ETV Bharat / bharat

ପୋଷା କୁକୁରକୁ ନେଇ ଭିଡିଓ କରିବା ୟୁଟ୍ୟୁବରଙ୍କୁ ପଡିଲା ମହଙ୍ଗା - ମାଲଭିଆ ନାଗର ପୋଲିସ ଷ୍ଟେସନ

ପୋଷା କୁକୁର ଦେହରେ ବେଲୁନ ଲଗାଇ ଭିଡିଓ କରିବା ୟୁଟ୍ୟୁବରଙ୍କୁ ପଡିଲା ମହଙ୍ଗା । ଅଧିକ ପଢନ୍ତୁ...

ପୋଷା କୁକରକୁ ନେଇ ଭିଡିଓ କରିବା ୟୁଟ୍ୟୁବରଙ୍କୁ ପଡିଲା ମହଙ୍ଗା, ଗିରଫ ହେଲେ ୟୁଟ୍ୟୁବର

author img

By

Published : May 27, 2021, 1:01 PM IST

ନୂଆଦିଲ୍ଲୀ: ପଶୁଙ୍କୁ ନେଇ ୟୁଟ୍ୟୁବରେ ଭିଡିଓ ଛାଡିବା ୟୁଟ୍ୟୁବରଙ୍କୁ ପଡିଲା ମହଙ୍ଗା । ଶେଷରେ ଗିରଫ ହେଲେ ୟୁଟ୍ୟୁବର । ନିକଟରେ ଦିଲ୍ଲୀରେ ଜଣେ ୟୁଟ୍ୟୁବର ନିଜ ୟୁଟ୍ୟୁବରେ ଏକ ପୋଷା କୁକୁର ଦେହରେ ହାଇଡ୍ରୋଜେନ ବେଲୁନ ଲଗାଇ ଏହାକୁ ଉଡାଇଥିଲେ । ଆଉ ଏ ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀର ମାଲଭିଆ ନାଗର ପୋଲିସ ତାଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାଇ ଅଭିଯୁକ୍ତ ଗୌରବ ଜନ୍ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ପାଇଁ ଏକ ଭିଡିଓ କରିଥିଲେ । ୟେଇଁଥିରେ ଦିଲ୍ଲୀର ଏକ ପାର୍କରେ ତାଙ୍କ ପୋଷା କୁକୁର ସହ ନଜର ଆସିଥିଲେ । ଗୌରବ ପୋଷା କୁକୁର ଦେହରେ ଅନେକ ବେଲିନ ଲଗାଇ ଉପରକୁ ଉଡିବାକୁ ଛାଡି ଦେଇଥିଲେ । ଭିଡିଓରେ ୟୁଟ୍ୟୁବର ଏବଂ ତାଙ୍କ ମା ଖୁସିରେ ଥିବାରୁ କୁକୁରଟି କିଛି ସମୟ ପାଇଁ ଆକାଶରେ ଉଡିଥିଲା । ଭିଡିଓଟି ସେୟାର ହେବା ପରେ ପଶୁ ଅଧିକାର ସଂଗଠନଗୁଡ଼ିକ ଏନେଇ ଅଭିଯୋଗ କରିଥିଲେ ।

ଏହା ପରେ ପିପୁଲ୍ ଫର୍ ଆନିମଲର ସଦସ୍ୟମାନେ ଏହି ଭିଡିଓ ଦେଖିବା ପରେ ଏନେଇ ଦିଲ୍ଲୀର ମାଲଭିଆ ନାଗର ପୋଲିସ ଷ୍ଟେସନରେ ଗୌରବଙ୍କ ବିରୋଧରେ ଅଭିଯୋଗ କରିଥିଲେ । ବେଲୁନ ବ୍ୟବହାର କରି ଗୃହପାଳିତ ପଶୁ ଉଡ଼ାଇବା ପରେ ଦିଲ୍ଲୀ ୟୁଟ୍ୟୁବର ପଶୁ କ୍ରୁରତା ପାଇଁ ଗିରଫ ହୋଇଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.