ETV Bharat / briefs

ନକଲି ଦସ୍ତାବିଜରେ କୋଟିଏ ଟଙ୍କା ହଡ଼ପ

ସରକାର ଚାଷୀଙ୍କୁ ଯୋଗାଉଛନ୍ତି ସୁଲଭ ମୂଲ୍ୟରେ କୃଷି ଋଣ । କିନ୍ତୁ ଏହାକୁ ହାତେଇବାରେ ସଫଳ ହୋଇଛନ୍ତି କିଛି ଦଲାଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : May 22, 2019, 12:22 AM IST

କଳାହାଣ୍ଡି: ଚାଷୀମାନେ ଠିକ ସମୟରେ ଓ ସୁବିଧାରେ ଚାଷକାମ କରିବା ପାଇଁ ସରକାର ୧ ପ୍ରତିଶତ ସୁଧରେ ବ୍ୟାଙ୍କ ଜରିଆରେ କେସିସି କିଶାନ କ୍ରେଡିଟ କାର୍ଡ ଋଣ ଯୋଗାଉଛନ୍ତି । ମାତ୍ର ଏହି ଋଣ ହାତେଇବା ସମୟରେ ହୋଇଛି ବ୍ୟାପକ ଅନିୟମିତତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଏଠାରେ ଗ୍ରାମର କିଛି ସ୍ଥାନୀୟ ଦଲାଲ ଚାଷୀଙ୍କୁ କେସିସି ରୁଣ କରାଇଦେବା ନାଁରେ ତାଙ୍କଠାରୁ ୧୦ ରୁ ୧୫ ହଜାର ଟଙ୍କା ହଡପ କରିଛନ୍ତି । ଏହାସହ ନକଲି ଆରଓଆରଇସି ଏବଂ ଭୋଟର ପରିଚୟପତ୍ର ଦେଇ ଭବାନୀପାଟଣା କର୍ପୋରେସନ ବ୍ୟାଙ୍କରୁ ପ୍ରାୟ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଋଣ ହାତେଇଥିବା ଅଭିଯୋଗ ହୋଇଛି । ଏହା ହେଉଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ଘଟଣା ।

ତେବେ ଋଣ ଦେବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଚାଷୀଙ୍କ ପ୍ରମାଣପତ୍ର ଯାଞ୍ଚକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଫଳରେ ମଧ୍ୟସ୍ଥି ସାଜିଥିବା ଦଲାଲଙ୍କ ସହ ବ୍ୟାଙ୍କ କର୍ମଚାରୀ ମଧ୍ୟ ଏଥିରେ ସମୃକ୍ତ ଥିବା ଅଭିଯୋଗ ହୋଇଛି । ଏପରି ଅନିୟମିତତା ଜଣାପଡିବା ପରେ ଭବାନୀପାଟଣା କର୍ପୋରେସନ ବ୍ୟାଙ୍କ ଭିଜିଲାନ୍‍ସ ଓ୍ବିଙ୍ଗର ଏକ ଟିମ୍‍ ଜୁନାଗଡ ତହସିଲକୁ ଯାଇ ୭୦ଟି ଇସି ଓ ୪୦୦ ଆରଓଆର କପିର ତଦନ୍ତ ଆରମ୍ଭ କରିଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.