ETV Bharat / briefs

କେନ୍ଦ୍ରାପଡା କୁରୁକ୍ଷେତ୍ର: ଶଙ୍ଖନାଦ କରି ରଣହୁଙ୍କାର ଦେଲେ ଅନୁଭବ - BALADEBAJIU TEMPLE

ଅନୁଭବୀ ବନାମ ଅନୁଭବ । ଗୋଟିଏ ପଟେ ଚତୁର ତଥା ପୁରୁଣା ଯୋଦ୍ଧା ବୈଜୟନ୍ତ ପଣ୍ଡା ଓ ଅନ୍ୟପଟେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି । ତେବେ ଲଢେଇ କରିବା ପୂର୍ବରୁ କେନ୍ଦ୍ରାପଡାର ପ୍ରତ୍ୟକ୍ଷ ଦେବତା ବଳଦେବଜୀଉଙ୍କ ଦର୍ଶନ କରିଛନ୍ତି ଅନୁଭବ । ଆଉ ନିଜର ମନକଥା ବ୍ୟକ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା
author img

By

Published : Mar 31, 2019, 10:06 PM IST

Updated : Mar 31, 2019, 11:48 PM IST

କେନ୍ଦ୍ରାପଡ଼ା: ଅନୁଭବୀ ବନାମ ଅନୁଭବ । କେନ୍ଦ୍ରାପଡା କୁରୁକ୍ଷେତ୍ରରେ ଏଥର ଓଡିଶାବାସୀ ଦେଖିବେ 440ର ହାଇଭୋଲଟେଜ ଲଢେଇ । ଗୋଟିଏ ପଟେ ଚତୁର ତଥା ପୁରୁଣା ଯୋଦ୍ଧା ବୈଜୟନ୍ତ ପଣ୍ଡା ଓ ଅନ୍ୟପଟେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି । ଲଢେଇ ତ ଘମାଘୋଟ ହେବ, ହେଲେ ଅସଲି ଲଢେଇ ପାଇଁ ରଣହୁଙ୍କାର ଦେବା ସହ କେନ୍ଦ୍ରାପଡାର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ଦର୍ଶନ କରି ମଇଦାନକୁ ଓହ୍ଲାଇଛନ୍ତି ଓଲିଉଡ ଅଭିମନ୍ୟୁ ଅନୁଭବ । ଏହା ବୈଜୟନ୍ତଙ୍କ ନାଁ ନନେଇ କଟାକ୍ଷ ତୀର ମାରି ଘାଇଲା କରିଛନ୍ତି । ବିଶ୍ୱାସଘାତକଙ୍କୁ ମାଟିର ସମ୍ମାନ ସହ ଖେଳ ଖେଳିଥିବା ଲୋକଙ୍କୁ କେନ୍ଦ୍ରାପଡାବାସୀ ଉଚିତ ଶିକ୍ଷା ଦେବେ ବୋଲି କହିଛନ୍ତି ଅନୁଭବ ।

ତେବେ ଲଢେଇ କରିବା ପୂର୍ବରୁ କେନ୍ଦ୍ରାପଡାର ପ୍ରତ୍ୟକ୍ଷ ଦେବତା ବଳଦେବଜୀଉଙ୍କ ଦର୍ଶନ କରିଛନ୍ତି ଅନୁଭବ । ଆଉ ନିଜର ମନକଥା ବ୍ୟକ୍ତ କରିଛନ୍ତି । ଇତିମଧ୍ୟରେ ଅନୁଭବୀ ନେତା ବୈଜୟନ୍ତ ପଣ୍ଡାଙ୍କୁ ଅନୁଭବ ତେରଛା ତୀର ମାରିଛନ୍ତି । ଲୋକ ଏବଂ ଦଳର ବିଶ୍ବାସ ସହ ଖେଳିଥିବା ଲୋକଙ୍କୁ ଜନତା କ୍ଷମାଦେବେ ନାହିଁ । ମାଆ ମାଟିର ସମ୍ମାନ ସହ ଖେଳିଥିବା ଲୋକଙ୍କୁ ଉଚିତ ଜବାବ ମିଳିବ । ଏଭଳି ଢଙ୍ଗରେ ଜୟ ପଣ୍ଡାଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳବଦଳ କରିଥିବା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଚେକ ଦେବାପାଇଁ ବିଳମ୍ବରେ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ଓ କଂଗ୍ରେସ । ବିଜେଡି, ଓଲିଉଡ ଷ୍ଟାର ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ବୈଜୟନ୍ତଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଥିବାବେଳେ କଂଗ୍ରେସ ଗତଥରର ପ୍ରାର୍ଥୀ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକଙ୍କୁ ଏହି ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ ରିପିଟ କରିଛି । ତେବେ ବିଜେପି ପ୍ରାର୍ଥୀ ବୈଜୟନ୍ତଙ୍କୁ ଚେକ ଦେଇ ବିଜୟୀ ହେବା ଏତେ ସହଜ ନଥିବା ଜାଣି ବିଜେଡି ତାର ସମସ୍ତ କଳ, ବଳ ଓ କୌଶଳ ଲଗାଇ ବିଜୟୀ ହେବାପାଇଁ ଆଶାବାନ୍ଧି ବସିଛି ।

