ETV Bharat / briefs

ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଠିକାଦାରଙ୍କ ଆମରଣ ଅନଶନ - balesore

ଲାଞ୍ଚ ମାଗିବା ଏବଂ ବକେୟା ବିଲର ପେମେଣ୍ଟ ପାଇବା ଦାବିରେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ 'ଗ' ଶ୍ରେଣୀର ଠିକାଦାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : May 28, 2019, 10:29 PM IST

ବାଲେଶ୍ବର: ବକେୟା ବିଲ ନ ମିଳିବାରୁ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ ଜଣେ ଠିକାଦାର । ଏଭଳି ଘଟଣା ବାଲେଶ୍ବର ଜିଲ୍ଲା ଜଳେଶ୍ବର ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ଯାଳୟରେ ଦେଖିବାକୁ ମିଳିଛି ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାନୁସାରେ, ଠିକାଦାର ଲୋକନାଥ ଜେନା 'ଗ' ଶ୍ରେଣୀର ଠିକାଦାର ଭାବେ ଜଳେଶ୍ବର ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧୀନରେ କାର୍ଯ୍ୟ କରୁଥିଲେ । ମାତ୍ର ଲୋକନାଥ 25 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କାର୍ଯ୍ୟ କରିସାରିଥିବାବେଳେ ବକେୟା ବିଲର ପେମେଣ୍ଟକୁ ନେଇ ଏବେ ଉଠିଛି ସମସ୍ୟା ।

ବିଲ ପାସ କରିବାକୁ ବିଭାଗର କୋଷାଧ୍ୟକ୍ଷ ବିରେନ୍ଦ୍ର ନାଥ ସାହୁ 5 ପ୍ରତିଶତ ପିସି ମାଗିଥିବା ଠିକାଦାର ଅଭିଯୋଗ କରିଛନ୍ତି । ଠିକାଦାର ଜଣକ ପିସି ଦେବାକୁ ମନା କରିବାରୁ କୋଷାଧ୍ୟକ୍ଷ ଅନୁସୂଚିତ ଜାତିର ଠିକାଦାରଙ୍କୁ ବିଭିନ୍ନ କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ବିଲ ପାସ୍ କରିବାକୁ ମନା କରିଦେଇଥିଲେ ।

ଅନ୍ୟପଟେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ କୌଣସି ସନ୍ତୋଷଜନକ ନିଷ୍ପତ୍ତି ନନେବାରୁ ଗତ 7 ଦିନ ତଳେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଥିଲେ ୲ ଚେତାବନୀର ଅବଧି ସୀମା ସରିଯାଇଥିବାବେଳେ ତାଙ୍କ କାମ ସରିନଥିବାରୁ ଆଜି ଠାରୁ ଠିକାଦାର ଆମରଣ ଅନଶନ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ସ୍ଲଗ- ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଠିକାଦାରଙ୍କ ଆମରଣ ଅନଶନ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 28/05/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଜଣେ ଠିକାଦାର ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି। ବକେୟା ବିଲ ନ ମିଳିବାରୁ ଠିକାଦାର ଏମିତି ପଦକ୍ଷେପ ନେଇଥିବା ଜଣାପଡିଛି।
ସୂଚନା ଅନୁସାରେ, ଜଳେଶ୍ବର ଗ୍ରାମ୍ୟ ନିର୍ମାଣ ବିଭାଜନ ଜଳେଶ୍ବର ଅଧୀନରେ କାର୍ଯ୍ୟ କରୁଥିବା ଗ ଶ୍ରେଣୀର ଠିକାଦାର  ଲୋକନାଥ ଜେନା  ବିଭାଗ ଅଧୀନରେ  25ଲଖ୍ଯ ରୁ ଅଧିକ  ଟଙ୍କାର କାର୍ଯ୍ୟ କରିଥିବା ବେଳେ  ବକେୟା ବିଲ ପେମେଣ୍ଟ କୁ ନେଇ ଏବେ  ଉଠିଛି ସମସ୍ୟା ୲  ବିଲ  ପାସ କରିବାକୁ  ବିଭାଗର କୋଷାଧ୍ୟକ୍ଷ ବରେନ୍ଦ୍ର ନାଥ ସାହୁ 5 ଶତକଡ଼ା ପିସି  ମାଗିଥିବା ଠିକାଦାର ଅଭିଯୋଗ କରିଛନ୍ତି। ଠିକାଦାର ପିସି ଦେବାକୁ ମନା କରିବା ଯୋଗୁଁ କୋଷାଧ୍ୟକ୍ଷ ଅନୁସୂଚିତ ଜାତିର ଠିକାଦାରଙ୍କୁ ବିଭିନ୍ନ  କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ  ଆଦୌ ବିଲ ପାସ କରିବେ ନାହିଁ ବୋଲି ମନା କରିବା ଅଭିଯୋଗ ହୋଇଛି।  ଏ ବିଷୟରେ  ବିଭାଗୀୟ ଅଧିକାରୀ  କିଛି ସନ୍ତୋଷଜନକ  ନିଷ୍ପତି ନ ନେବାରୁ  ଗତ ସାତ ଦିନ ତଳେ  ଆମରଣ ଅନଶନ କରିବାକୁ  ଚେତବନୀ ଦେଇଥିଲେ ୲ ଶେଷରେ ଆଜିଠାରୁ ଠିକାଦାର ଆମରଣ ଅନଶନ କରିଥିବା ଜଣାପଡ଼ିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.