ETV Bharat / briefs

ଅଲୋଡା ମା, 18 ବର୍ଷ ହେବ କାଟୁଛି ଅଘୋଷିତ ବନବାସ - school pendal

ପୁଅ ବୋହୂର ଅତ୍ୟାଚାରରେ ଅତିଷ୍ଠ ସୁଲୋଚନାଙ୍କ ଅଘୋଷିତ ବନବାସ । ପୁଅ, ବୋହୂ , ନାତି, ନାତୁଣୀ ଥାଇ ବି ସେ ଆଜି ଏକାନ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : May 31, 2019, 1:37 AM IST

Updated : Jun 1, 2019, 3:43 PM IST

ବାଲେଶ୍ବର: ଆକାଶ ପରି ବ୍ୟାପକ ଆଉ ମାଟି ଠୁ ଅଧିକ ନିବିଡ ସମ୍ପର୍କ ଥାଏ ମା' ଶଦ୍ଦରେ । ଏହି ଶଦ୍ଦକୁ ନା ବୁଝି ହୁଏ ନା ବୁଝାଇ ହୁଏ । ପିଲାଙ୍କ ପାଇଁ ଏହି ଶଦ୍ଦ ମମତା ଠାରୁ ବଳି ଆଉ କିଛି ନୁହେଁ । ଯିଏ ସବୁ ଦୁଃଖ ପିଇ ନିଜ ସନ୍ତାନକୁ ସୁଖ ସାଗରରେ ପୋତି ଦିଏ ସେ ହେଉଛି ମା' । କିନ୍ତୁ ଆଜି ସେହି ମା' ନିଜ ପିଲାଙ୍କ ପାଇଁ ସାଜିଛି ବୋଝ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଏ ହେଉଛନ୍ତି ରାଇବଣିଆ ଗାଁର 80 ବର୍ଷୀୟ ସୁଲୋଚନା ପାଲ । ପରିବାର ଥାଇ ବି ସେ ଆଜି ବୟସର ଅପରାହ୍ନରେ ଏକାନ୍ତବାସ । ଦୁଇ ପୁଅ ଓ ଜଣେ ଝିଅର ସେ ଥିଲେ ଜନନୀ । ସ୍ବାମୀକୁ ହରାଇବା ପରେ ମଧ୍ୟ ନିଜ ପୁଅ ଝିଅଙ୍କ ସଂସାର ବସାଇଥିଲେ । ହେଲେ ଘରକୁ ବୋହୂ ଆସିବା ପରେ ତାଙ୍କ ଜୀବନରେ ମାଡିଆସିଥିଲା ଝଡ । ଶାଶୁ ଉପରେ ଦାଉ ସାଜିଲେ ବୋହୁ । ସବୁ ଜାଣି ଚୁପ୍ ରହୁଥିଲେ ପୁଅ । ଆଉ ଏହି ବୟସରେ ପୁଅ ବୋହୁର ଅତ୍ୟାଚର ସାମନା କରିବାକୁ ତାଙ୍କ ପାଖରେ ନା ଥିଲା ବଳ ନା ସାମର୍ଥ୍ୟ । ଆଉ ଏଥିରୁ ନିଜକୁ ବଞ୍ଚାଇବାକୁ 18 ବର୍ଷ ପୂର୍ବେ ଗାଁ ମୁଣ୍ଡର ପରିତ୍ୟକ୍ତ ବିଦ୍ୟାଳୟର ବାରଣ୍ଡାକୁ ନିଜ ଠିକଣା ଭାବେ ବାଛି ନେଇଥିଲେ ।

