଡିଜାଇନ ଫଟୋ
author img

By

Published : Jun 23, 2019, 7:50 PM IST

Updated : Jun 23, 2019, 7:58 PM IST

ଲକ୍ଷ୍ନୌ: ଗତ ଶନିବାର ଆଫଗାନ୍‌ ବିପକ୍ଷରେ ପେସ ବୋଲର ମହମ୍ମଦ ସାମି ରେକର୍ଡ ସୃଷ୍ଟି କରିଛନ୍ତି । ଏହି ମ୍ୟାଚ୍‌ରେ ଅନ୍ତିମ ଓଭରରେ କ୍ରମାଗତ 3ଟି ବଲ୍‌ରେ ସାମି ହ୍ୟାଟ୍ରିକ ଓ୍ବିକେଟ ନେଇ ବିଶ୍ବକପ୍‌ ଇତିହାସରେ ଇତିହାସ ସୃଷ୍ଟି କରିଛନ୍ତି । ଏହା ପରେ ସାମିଙ୍କ ଗାଁରେ ଖୁସି ମାହୋଲ ଦେଖିବାକୁ ମିଳିଛି । ୟୁପି ସ୍ଥିତ ଅମରୋହା ଗାଁରେ ସାମିଙ୍କ ପରିବାରବର୍ଗ ଓ ସାଙ୍ଗସାଥୀମାନେ ତାଙ୍କର ଏହି ସଫଳତାରେ ଖୁସି ହୋଇ ପରସ୍ପରକୁ ମିଠା ଖୁଆଇ ଅଭିନନ୍ଦନ ଜଣାଇଛନ୍ତି ।

family
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ANI

ସୂଚନାଥାଉକି, 2ୟ ଭାରତୀୟ ବୋଲର ଭାବେ ବିଶ୍ବକପ୍‌ରେ ଏହି ରେକର୍ଡ ନିଜ ନାଁ କରିଛନ୍ତି ମହମ୍ମଦ ସାମି । ଅନ୍ତିମ ଓଭରରେ ସାମି ବୋଲିଂ କରି 3ୟ, 4ର୍ଥ ଓ 5ମ ବଲ୍‌ରେ କ୍ରମାଗତ ଭାବେ ମହମ୍ମଦ ନବି, ଆଫତାବ ଆଲମ ଓ ମୁଜିବ ଉର ରେହମାନଙ୍କ ଓ୍ବିକେଟ ନେଇ ସାମି ନିଜର ଏକଦିବସୀୟ କ୍ୟାରିଅରରେ ପ୍ରଥମ ହ୍ୟାଟ୍ରିକ ଓ୍ବିକେଟ ହାସଲ କରିଛନ୍ତି । ତାଙ୍କର ଶେଷ ଓଭରରେ ଏହି 3ଟି ଗୁରୁତ୍ବପୂର୍ଣ୍ଣ ଓ୍ବିକେଟ ହାସଲ ପରେ ଆଫଗାନିସ୍ତାନକୁ 11 ରନରେ ମାତ ଦେଇଛି ଟିମ ଇଣ୍ଡିଆ ।

Intro:Body:Conclusion:
Last Updated : Jun 23, 2019, 7:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.