ETV Bharat / bharat

ଦିନ ଦ୍ବିପ୍ରହରରେ ଯୁବକଙ୍କୁ ନିର୍ମମ ହତ୍ୟା: ନୂପୁର ଶର୍ମାଙ୍କ ସପକ୍ଷରେ କରିଥିଲେ ପୋଷ୍ଟ

author img

By

Published : Jun 28, 2022, 7:37 PM IST

Updated : Jun 28, 2022, 8:16 PM IST

ମଣ୍ଡି ଥାନା ଅଞ୍ଚଳରେ ଆଜି ଯୁବକଙ୍କୁ ଦିନ ଦ୍ବିପ୍ରହରରେ ହତ୍ୟା କଲେ ଦୁର୍ବୃତ୍ତ । ଯୁବକ ଜଣକ ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ସପକ୍ଷରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଅଧିକ ପଢ଼ନ୍ତୁ

ଦିନ ଦ୍ବିପ୍ରହରରେ ଯୁବକଙ୍କୁ ନିର୍ମମ ହତ୍ୟା:  ନୂପୁର ଶର୍ମାଙ୍କ ସପକ୍ଷରେ କରିଥିଲେ ପୋଷ୍ଟ
ଦିନ ଦ୍ବିପ୍ରହରରେ ଯୁବକଙ୍କୁ ନିର୍ମମ ହତ୍ୟା: ନୂପୁର ଶର୍ମାଙ୍କ ସପକ୍ଷରେ କରିଥିଲେ ପୋଷ୍ଟ

ଜୟପୁର: ରାଜସ୍ଥାନ ଉଦୟପୁର ଜିଲ୍ଲା ମଣ୍ଡି ଥାନା ଅଞ୍ଚଳରେ ଆଜି ଯୁବକଙ୍କୁ ଦିନ ଦ୍ବିପ୍ରହରରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଯୁବକ ଜଣକ ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ସପକ୍ଷରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାକୁ ନେଇ ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି ।

  • A statewide alert has been issued to all SPs & IGs to increase the mobility of forces and to maintain officers on the ground. We're assessing the law and order situation to take further decisions: ADG (L&O), Rajasthan on Udaipur murder pic.twitter.com/UTcJAh4jxe

    — ANI MP/CG/Rajasthan (@ANI_MP_CG_RJ) June 28, 2022 " class="align-text-top noRightClick twitterSection" data=" ">

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ ସ୍ଥାନୀୟ ଅଞ୍ଚଳର କହ୍ନେୟା ଲାଲ୍‌ ସାହୁ ବୋଲି ଜଣାପଡ଼ିଛି । ଧାରୁଆ ଅସ୍ତ୍ରରେ ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ବ୍ୟକ୍ତିଗତ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ସନ୍ଦେହ କରୁଛି ।

  • It's a sad & shameful incident. There's tense atmosphere in the nation today. Why don't PM & Amit Shah ji address the nation? There is tension among people. PM should address the public&say that such violence won't be tolerated & appeal for peace: Rajasthan CM on Udaipur murder pic.twitter.com/rkX0VRJPk0

    — ANI (@ANI) June 28, 2022 " class="align-text-top noRightClick twitterSection" data=" ">

ତେବେ ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ସପକ୍ଷରେ ସୋସିଆଲ ମିଡିଆରେ ମତ ରଖିବା ପରେ ତାଙ୍କୁ ଏକ ଗୋଷ୍ଠୀ ପକ୍ଷରୁ ଲଗାତାର ଧମକ ଦିଆଯାଉଥିଲା । ଏହାକୁ ନେଇ ଯୁବକ ଜଣକ କିଛି ଦିନ ହେଲା ଦୋକାନ ମଧ୍ୟ ଖୋଲୁନଥିଲେ । ଆଜି ଦୋକାନ ଖୋଲିବା ପରେ ଦୁଇଜଣ କପଡ଼ା ସିଲେଇ କରିବା ବାହାନାରେ ତାଙ୍କ ଦୋକାନକୁ ଆସିଥିଲେ । ସେ ମାପ ନେଉଥିବାବେଳେ ତାଙ୍କ ବେକକୁ ଧାରୁଆ ଅସ୍ତ୍ରରେ ପ୍ରହାର କରି ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି ।

  • We've talked to CM. Those involved be arrested & assistance be given to victim family. This incident isn't possible due to single person, it could be because of some organization. It's horrendous & failure of administration: Rajasthan LoP Gulab Chand Kataria on Udaipur murder pic.twitter.com/YlBGZ7XYHt

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସ୍ଥିତି ସମ୍ବେଦନଶୀଳ ରହିଛି । ଏହାକୁ ନେଇ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ ସମସ୍ତ ସ୍ଥିତି ଉପରେ ନଜର ରଖିଛି ବୋଲି କହିଛନ୍ତି ଉଦୟପୁର ADG । ଏହାକୁ ନେଇ ସାରା ରାଜ୍ୟରେ ଆଲର୍ଟ ଜାରି କରାଯାଇଛି । କୌଣସି ଉତ୍ତେଜନାମୂଳକ ପରିସ୍ଥିତିକୁ ନେଇ ସମସ୍ତ SP ଓ IGଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ସେପେଟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେ କହିଛନ୍ତି ଯେ, "ଏଭଳି ଘଟଣା ଅତି ଦୁଃଖଦାୟକ ଓ ଲଜ୍ଜ୍ୟାଜନକ । ଆଜି ଦେଶରେ ଉତ୍ତେଜନାର ମାହୋଲ ରହିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଦେଶକୁ ସମ୍ବୋଧନ କରିବା ଆବଶ୍ୟକ ରହିଛି । ଏଭଳି ହିଂସାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ମୋଦି ସମ୍ବୋଧନ କରନ୍ତୁ । ଶାନ୍ତି ଓ ସଦଭାବ ବଜାୟ ରଖିବାକୁ ମୁଁ ପ୍ରତ୍ୟେକଙ୍କୁ ଅପିଲ୍‌ କରୁଛି । ଏହି ଘଟଣାରେ ଯିଏ ବି ଦୋଷୀ ତାକୁ କଡ଼ା ଦଣ୍ଡ ଦିଆଯିବ ।"

  • Rajasthan | I appeal to all to maintain peace and law and order. The affected family will be provided help from the government. Stringent action will be taken against the accused: Collector, Udaipur on the beheading of a youth in the city pic.twitter.com/3ZfBcrSmlu

ସେପଟେ ରାଜ୍ୟରେ ଏଭଳି ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ବିରୋଧୀ ନେତା ଗୁଲାବ ଚନ୍ଦ କଟାରିଆ । ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ଦେବାକୁ ଦାବି କରିଛନ୍ତି ବିରୋଧୀ । ତା ସହିତ ହତ୍ୟାକାଣ୍ଡର ଶିକାର ବ୍ୟକ୍ତିଙ୍କ ପରିବାରକୁ ସହାୟତା ଦେବାକୁ ମଧ୍ୟ ଦାବି ହୋଇଛି ।

ସେପଟେ ଉଦୟପୁର ଜିଲ୍ଲାପାଳ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, "ମୁଁ ପ୍ରତ୍ୟେକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍‌ କରୁଛି । ମୃତକଙ୍କ ପରିବାକୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବ । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।"

Last Updated : Jun 28, 2022, 8:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.