ETV Bharat / briefs

ଏଣିକି 'ଯାତ୍ରୀ' ଦ୍ବାରା କରିପାରିବେ କୁଲି ବୁକିଂ - 'jatri'

ରେଳଷ୍ଟେସନରେ କୁଲି ଦ୍ବାରା ଠକାମିର ଶିକାର ହେଉଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଆପଣଙ୍କ ଜିନିଷ ଉଠାଇବା ପାଇଁ ଅନଲାଇନରେ କରିବେ କୁଲି ବୁକିଂ । ମଧ୍ୟ ରେଳବାଇ ପକ୍ଷରୁ ଖୁବ୍ ଶୀଘ୍ର ଏକ ମୋବାଇଲ 'ଆପ୍' ଲଞ୍ଚ ହେବାକୁ ଯାଉଛି ।

author img

By

Published : Jun 25, 2019, 2:31 PM IST

ମୁମ୍ବାଇ: ରେଳଷ୍ଟେସନରେ ଯାତ୍ରୀଙ୍କ ଠାରୁ ମନଇଚ୍ଛା ଟଙ୍କା ଆଦାୟ କରୁଥିବା ନେଇ କୁଲିଙ୍କ ନାଁରେ ଅଭିଯୋଗ ହେବା ପରେ ଏହାର ସମାଧାନର ବାଟ ବାହାର କରିଛି ମଧ୍ୟ ରେଳବାଇ । ଏଣିକି ଆପଣଙ୍କ ଜିନିଷ ଉଠାଇବା ପାଇଁ ଅନଲାଇନରେ କରିବେ କୁଲି ବୁକିଂ । ଏଥିପାଇଁ ମଧ୍ୟ ରେଳବାଇ ପକ୍ଷରୁ ଖୁବ୍ ଶୀଘ୍ର ଏକ ମୋବାଇଲ 'ଆପ୍' ଲଞ୍ଚ ହେବାକୁ ଯାଉଛି । ଯାହାର ନାଁ ରହିବ 'ଯାତ୍ରୀ' । ମଧ୍ୟ ରେଳବାଇର ମୁମ୍ବାଇ ଡିଭିଜନରେ 300 କୁଲି ରହିଛନ୍ତି । ଯେଉଁମାନଙ୍କୁ ଏହି ଆପରେ ସଂଯୋଗ କରାଯିବ ।

ସେହିପରି ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଦୂରସ୍ଥାନକୁ ଯାତାୟତ କରୁଥିବା ଯାତ୍ରୀମାନେ ନିଜ ସହ ଅଧିକ ଜିନିଷ ନେଇ ଯାତ୍ରା କରିଥାନ୍ତି । ହେଲେ ଷ୍ଟେସନରେ ନିର୍ଦ୍ଧାରତ ଦର ତାଲିକା ଲେଖାଯାଇଥିଲେ ମଧ୍ୟ ଯାତ୍ରୀମାନଙ୍କ ଠାରୁ କୁଲି ଅଧିକ ଟଙ୍କା ଆଦାୟ କରୁଥିବା ବାରମ୍ବାର ଅଭିଯୋଗ ହୋଇଥାଏ । ତେବେ ଅନେକ ସମୟରେ ବାହାରୁ ଆସୁଥିବା ପିଲା ମଧ୍ୟ ଶସ୍ତାରେ ଜିନିଷ ଉଠାଇଥାନ୍ତି । ଏବେ କୁଲିଙ୍କୁ ବାୟୋମେଟ୍ରିକ କାର୍ଡ ଦିଆଯାଉଛି । ଯଦ୍ବାରା କେବଳ ପଞ୍ଜୀକୃତ କୁଲି ହିଁ ଏହି କାମ କରିପାରିବେ ।

ତେବେ ଏହି ଆପ୍ ଯୋଜନାର ସିଷ୍ଟମ ଓଲା-ଉବେର ଭଳି ରହିଛି । ଯାତ୍ରା ଆରମ୍ଭ ସମୟରେ କିମ୍ବା ଯାତ୍ରା କରିବା ସମୟରେ ମୋବାଇଲ ଆପ୍ ଜରିଆରେ କୁଲି ବୁକ୍ କରାଯାଇପାରିବ । ଏଥିରେ ଜିନିଷର ଓଜନ, ଆକାର ଓ ଦୂରତା ହିସାବରେ ଟଙ୍କା ପେମେଣ୍ଟ କରାଯିବାର ବ୍ୟବସ୍ଥା ରହିବ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.