ETV Bharat / bharat

ଚାଞ୍ଚଲ୍ୟ ! ଘରର ୫ ଜଣଙ୍କୁ ହତ୍ୟା କରିବା ପରେ ନିଜକୁ ଗୁଳି ମାରିଲା ଯୁବକ

author img

By

Published : Jun 24, 2023, 9:54 AM IST

ଶୋଇଥିବା ବେଳେ ଘରର ୫ ଜଣଙ୍କୁ ହାଣି ହତ୍ୟା କରିବା ପରେ ନିଜକୁ ଗୁଳି ମାରିଲା ଯୁବକ । ଉତ୍ତରପ୍ରଦେଶରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

ଉତ୍ତରପ୍ରଦେଶରେ ୫ ଜଣଙ୍କୁ ହତ୍ୟା
ଉତ୍ତରପ୍ରଦେଶରେ ୫ ଜଣଙ୍କୁ ହତ୍ୟା

ଲକ୍ଷ୍ନୌ: ନୃଶଂସ, ବର୍ବର, ଜଘନ୍ୟ... ପରିବାର ଲୋକଙ୍କ ରକ୍ତରେ ହୋଲି ଖେଳିଲା ଯୁବକ । ବିବାହର ପରଦିନ ନବବିବାହିତ ସାନଭାଇ ଓ ପତ୍ନୀଙ୍କ ସମେତ ୫ ଜଣଙ୍କୁ ନିର୍ମମ ଭାବେ ହାଣି ହତ୍ୟା କଲା । ଆଜି ସକାଳେ ଉତ୍ତରପ୍ରଦେଶ ମୈନପୁରୀ ଜିଲ୍ଲାରୁ ଏଭଳି ଲୋମହର୍ଷଣକାରୀ କାଣ୍ଡ ସାମ୍ନାକୁ ଆସିଛି । ଜଣେ ଯୁବକ ଶୋଇଥିବା ଅବସ୍ଥାରେ ନିଜ ଘରର ୫ ଜଣଙ୍କୁ ହତ୍ୟା କରିଛି ଏବଂ ପରେ ନିଜକୁ ଗୁଳି ମାରିଛି । ଅଭିଯୁକ୍ତ ଯୁବକ ନିଜର ପତ୍ନୀ ଓ ବାପାଙ୍କ ଉପରେ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୈନପୁରୀ ଜିଲ୍ଲା କିଶନୀ ଥାନା ଅନ୍ତର୍ଗତ ଗୋକୁଳପୁର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ଯୁବକର ନାମ ଶିବବୀର ଯାଦବ(୩୦) । ଆଜି ଭୋର ପ୍ରାୟ ସାଢେ ୪ଟା ବେଳେ ଘର ଲୋକେ ଶୋଇଥିବା ସମୟରେ ଶିବବୀର ସମସ୍ତଙ୍କୁ ନୃଶଂସ ଭାବେ ହତ୍ୟା କରିଛି । ସମସ୍ତଙ୍କୁ ମାରିବା ପରେ ସେ ନିଜେ ମଧ୍ୟ ଜୀବନ ହାରିଦେଇଛି । ମୃତକଙ୍କ ମଧ୍ୟରେ ଅଭିଯୁକ୍ତ ଶିବବୀରର ଭାଇ ଭୁଲ୍ଲନ ଯାଦବ, ନବବିବାହିତ ସୋନୁ ଯାଦବ, ସୋନୁଙ୍କ ପତ୍ନୀ ସୋନି ଯାଦବ, ଭିଣୋଇ ସୌରଭ ଏବଂ ତାଙ୍କର ସାଙ୍ଗ ଦୀପକ ରହିଛନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ, ଗତ ଗୁରୁବାର ଦିନ ଅଭିଯୁକ୍ତର ସାନଭାଇ ସୋନୁ ଯାଦବଙ୍କ ବିବାହ ଥିଲା । ସୋନୁ ଇଟାୱା ଅଞ୍ଚଳର ସୋନିଙ୍କୁ ବିବାହ କରିଥିଲେ । ବିବାହର ପରଦିନ(ଶୁକ୍ରବାର) କନ୍ୟାକୁ ନେଇ ବରପକ୍ଷ ଗାଁକୁ ଫେରିଆସିଥିଲେ । ଏହାପରେ ରାତିରେ ଖାଇ ପିଇ ସମସ୍ତେ ଶୋଇଯାଇଥିଲେ । ସୋନୁ ଓ ତାଙ୍କର ପତ୍ନୀ ଛାତ ଉପରେ ଶୋଇଥିବା ବେଳେ ଭୁଲ୍ଲନ, ତାଙ୍କର ସାଙ୍ଗ ଦୀପକ ଓ ଭିଣୋଇ ତଳେ ଶୋଇଥିଲେ । ସକାଳ ପ୍ରାୟ ସାଢେ ୪ଟା ସମୟରେ ଶିବବୀର ଉଠିଥିଲା ଏବଂ ଘରେ ଥିବା ଏକ ଫାର୍ସା ନେଇ ପ୍ରଥମେ ନବବିବାହିତ ଭାଇ ଓ ପତ୍ନୀଙ୍କୁ ହତ୍ୟା କରିଥିଲା । ପରେ ଜଣକ ପରେ ଜଣକୁ ହାଣି ପକାଇଥିଲା । ସମସ୍ତଙ୍କ ଚିତ୍କାର ଶୁଣି ଶିବବରୀର ପତ୍ନୀ ଓ ବାପା ଉଠି ଆସିଥିଲେ । ଫଳରେ ଅଭିଯୁକ୍ତ ସେମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲା । ଏହାପରେ ନିଜକୁ ଗୁଳି କରିଦେଇଥିଲା ।

ଏହି ଜଘନ୍ୟ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ପଡୋଶୀଙ୍କ ଠାରୁ ଖବର ପାଇ ଏସପିଙ୍କ ସମେତ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ତେବେ ଭାଇ ବାହାଘରର ଦିନକ ପରେ କାହିଁକି ଅଭିଯୁକ୍ତ ଯୁବକ ଏଭଳି ନୃଶଂସ କାଣ୍ଡ ଭିଆଇଲା ତାହା ଜଣାପଡିନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.