ଭୁବନେଶ୍ବର: ବାତ୍ୟା ୟଶର ମୁକାବିଲା ଲାଗି ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ସମେତ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରସ୍ତୁତି ଜାରି ରଖିଛନ୍ତି । ସୋମବାର ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି ।

ଜିଲ୍ଲାପାଳଙ୍କ ସହ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି ପ୍ରଣବ । ଏହା ସହ ଜିଲ୍ଲାର କରଞ୍ଜିଆ, ରାଇରଙ୍ଗପୁର, ସାରସକଣା, ବାରିପଦା ଗସ୍ତ କରି ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ଦଳୀୟ ପ୍ରସ୍ତୁତି ବୈଠକରେ ଯୋଗ ଦେଇଛନ୍ତି ।


ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ଆଣିବାରେ ପ୍ରଶାସନକୁ ସହଯୋଗ କରିବା ଲାଗି ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଣବ । ଏହା ସହ ଲୋକଙ୍କୁ କୋଭିଡ଼ ନିୟମ ଅନୁସାରେ ରଖିବା ଓ ଖାଦ୍ୟର ବ୍ୟବସ୍ଥା କରିବା ଲାଗି ପ୍ରଣବ ପରାମର୍ଶ ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