ଅପରପକ୍ଷେ ସୁଲୋଚନାଙ୍କ ପାଇଁ ସରକାରୀ ସହାୟତା କହିଲେ 500 ଟଙ୍କା ଭତ୍ତା ସହ 5 କେଜି ଚାଉଳ । ମାତ୍ର ପୁଅ ବୋହୂଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତି ପାରିନାହିଁ ଭତ୍ତା ଓ ଚାଉଳ । ସେପଟେ ଏସମ୍ପର୍କରେ ଆମେ ସହକାରୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ଖୁବଶୀଘ୍ର ବୃଦ୍ଧା ଜଣଙ୍କୁ ଥଇଥାନ କରାଯିବା ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ସ୍ଲଗ- ଅଲୋଡ଼ା ହେଲା ମା, 18 ବର୍ଷ ହେଲା ଭୋଗୁଛି ଅଘୋଷିତ ବନବାସ
ଫର୍ମାଟ- pkg
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 30/05/2019
ଆଙ୍କର- "ମାଆ "  ଶବ୍ଦ ଟି  ଦୁନିଅାର ସବୁଠୁ ମଧୁର ଶବ୍ଦ ୲ ପିଲାଙ୍କ ମଂଗଳ  ପାଇଁ  ଯିଏ ନିଜକୁ ତିଳ ତିଳ ଜାଳି ନିଜକୁ କଷ୍ଟ ଦେଇ  ସ୍ନେହ ମମତା ଅଜାଡି ଦିଏ   ସେ ହେଉଛି ମାଆ। ତେବେ ଏମିତି ବି କିଛି ପୁଅ ଅଛନ୍ତି ଯାହା ଙ୍କ ପାଇଁ ପରିଣତ ବଯସରେ  ମାଆ ସାଜିଯାଏ ବୋଝ। ଦୁଇ ଭେଣ୍ଡିଆ ପୁଅ ବହୁ ଓ ଝିଅ,ନାତି ନାତୁଣୀ  ଥାଇବି ମାଆ କାଟୁଛି  ଅଘୋଷିତ ବନବାସ। ଗାଁଆ ର ପରିତ୍ୟକ୍ତ ଭଂଗା ବିଦ୍ୟାଳୟ ସାଜିଛି ତାର ଠିକଣା । ବିଦ୍ୟାଳୟ ର ବାରଣ୍ଡା ସାଜିଛି ତାର ଆଶ୍ରୟ ସ୍ଥଳୀ। ଖରା ,ବର୍ଷା , ଶୀତ ଓ କାକର  ସାଙ୍ଗକୁ ରାତିର କିଟିମିଟି ଅନ୍ଧାର ରେ କଟୁଛି ଜୀବନ। ଦିନେ ନୁହେଁ କି ଦୁଇଦିନ 18 ବର୍ଷ ଧରି ଏମିତି ଜଣେ ମା କାଟୁଛି ଅଘୋଷିତ ବନବାସ।
ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ଜଳେଶ୍ବର ବ୍ଲକ ରାଇବଣିଆ ଗ୍ରାମରେ। ତେଲ ଲୁଣର ସଂସାର ଅଠର ବର୍ଷ ତଳେ  ବେଶ ସୁଖରେ  ଚାଲୁଥିଲା ୲  ଦୁଇ ପୁଅ ଓ  ଜଣେ  ଝିଅ ୲  ବିଧବା ହେଲେବି ବହୁ କଷ୍ଟ ରେ  ଝିଅ ବାହା ଦେଇ ପୁଅ ଦୁଇ ଜଣଙ୍କୁ  ବାହା କରିଥିଲେ ସୁଲୋଚନା ପାଲ। ବୋହୂ ମାନେ ଆସିବା ପରେ  ଶାଶୁ ଉପରେ  ଦାଉ ସାଝିଲେ ୲  ପୁଅମାନେ ସଵୁ ଜାଣିବି  ଚୁପ  ରହିଲେ ୲ ସୁଲୋଚନାଙ୍କ ଉପରେ ଦିନକୁ ଦିନ ବଢି ଚାଲିଲା ଅତ୍ୟାଚାର। ଶେଷରେ  ଆଜକୁ  ଅଠର ବର୍ଷ ତଳେ  ପୁଅ ଓ ବୋହୂ ମାନେ ମିଶି  ମାଆ ସୁଲୋଚନାଙ୍କୁ ଘରୁ  ବ୲ହାର କରିଦେଲେ ୲ ସେବେଠୁ  ସୂଲଚନା ର ଠିକଣା ସାଜିଛ  ଗାଁଆ ମୁଣ୍ଡର  ପରିତ୍ୟକ୍ତ  ବିଦ୍ୟାଳୟର  ବାରଣ୍ଡା ୲ ନିଜ କର୍ମକୁ ଆଦରି  ଖରା , ବର୍ଷା , ଶୀତ କାକରରେ  ସ୍କୁଲ ପିଣ୍ଡା ରେ ଭୋକ ଉପାସରେ ପଡି ଥାଏ  80 ବର୍ଷୀୟା ସୁଲୋଚନା। ନା ଅଛି ବଳ  ନା ଅଛି ସାମର୍ଥ୍ୟ, ଅଣ୍ଟା ସଳଖି  ଛିଡା ହେବା ପାଇଁ। ସରକାରୀ  ସହାୟତା କହିଲେ 500 ଟଙ୍କା ଭତ୍ତା ସାଙ୍ଗକୁ 5କେଜି  ଚାଉଳ ଘରଟେ ତାଙ୍କ ପାଇଁ ସାତ ସପନ। ଭତ୍ତା ,ଚାଉଳ ପାଉଥିଲେ ବି ପୁଅ ମାନେ  ସେତକ ବି  ଛଡାଇ ନେଇଯାନ୍ତି ୲ ଗାଁଆ ର କୌଣସି ନ୍ୟାୟ ନିଷ୍ପତିକୁ  ପୁଅ ମାନଙ୍କ ଖାତିର ନାହିଁ।  ବାଧ୍ୟ ହୋଇ କର୍ମକୁ ଆଦରି ସୁଲୋଚନା କାଟୁଛନ୍ତି ଅଘୋଷିତ  ବନବାସ।
ଆଜିର  ଏହି  ସଭ୍ୟ ଶିକ୍ଷିତ  ସମ୲ଜରେ ଏପରି ଏକ  ଅଭାବନୀୟ ଘଟଣା  ସମସ୍ତଂକ  ଜାଣତରେ  ଘଟି ଚାଲୁଥିବା ବେଳେ  ସତେ ଯେମିତି  ମଣିଷ ପଣିଆ ମରିଯାଇଛି ଓ  ମାନବିକତା  ହଜି ଯାଇଛି। ରାଇବଣିଆ ଅଞ୍ଚଳରେ ବହୁ ନେତା, ସମାଜସେବୀ,   ପ୍ରତିଷ୍ଠିତ ବ୍ୟକ୍ତି ଥିବା ବେଳେ ଜଣେ ଅସହାୟ ମାଆ  ର ଥଇଥାନ ହୋଇନପାରିବା ପରିତାପର ବିଷୟ।
ବାଇଟ1- ସୁଲୋଚନା ପାଲ(ଅବହେଳିତ ମା)
ବାଇଟ2- ସତ୍ୟନାରାୟଣ ପାଲ(ପାଖ ପଡୋଶୀ)
ବାଇଟ3- ସୁବାଷ ଚନ୍ଦ୍ର ବେହେରା(ଓକିଲ)
ବାଇଟ4- ମନୋଜ କୁମାର ସେନାପତି(ସହକାରୀ ଜିଲ୍ଲାପାଳ)

ଦୟାକରି ଧ୍ୟାନ ଦେବେ,ବାଇଟ3 ଓ 4 ମଜୋରେ ଅଛି।
Last Updated : Jun 1, 2019, 3:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.