ETV Bharat / briefs

ବିଜେପୁର ପାଇଁ ନବୀନଙ୍କ ପ୍ରକଳ୍ପ ବର୍ଷା: ବିଜେପୁରରେ ରହିବନି ଗୋଟିଏ ବି କଚ୍ଚାଘର - ASSEMBLY

ଦାୟିତ୍ବ ଗଠନ ନେବାର ଗୋଟିଏ ଦିନ ପରେ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରକଳ୍ପ ବର୍ଷା କଲେ ନବୀନ ପଟ୍ଟନାୟକ । ଭିତ୍ତିଭୂମି, ଶିକ୍ଷା, ସ୍ବାସ୍ଥ୍ୟ, ଜଳ, ଜମି ପାଇଁ ବହୁ ପ୍ରକଳ୍ପ ଘୋଷଣା କରିଛନ୍ତି ନବୀନ ।

ଫଟୋ ସୌଜନ୍ୟ; ବ୍ୟୁରୋ ଚିଫ, ଭୁବନେଶ୍ବର
author img

By

Published : May 30, 2019, 11:23 PM IST

ଭୁବନେଶ୍ବର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ରାଜ୍ୟ ଶାସନ ଭାର ଗ୍ରହଣ କରିଛନ୍ତି । ନବୀନ ତାଙ୍କ ରାଜନୈତିକ ଜୀବନରେ ପ୍ରଥମଥର ପାଇଁ ଚଳିତ ବିଧାନସଭା ନିର୍ବାଚନରେ ଦୁଇଟି ଆସନରୁ ନିର୍ବାଚନ ଲଢିଥିଲେ । ପ୍ରଥମ ତାଙ୍କ ପାରମ୍ପରିକ ହିଞ୍ଜିଳି ଆସନରୁ ଓ ଦ୍ବିତୀୟ ଆସନ ଭାବେ ବରଗଡ ବିଜେପୁରରୁ ନିର୍ବାଚନ ଲଢିଥିଲେ । ଉଭୟ ଆସନରୁ ନବୀନ ବିଜୟୀ ମଧ୍ୟ ହୋଇଛନ୍ତି । ଆଉ ସରକାର ଗଠନର ଗୋଟିଏ ଦିନ ପରେ ଆଜି ନବୀନ ବିଜେପୁର ପାଇଁ ତାଙ୍କ ଟ୍ରେଜେରୀ ଖୋଲିଦେଇଛନ୍ତି ।

ବିଜେପୁର ପାଇଁ ଟଙ୍କାର ବର୍ଷା କରିବା ସହ ବିଜେପୁର ନିର୍ବାଚନ ମଣ୍ଡଳୀର ସଂପୂର୍ଣ୍ଣ ବିକାଶ ପାଇଁ ଅନେକ ପ୍ରକଳ୍ପ ଘୋଷଣା କରିଛନ୍ତି । ପ୍ରଥମତଃ ବିଜେପୁରର ପ୍ରାୟ 34ହଜାର କଚ୍ଚାଘରକୁ ପକ୍କାଘରରେ ପରିଣତ କରାଯିବ ।

ପାନୀୟ ଜଳ ପ୍ରକଳ୍ପ, ନୂଆ ଉଠାଜଳସେଚନ ପ୍ରକଳ୍ପ, ଭିତ୍ତିଭୂମି ବିକାଶ, ବିଦ୍ୟୁତ ସଂଯୋଗ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି । ବରଗଡ ଜିଲ୍ଲାର 8 ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ 112 କୋଟି ଟଙ୍କା ବ୍ୟୟ ଅଟକଳରେ ଦୁଇଟି ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯିବ ।

ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିଜେପୁରର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ । ବିଜେପୁର ଓ ବରପାଲି ଏନଏଏସିରେ ପାନୀୟ ଜଳ ଷ୍ଟ୍ରିଟ ଲାଇଟ, ରାସ୍ତା, ଷ୍ଟାଡିୟମ, ଡ୍ରେନେଜ, ଟାଉନ ହଲ, କମ୍ୟୁନିଟି ସେଣ୍ଟର, କଲ୍ୟାଣମଣ୍ଡପ, ପାର୍କ ଭିତ୍ତିଭୂମି ବିକାଶ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେପୁରର ଚାଷୀଙ୍କୁ ଉଚ୍ଚମାନର ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ସ୍ବତନ୍ତ୍ର କୃଷି ଫିଡର ନିର୍ମାଣ କରାଯିବ । ଏଥିପାଇଁ 60 କିଲୋମିଟର 33 କେଭି ବିଦ୍ୟୁତ ଲାଇନ ଓ 125 କିଲୋମିଟରର 11 କେଭି ବିଦ୍ୟୁତ ଲାଇନ ନିର୍ମାଣ କରାଯିବ । ଏଥିସହ ଲୋଭୋଲଟେଜ ସମସ୍ୟାର ସମାଧାନ ପାଇଁ 50ଟି ନୂଆ ଟ୍ରାନ୍ସଫରମର ପ୍ରତିଷ୍ଠା କରାଯିବ । ଗାଇସିଲେଟ ତହସିଲ ଅନ୍ତର୍ଗତ ଗୁଡେରପାଲ୍ଲୀ, ତଳପାଲ୍ଲୀ ଓ ଡାଙ୍ଗବାହାଲରେ ତିନୋଟି ନୂଆ ଆର.ଆଇ ସର୍କଲ ନିର୍ମାଣ କରାଯିବ । ବିଜେପୁର ବ୍ଲକର ତାଳପଦର ଠାରେ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯିବ ।

ଖାଲି ଏତିକି ନୁହେଁ ବର୍ତ୍ତମାନର ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି କରି ସ୍ବାସ୍ଥ୍ୟ ସେବାରେ ରହିଥିବା ସମସ୍ୟାକୁ ପୂରଣ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଯୁବକଙ୍କ ପାଇଁ ବିଜେପୁରରେ ଏକ ସରକାରୀ ଆଇଟିଆଇ ଏବଂ ଗାଇସିଲେଟ ଓ ବରପାଲୀରେ ଦୁଇଟି ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । 82 କୋଟି ଟଙ୍କା ବ୍ୟୟ ଅଟକଳରେ 80 କିଲୋମିଟର ଲମ୍ବର ନୂଆ ରାସ୍ତା ଓ ଗୋଟିଏ ବ୍ରିଜ ନିର୍ମାଣ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଥିବା ଏହି ପ୍ୟାକେଜ କାର୍ଯ୍ୟକାରୀତାକୁ ମୁଖ୍ୟମନ୍ତ୍ରୀ ପ୍ରତି ଦୁଇମାସରେ ଥରେ ନିଜେ ସମୀକ୍ଷା କରିବେ । ଏହାସହ ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ଖୁବଶୀଘ୍ର ସ୍ବତନ୍ତ୍ର ଜୀବନ ଜୀବିକା ପ୍ୟାକେଜ ମଧ୍ୟ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

sdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.