ରାଜ୍ୟସଭାରେ ସାଂସଦ ଭାବରେ ତାଙ୍କର କଠିନ ପରିଶ୍ରମର ଫଳସ୍ୱରୂପ ଦଳୀୟ ହାଇକମାଣ୍ଡ ତାଙ୍କୁ ଲୋକସଭା ଯୋଗ୍ୟ ଭାବରେ ଲଢ଼ିବା ପାଇଁ ସୁଯୋଗ ଦେଇଥିବାରୁ ସେ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ବିଜୁବାବୁଙ୍କ କର୍ମଭୂମି ଭାବରେ ପରିଚିତ କେନ୍ଦ୍ରାପଡ଼ା ଭୂମିରେ ନବୀନ ବାବୁ ଯାହାକୁ ପ୍ରତିନିଧିତ୍ୱ କରିବା ପାଇଁ ପଠାଇଥିଲେ, ସେ ଲୋକଙ୍କ ବିଶ୍ୱାସ ଓ ଦଳର ବିଶ୍ୱାସ ସହ ଖେଳିଛନ୍ତି । ମାଟିର ସମ୍ମାନ ସହ ଯିଏ ଖେଳ ଖେଳିଛି ତାକୁ କେହି କ୍ଷମା କରିବା ନାହିଁ ବୋଲି ବୈଜୟନ୍ତଙ୍କୁ ପରୋକ୍ଷ ଇଙ୍ଗିତ କରି କହିଛନ୍ତି ଅନୁଭବ। "କଥା ନୁହେଁ କଠିନ ପରିଶ୍ରମ"ର ସ୍ଲୋଗାନ ଦେଇ ଚାଲିଥିବା ବିଜେଡି ନିଶ୍ଚୟ ୨୦୧୯ ନିର୍ବାଚନରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ବିଜୟୀ ହେବ ବୋଲି ସେ କହିଛନ୍ତି ।

ବଡ଼ ଠାକୁରଙ୍କର ଆଶୀର୍ବାଦ ଓ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ମହାକାଳପଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ନିଜ ପ୍ରତିକ୍ରିୟାରେ କେନ୍ଦ୍ରାପଡ଼ା ବିଜୁ ବାବୁଙ୍କ ଗଡ଼,ଏଠାରେ ଲୋକସଭା ନିର୍ବାଚନ ଏକ ପାଖିଆ ହେବ ବୋଲି କହିଛନ୍ତି । ଏହାସହ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ବହୁ ଭୋଟରେ ଜିତିବା ସହ ଲୋକସଭା ନିର୍ବାଚନ ମଣ୍ଡଳୀର 7ଟି ଯାକ ବିଧାନସଭା ଆସନ ବିଜେଡି ସପକ୍ଷରେ ଯିବ ବୋଲି ଦମ୍ଭର ସହ କହିଛନ୍ତି । ସେହିପରି ବିଭିନ୍ନଆଡୁ ବୁଲି ଆସି ପୁଣି ନିର୍ବାଚନ ମଇଦାନକୁ ଆସିଥିବା ନେତାଙ୍କୁ ମହାକାଳପଡ଼ାବାସୀ ଏଥର ମଧ୍ୟ ଉଚିତ ଜବାବ ଦେବେ ବୋଲି କହିଛନ୍ତି ଅତନୁ ସବ୍ୟସାଚୀ ।

ତେବେ ଆସନ୍ତା ୨୯ ତାରିଖରେ ଜିଲ୍ଲାରେ ହେବାକୁ ଥିବା ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଥିବାବେଳେ କଂଗ୍ରେସ ଓ ବିଜେପି କେବେ ପ୍ରସ୍ତୁତ ହୋଇ ନିର୍ବାଚନ ମଇଦାନକୁ ଆସୁଛନ୍ତି, ତାହାକୁ ଅପେକ୍ଷା କରିଛନ୍ତି କେନ୍ଦ୍ରାପଡ଼ା ଭୋଟର ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Mar 31, 2019, 11:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.